Education Photograph: (Kanak News)
କନକ ବ୍ୟୁରୋ: ସ୍କୁଲ ୟୁନିଫର୍ମ ବଣ୍ଟନରେ ବଡ଼ କେଳେଙ୍କାରୀ । ସିଏଜି ଧରିଲେ ସାଂଘାତିକ ତ୍ରୁଟି । ବର୍ଷ ବର୍ଷ ଧରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଚାଲିଛି ଅନିୟମିତତା । କନକ ନ୍ୟୁଜ ଏହାକୁ ନେଇ ବାରମ୍ବାର ଖବର ପ୍ରସାରଣ କରିଛି । ଆଉ ଏବେ ସିଏଜିଙ୍କ ରିପୋର୍ଟରେ ସତ ସାମ୍ନାକୁ ଆସିଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କେଳେଙ୍କାରୀ
ବିଦ୍ୟାର୍ଥୀଙ୍କ ଅଧିକାରର ହନନ
କାହା ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ
ନିଦାବିଷ୍ଣୁ ସାଜିଛି ବିଭାଗ, ସରକାର
କନକ ନ୍ୟୁଜ ସାମ୍ନାକୁ ଆଣିବା ପରେ ବି ନିରବ
ମାଗଣା ୟୁନିଫର୍ମ, ପାଠ୍ୟପୁସ୍ତକ, ସାଇକେଲ ଯୋଗାଣରେ ସ୍ବଚ୍ଛତା ନାହିଁ
ସ୍କୁଲ୍ ବ୍ୟାଗ୍ ବଣ୍ଟନରେ ବି ତଦୃପ ସ୍ଥିତି
କେବଳ ଏ ବର୍ଷ ନୁହେଁ, ୨୦୧୮ରୁ ଚାଲିଛି
CAG ଧରିଛନ୍ତି କେଳଙ୍କାରୀ
ଭିଜିଲାନ୍ସ ବି ନିରବଦ୍ରଷ୍ଟା ସାଜିଲା
ବାଲେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ପୋଷାକ କେଳେଙ୍କାରୀ ଦେଖାଇଥିଲା କନକ ନ୍ୟୁଜ
ଟୋକନ୍ ଦାବିରେ ତେଜିଲା ଚାଷୀ ଅସନ୍ତୋଷ: ୧୯ରେ ସମ୍ବଲପୁର ବନ୍ଦ
ସିଏଜି ଆଣିଲେ ସାଂଘାତିକ ଚିତ୍ର
ମାଗଣା ଓ ବାଧ୍ୟତାମୂଳକ ଶିଶୁ ଶିକ୍ଷା ଅଧିକାର ଆଇନ ୨୦୦୯ରେ ସଂସଦର ପ୍ରସ୍ତାବ ହୋଇଥିଲା
୨୦୧୦ରେ କାର୍ଯ୍ୟକାରୀ କରିଛନ୍ତି ସରକାର
ଓଡ଼ିଶା ସରକାର ୨୦୧୦ ସେପ୍ଟେମ୍ବର ୧ରୁ ଓଡ଼ିଶା ମାଗଣା ଓ ବାଧ୍ୟତାମୂଳକ ଶିଶୁ ଶିକ୍ଷା ଅଧିକାର ନିୟମ ଲାଗୁ କରିଛନ୍ତି
ଶିକ୍ଷା ଅଧିକାର ଆଇନର ଧାରା ୩୮ ଅନୁଯାୟୀ, ବିଦ୍ୟାଳୟ ପରିଚାଳନା କମିଟି ତିନିଟି ବାର୍ଷିକ ଉପଯୋଜନା ଏବଂ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତ କରିବ
ପ୍ରତିବର୍ଷ ପାଇଁ ଶ୍ରେଣୀୱାରୀ ନାମଲେଖା ଆକଳନ, ଏକତ୍ର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷକ ଆବଶ୍ୟକତା ନିୟମ ଓ ମାନଦଣ୍ଡ ସହିତ ଅତିରିକ୍ତ ଭିତ୍ତିଭୂମି ନିଶ୍ଚିତ କରିବା
ଏହା ବ୍ୟତୀତ ଆଇନ ଅନୁଯାୟୀ ପିଲାଙ୍କ ପାଇଁ ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତ ରହିବ
ନାମଲେଖା ଅଭିବୃଦ୍ଧି ହାସଲ ଲାଗି ତଥା ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଉପସ୍ଥିତ ରଖିବା ଲାଗି ସରକାର କରିଛନ୍ତି ସ୍ବତନ୍ତ୍ର ଯୋଜନା
ମାଗଣା ୟୁନିଫର୍ମ, ପାଠ୍ୟପୁସ୍ତକ, ସାଇକେଲ୍, ସ୍କୁଲ୍ ବ୍ୟାଗ୍ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି
ଛାତ୍ରଛାତ୍ରୀଙ୍କୁ ଏହା ଠିକଣା ସମୟରେ ଯୋଗାଇବାକୁ କୁହାଯାଇଛି
୨୦୧୮-୨୦୨୩ ମଧ୍ୟରେ ୨ କୋଟି ୧୮ ଲକ୍ଷ ୪୯ ହଜାର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ କୋଟି ୧୪ ଲକ୍ଷ ୯୮ ହଜାର ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ମିଳିଲା
୯୮ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ସୁବିଧା
କାହା ସ୍ବାର୍ଥରେ କର୍ତ୍ତୃପକ୍ଷ ଚୁପ୍?
କିଏ ଯୋଗାଉଛନ୍ତି ବିଦ୍ୟାଳୟ ପୋଷାକ?
କେଉଁଠାରୁ ଓ କେମିତି କିଣାଯାଏ ପୋଷାକ?
Follow Us