CAG Flags Concern as 39% Odisha Students Quit School Due to Lack of Interest Photograph: (Kanak News)
କନକ ବ୍ୟୁରୋ: ପାଠ ପଢ଼ିବାକୁ ମନ ଲାଗୁନି । ଅଧାରୁ ପାଠପଢ଼ା ଛାଡୁଛନ୍ତି ପିଲା । ରାଜ୍ୟରେ ଅଧାରୁ ପାଠପଢ଼ା ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସିଏଜି । କାହିଁକି ପିଲାମାନେ ପଢ଼ା ଛାଡୁଛନ୍ତି ଏନେଇ ରାଜ୍ୟରେ ହୋଇଥିଲା ଏକ ସର୍ବେକ୍ଷଣ । ଏହି ରିପୋର୍ଟରେ, ୩୯ ପ୍ରତିଶତ ଉତ୍ତରଦାତା ପାଠପଢ଼ା ଅଧାରୁ ଛାଡ଼ିବା କାରଣ ଅନିଚ୍ଛା ବୋଲି ଜଣାପଡ଼ିଛି ।
ରାଜରାସ୍ତାରେ ଆୟୁଷ ଛାତ୍ରଛାତ୍ରୀ; ସରକାରଙ୍କୁ ମାଗିଲେ ଲିଖିତ ପ୍ରତିଶ୍ରୁତି
ଏହା ବ୍ୟତୀତ ଅନ୍ୟ କାରଣ ହେଉଛି ପିତାମାତାଙ୍କ ଆର୍ଥିକ ସମସ୍ୟା ଓ ଦାରିଦ୍ର୍ୟତା, ଅଳ୍ପ ବୟସରେ ବିବାହ, ଶୀଘ୍ର ରୋଜଗାର କରିବାର ଚାପ, ଛାତ୍ରଛାତ୍ରୀଙ୍କୁ ଘର କାମରେ ଲଗାଇବା । ପିତାମାତାଙ୍କୁ କୃଷି ଓ ଅନ୍ୟାନ୍ୟ କାମରେ ସାହାଯ୍ୟ କରିବା, ଅତି ଦୂର କିମ୍ବା ଦୁର୍ଗମ ଅଞ୍ଚଳରେ ବିଦ୍ୟାଳୟ ଥିବାରୁ ଓ ପିଲାଙ୍କୁ ପଢ଼ାଇବା ପାଇଁ ଅଭିବାବକଙ୍କ ଆଗ୍ରହ ନଥିବା ଆଦି କାରଣ ରହିଛି ।
Follow Us