କନକ ବ୍ୟୁରୋ:  ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୋହଦ ଚୌରହା ଥାନା ଅଧୀନସ୍ଥ ଚିମକା ଗ୍ରାମ ନିକଟରେ ଜାତୀୟ ରାଜପଥ ୭୧୯ରେ ଆଜି ଭୋର୍‌ ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ହୋଇଛି । ଏକ ବସ୍‌ ଏକ ଭ୍ୟାନ୍‌କୁ ଧକ୍କା ‌ଦେବା ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ୬ ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ଗ୍ବାଲିଅର ପଠାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁର୍ଘଟଣାର ପ୍ରଭାବ ଫଳରେ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ ଚେପା ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ :  ଦିନକରେ ୩ ହତ୍ୟା! ହାଣିଲେ, ପିଟିଲେ, ମୁଣ୍ଡ ଗଡ଼ାଇଲେ

ସ୍ଥାନୀୟ ଲୋକମାନେ ଉଦ୍ଧାର ଅପରେସନ୍‌ ଆରମ୍ଭ କରିବାପରେ ପୁଲିସରେ ଖବର ଦେଇଥିଲେ। ଭ୍ୟାନ୍‌ରେ ଥିବା ବ୍ୟକ୍ତିମାନେ ଭିଣ୍ଡ୍‌ରୁ ଗ୍ବାଲିୟର ଯାଉଥିଲେ । ଅନ୍ୟପକ୍ଷେ ବସ୍‌ଟି ସହରରେ ଏକ ବିବାହ ଉତ୍ସବରେ ଲୋକଙ୍କୁ ଛାଡ଼ି ଫେରୁଥିଲା । ତେବେ ବସ୍‌ରେ କୌଣସି ଜଣେ ହେଲେ ଯାତ୍ରୀ ନଥିଲେ । ପ୍ରାଥମିକ ତଦନ୍ତ ଅନୁଯାୟୀ ଦ୍ରୁତ ଚାଳନା ଦୁର୍ଘଟଣାର ପ୍ରମୁଖ କାରଣ। ଘଟଣାପରେ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା ।