କନକ ବ୍ୟୁରୋ :5Tରେ ମହାକେଳେଙ୍କାରୀ , ସ୍ବଚ୍ଛତାର ଧଜିଆ ଉଡ଼ିଲା । ଡେସ୍କ କିଣାଠୁ କଳାପଟା ଯାଏଁ ଦୁର୍ନୀତିର ଗନ୍ଧ । କାମ ହୋଇନି, ବିଲ୍ ଦିଆଯାଇଛି । ତୃତୀୟ ପକ୍ଷକୁ ଟେକି ଦିଆଯାଇଛି ଅର୍ଥ । ରୂପାନ୍ତର ନାଁରେ ହରିଲୁଟ୍ ଅଭିଯୋଗ । ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଲୁଟ୍ । ସେପଟେ ମୋ ସ୍କୁଲ ଯୋଜନା ଟଙ୍କା ମଧ୍ୟ ହେରଫେର ହୋଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଖୋଲିଛି ଦୁର୍ନୀତିର ପେଡ଼ି । ଫାଇଭ ଟି ହେବା ଦିନଠାରୁ ଏଠାରେ ଖୋଲା ହୋଇନି ସାଇନ୍ସ ଲାବ୍ରୋଟୋରି । ସେହିଭଳି ପୁରୁଣା ଓ ଭଙ୍ଗା ଟେବୁଲ ଚେୟାରରେ ବସିଛନ୍ତି ପିଲା ।
ସେପଟେ ଫାଇଭ-ଟିରେ ଲାଗିଥିବା ସ୍ମାର୍ଟ ବୋର୍ଡ ବା ଏଲଇଡି କାମ କରୁନି । ଖାଲି ସେତିକି ନୁହେଁ ସାଇନ୍ସ ଲାବ୍ରୋଟୋରିର ବିଭିନ୍ନ ଜାଗାରେ ଲାଗିଥିବା ଗ୍ରାନାଇଟ ଖସି ତଳେ ପଡ଼ିଥିବା ବେଳେ ଏହି ଶ୍ରେଣୀ ଗୃହ ଆରମ୍ଭ ହେବା ଦିନଠାରୁ ଖୋଲାଯାଇନି । ଯାହା ଫଳରେ ଶ୍ରେଣୀ ଗୃହ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଏ ଖବର ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗାରଗାଁରେ ଥିବା ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ।
ଅଧିକ ପଢ଼ନ୍ତୁ---ବଡ଼ ବୟାନ ଦେଲେ ମୋହନ ଭାଗବତ ; ‘କହିଲେ RSS ହିନ୍ଦୁଙ୍କ ସଂରକ୍ଷଣ ପକ୍ଷରେ…’
୨୦୨୧ ମସିହାରେ ଏହି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କରିବା ପାଇଁ ୪୫ ଲକ୍ଷ ବ୍ୟୟବରାଦ ହୋଇଥିଲା । ଏହି ଟଙ୍କାରେ ପୁରୁଣା କାନ୍ଥ ଉପରେ ଛାତ ପକାଯାଇଥିବା ବେଳେ ଗୋଟିଏ ଶୌଚାଳୟ ଓ ସ୍ମାର୍ଟ ବୋର୍ଡ କରାଯାଇଥିଲା । ଇ-ପାଠାଗାରା ଓ ସାଇନ୍ସ ଲାବ୍ରୋଟୋରି ନିର୍ମାଣ ହୋଇ ଅବ୍ୟବହୃତ ହୋଇ ପଡ଼ି ରହିଛି । ପୁରୁଣା କାନ୍ଥରେ ଚୂନ ମାରି ୪୫ ଲକ୍ଷ ବିଲ୍ ହୋଇଛି । ସେପଟେ ୫ଟି ରେ କିଣାଯାଇଥିବା ଲକ୍ଷାଧିକ ଟଙ୍କାର ଚେୟାର ଟେବୁଲ୍ ସ୍କୁଲରେ ନଥିବା ବେଳେ ପିଲା ଭଙ୍ଗା ଚେୟାର ଟେବୁଲରେ ବସି ପାଠ ପଢ଼ୁଛନ୍ତି ।
ସେହିଭଳି ସରକାର ଆରମ୍ଭ କରିଥିବା ମୋ ସ୍କୁଲ ଯୋଜନାରେ ପ୍ରଧାନ ଶିକ୍ଷକ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହୋଇଛି । ତାଳ ଗାଁର କେ ପ୍ରଶାନ୍ତ କୁମାର ପାତ୍ର ୨୦୨୧ ମସିହାରେ ଫାଇଭ୍ ଟି କାମ ଚାଲିଥିବା ବେଳେ ତାଙ୍କ ବାପାଙ୍କ ନାମରେ ଏକ ସାଇନ୍ସ ଲାବ୍ରୋଟୋରି କରିବା ପାଇଁ ମୋ ସ୍କୁଲ ଯୋଜନାରେ ୭ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ, ସରକାରଙ୍କ ନିୟମ ଅନୁଯାୟୀ ୩ ଗୁଣ ହୋଇ ୨୧ ଲକ୍ଷ ଟଙ୍କା ସ୍କୁଲକୁ ମିଳିଥିଲା । ସେହି ପଇସାରେ କୌଣସି ସାଇନ୍ସଲ୍ୟାବ୍ ନକରି ଫାଇଭ ଟିର ଲାବ୍ରୋଟୋରିକୁ ଦେଖାଇ ଏହି ଟଙ୍କା ହଡ଼ପ ହୋଇଥିବା ପ୍ରଶାନ୍ତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/22/5t-project-2025-12-22-16-23-23.jpg)