କନକ ବ୍ୟୁରୋ: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଯାହା ୟୁନିଭରସିଟିର ଶୈକ୍ଷିକ ଯାତ୍ରାରେ ଏକ ମାଇଲଖୁଣ୍ଟ । ଏହି ସମାରୋହରେ ଓଡିଶାର ମହାମହିମ ରାଜ୍ୟପାଳ ତଥା ବିଜିୟୁ କୁଳାଧିପତି ଡଃ. ହରିବାବୁ କମ୍ଭମପତି ଅଧ୍ୟକ୍ଷତା କରିଥିଲେ । କେପିଏମ୍ଜି ଇଣ୍ଡିଆର ଶିକ୍ଷା ଏବଂ ଦକ୍ଷତା ବିକାଶ ପାର୍ଟନର ଏବଂ ନ୍ୟାଶନାଲ ଲିଡର ନାରାୟଣ ରାମାସ୍ୱାମୀ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ମହାମହିମ ରାଜ୍ୟପାଳ କହିଥିଲେ ଯେ ଶିକ୍ଷା ଏକ ଜୀବନବ୍ୟାପୀ ଯାତ୍ରା । ସତ୍ୟନିଷ୍ଠ, କରୁଣା ଏବଂ ଦୃଢତାର ମୂଲ୍ୟବୋଧକୁ ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ଜୀବନରେ ଅଣାଯାଇପାରିଥିବା ସକାରତ୍ମକତା ହିଁ ବାସ୍ତବ ଜୀବନର ସଫଳତା ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ନାରାୟଣ ରାମାସ୍ୱାମୀ ରାଙ୍କ ଦିକ୍ଷାନ୍ତ ଭାଷଣରେ ବର୍ତ୍ତମାନର ଯୁଗକୁ ଏକ ଅଦ୍ଭୁଦପୂର୍ବ ସୁଯୋଗର ଯୁଗ ଭାବେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ତାଙ୍କ କ୍ୟାରିୟରକୁ ପ୍ରଯୁକ୍ତି ବିଦ୍ୟା, ସ୍ଥାୟୀତ୍ୱ ଓ ବିଶ୍ୱ ନାଗରିକତ୍ୱ ସହ ସମନ୍ୱିତ କରିବାକୁ ଉପଦେଶ ଦେଇଥିଲେ । ବିଜିୟୁ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଦସ୍ୟ ପି କେ ମିଶ୍ର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ । ୨୦୨୪-୨୫ ଶିକ୍ଷାବର୍ଷର ବାର୍ଷିକ ରିପୋର୍ଟ ଉପସ୍ଥାପନା କରି କୁପପତି ପ୍ରଫେସର କୂଳଭୁଷଣ ବାଲୁନି ୟୁନିଭରସିଟିର ଶୈକ୍ଷିକ ସଫଳତା, ଗବେଷଣା ଓ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ
କରିଥିଲେ । ଚଳିତ ବର୍ଷର ମୋଟ୍ ୪୫୬ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା ଯେଉଁଥିରେ ୨୨୮ ସ୍ନାତକତ୍ତୋର ଡିଗ୍ରୀ, ୨୨୪ ସ୍ନାତକ ଡିଗ୍ରୀ, ୪ ଡକ୍ଟରେଟ୍ ଡିଗ୍ରି ଓ ୧୭ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବିଜିୟୁ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଏବଂ ବୋର୍ଡ ଅଫ୍ ମ୍ୟାନେଜମେଣ୍ଟର ସଦସ୍ୟଗଣ, ଫାକଲ୍ଟି, ଛାତ୍ରଛାତ୍ରୀ, ଅତିଥି ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/07/hari-babu-kambhampati-2025-12-07-19-47-24.jpg)