Scam Photograph: (kanak news)
କନକ ବ୍ୟୁରୋ : ଭୂତଙ୍କୁ ଦିଆଯାଇଛି ଛାତ୍ରବୃତ୍ତି , ରାଜ୍ୟରେ ଛାତ୍ରବୃତ୍ତି ନାଁରେ ବଡ଼ କେଳେଙ୍କାରୀ କରି ବହୁ ଶିକ୍ଷାନୁଷ୍ଠାନ କୋଟି କୋଟି ଟଙ୍କା ଆତ୍ମସାତ୍ କରିଛି । ସିଏଜିର ତଥ୍ୟ ଅନୁଯାୟୀ, ପ୍ରେରଣା ପୋର୍ଟାଲ ସହିତ ଛାତ୍ରବୃଦ୍ଧି ପ୍ରଦାନ କରାଯାଇଥିବା ଛାତ୍ରୀଛାତ୍ରଙ୍କ ତାଳମେଳ ନାହିଁ କି ତାଙ୍କର ନାଁ ମଧ୍ୟ ନାହିଁ । ଯେଉଁଥିପାଇଁ ୧କୋଟି ୩୮ଲକ୍ଷ ଟଙ୍କା କେବଳ ଜାଲ୍ ଜାତିଗତ ଓ ଆୟ ପ୍ରମାଣପତ୍ର ଦାଖଲ କରିଥିବା ଛାତ୍ରୀଛାତ୍ରଙ୍କୁ ଛାତ୍ରବୃଦ୍ଧି ଭାବରେ ପ୍ରଦାନ କରାଯାଇଛି । ସିଏଜି ପକ୍ଷରୁ ରିପୋର୍ଟ ନମ୍ବର-୩ରେ ଜାଲ୍ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରି ରାଜକୋଷକୁ ଉକ୍ତ ଟଙ୍କା ଫେରାଇ ଆଣିବାକୁ କୁହାଯାଇଥିଲେ ବି ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇନାହିଁ ।
ସେହିପରି ୭କୋଟି ୪୦ଲକ୍ଷ ଟଙ୍କା ବେଆଇନ ବ୍ୟାଙ୍କ ଖାତାରେ ବିନା ଡକ୍ୟୁମେଣ୍ଟ ଯାଞ୍ଚରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ୨୦୧୭-୧୮ରୁ ୨୦୧୯-୨୦ବର୍ଷ ମଧ୍ୟରେ ସିଏଜିଙ୍କ ପକ୍ଷରୁ ହୋଇଥିବା ସମୀକ୍ଷା ବେଳେ ଏହିଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । କେଉଁଠି ଛାତ୍ରୀଛାତ୍ରଙ୍କ ଜାତିଗତ ପ୍ରମାଣପତ୍ର ଜାଳିଆତି କରାଯାଇଛି ତ ଆଉ କେଉଁଠି ଆୟ ପ୍ରମାଣପତ୍ର ଜାଲିଆତି କରାଯାଇଛି । ଛାତ୍ରୀଛାତ୍ରଙ୍କ ନାଁରେ ସରକାରୀ ବାବୁ ଓ ବିଭିନ୍ନ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏଭଳି ସାଙ୍ଘାତିକ ଘଟଣା ସିଏଜି ସମୀକ୍ଷା ସମୟରେ ଧରିପଡ଼ିଛି ।
ଅଧିକ ପଢ଼ନ୍ତୁ---ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର ; ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା
Follow Us