5Tରେ ୯୦ କୋଟିର ଦୁର୍ନୀତି ଧରିଥିଲେ ସିଏଜି ; ଗଞ୍ଜାମରେ ବେଆଇନ ଭାବେ ୬.୬୩ କୋଟି ଖର୍ଚ୍ଚ

Advertisment

ଡେସ୍କ କିଣାଠୁ କଳାପଟା ଯାଏଁ ଦୁର୍ନୀତିର ଗନ୍ଧ । କାମ ହୋଇନି, ବିଲ୍‌ ଦିଆଯାଇଛି । ତୃତୀୟ ପକ୍ଷକୁ ଟେକି ଦିଆଯାଇଛି ଅର୍ଥ । ରୂପାନ୍ତର ନାଁରେ ହରିଲୁଟ୍‌ ଅଭିଯୋଗ । ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଲୁଟ୍‌ । ସେପଟେ ମୋ ସ୍କୁଲ ଯୋଜନା ଟଙ୍କା ମଧ୍ୟ ହେରଫେର ହୋଇଥିବା ଅଭିଯୋଗ ।

ଡେସ୍କ କିଣାଠୁ କଳାପଟା ଯାଏଁ ଦୁର୍ନୀତିର ଗନ୍ଧ । କାମ ହୋଇନି, ବିଲ୍‌ ଦିଆଯାଇଛି । ତୃତୀୟ ପକ୍ଷକୁ ଟେକି ଦିଆଯାଇଛି ଅର୍ଥ । ରୂପାନ୍ତର ନାଁରେ ହରିଲୁଟ୍‌ ଅଭିଯୋଗ । ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଲୁଟ୍‌ । ସେପଟେ ମୋ ସ୍କୁଲ ଯୋଜନା ଟଙ୍କା ମଧ୍ୟ ହେରଫେର ହୋଇଥିବା ଅଭିଯୋଗ ।

5T PROJECT

5T PROJECT Photograph: (KANAK NEWS)

କନକ ବ୍ୟୁରୋ :5Tରେ ମହାକେଳେଙ୍କାରୀ , ସ୍ବଚ୍ଛତାର ଧଜିଆ ଉଡ଼ିଲା । ଡେସ୍କ କିଣାଠୁ କଳାପଟା ଯାଏଁ ଦୁର୍ନୀତିର ଗନ୍ଧ । କାମ ହୋଇନି, ବିଲ୍‌ ଦିଆଯାଇଛି । ତୃତୀୟ ପକ୍ଷକୁ ଟେକି ଦିଆଯାଇଛି ଅର୍ଥ । ରୂପାନ୍ତର ନାଁରେ ହରିଲୁଟ୍‌ ଅଭିଯୋଗ । ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଲୁଟ୍‌ । ସେପଟେ ମୋ ସ୍କୁଲ ଯୋଜନା ଟଙ୍କା ମଧ୍ୟ ହେରଫେର ହୋଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଖୋଲିଛି ଦୁର୍ନୀତିର ପେଡ଼ି । ଫାଇଭ ଟି ହେବା ଦିନଠାରୁ ଏଠାରେ ଖୋଲା ହୋଇନି ସାଇନ୍ସ ଲାବ୍ରୋଟୋରି । ସେହିଭଳି ପୁରୁଣା ଓ ଭଙ୍ଗା ଟେବୁଲ ଚେୟାରରେ ବସିଛନ୍ତି ପିଲା । 

ସେପଟେ ଫାଇଭ-ଟିରେ ଲାଗିଥିବା ସ୍ମାର୍ଟ ବୋର୍ଡ ବା ଏଲଇଡି କାମ କରୁନି । ଖାଲି ସେତିକି ନୁହେଁ ସାଇନ୍ସ ଲାବ୍ରୋଟୋରିର ବିଭିନ୍ନ ଜାଗାରେ ଲାଗିଥିବା ଗ୍ରାନାଇଟ ଖସି ତଳେ ପଡ଼ିଥିବା ବେଳେ ଏହି ଶ୍ରେଣୀ ଗୃହ ଆରମ୍ଭ ହେବା ଦିନଠାରୁ ଖୋଲାଯାଇନି । ଯାହା ଫଳରେ ଶ୍ରେଣୀ ଗୃହ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଏ ଖବର ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗାରଗାଁରେ ଥିବା ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର । 

ଅଧିକ ପଢ଼ନ୍ତୁ---ବଡ଼ ବୟାନ ଦେଲେ ମୋହନ ଭାଗବତ ; ‘କହିଲେ RSS ହିନ୍ଦୁଙ୍କ ସଂରକ୍ଷଣ ପକ୍ଷରେ…’

୨୦୨୧ ମସିହାରେ ଏହି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କରିବା ପାଇଁ ୪୫ ଲକ୍ଷ ବ୍ୟୟବରାଦ ହୋଇଥିଲା । ଏହି ଟଙ୍କାରେ ପୁରୁଣା କାନ୍ଥ ଉପରେ ଛାତ ପକାଯାଇଥିବା ବେଳେ ଗୋଟିଏ ଶୌଚାଳୟ ଓ ସ୍ମାର୍ଟ ବୋର୍ଡ କରାଯାଇଥିଲା । ଇ-ପାଠାଗାରା ଓ ସାଇନ୍ସ ଲାବ୍ରୋଟୋରି ନିର୍ମାଣ ହୋଇ ଅବ୍ୟବହୃତ ହୋଇ ପଡ଼ି ରହିଛି । ପୁରୁଣା କାନ୍ଥରେ ଚୂନ ମାରି ୪୫ ଲକ୍ଷ ବିଲ୍‌ ହୋଇଛି । ସେପଟେ ୫ଟି ରେ କିଣାଯାଇଥିବା ଲକ୍ଷାଧିକ ଟଙ୍କାର ଚେୟାର ଟେବୁଲ୍ ସ୍କୁଲରେ ନଥିବା ବେଳେ ପିଲା ଭଙ୍ଗା ଚେୟାର ଟେବୁଲରେ ବସି ପାଠ ପଢ଼ୁଛନ୍ତି । 

ସେହିଭଳି ସରକାର ଆରମ୍ଭ କରିଥିବା ମୋ ସ୍କୁଲ ଯୋଜନାରେ ପ୍ରଧାନ ଶିକ୍ଷକ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହୋଇଛି । ତାଳ ଗାଁର କେ ପ୍ରଶାନ୍ତ କୁମାର ପାତ୍ର ୨୦୨୧ ମସିହାରେ ଫାଇଭ୍‌ ଟି କାମ ଚାଲିଥିବା ବେଳେ ତାଙ୍କ ବାପାଙ୍କ ନାମରେ ଏକ ସାଇନ୍ସ ଲାବ୍ରୋଟୋରି କରିବା ପାଇଁ ମୋ ସ୍କୁଲ ଯୋଜନାରେ ୭ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ, ସରକାରଙ୍କ ନିୟମ ଅନୁଯାୟୀ ୩ ଗୁଣ ହୋଇ ୨୧ ଲକ୍ଷ ଟଙ୍କା ସ୍କୁଲକୁ ମିଳିଥିଲା । ସେହି ପଇସାରେ କୌଣସି ସାଇନ୍ସଲ୍ୟାବ୍‌ ନକରି ଫାଇଭ ଟିର ଲାବ୍ରୋଟୋରିକୁ ଦେଖାଇ ଏହି ଟଙ୍କା ହଡ଼ପ ହୋଇଥିବା ପ୍ରଶାନ୍ତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe