କନକ ବ୍ୟୁରୋ: ଯଶପ୍ରୀତ ବୁମରାହକୋଲକାତା ଟେଷ୍ଟର ପ୍ରଥମ ଦିନ ତାଙ୍କ ବୋଲିଂରେ ଜଲଓ୍ୱା ଦେଖାଇଛନ୍ତି । ଇଡେନ ଗାର୍ଡେନରେ ସେ ତାଙ୍କ ବୋଲିଂରେ ଦର୍ଶକଙ୍କ ମନ ଜିତିଥିଲେ । ବୁମରାହ ଏହି ସମୟରେ ପାଞ୍ଚଟି ୱିକେଟ୍ ନେଇ 'ଫାଇଭ୍ ୱିକେଟ୍ ହଲ୍' ହାସଲ କରି ଭଗବତ ଚନ୍ଦ୍ରଶେଖରଙ୍କ ରେକର୍ଡ଼ର ସମକକ୍ଷ ହୋଇପାରିଛନ୍ତି ।

Advertisment

ଶୁକ୍ରବାର ଦିନ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୫୯ ରନରେ ଅଲଆଉଟ୍ କରିଦେଇଥିଲା । ଏହା ପଛରେ ବୁମରାହଙ୍କ ବଡ଼ ଭୂମିକା ଥିଲା । ବୁମରାହ ମାତ୍ର ୨୭ ରନ୍ ଦେଇ ପାଞ୍ଚଟି ୱିକେଟ୍ ହାସଲ କରିଥିଲେ ।

ବୁମରାହ ଏଡେନ୍ ମାରକ୍ରାମ, ରିଆନ୍ ରିକେଲଟନ୍, ଟୋନି ଡି ଜର୍ଜି, ସାଇମନ୍ ହାର୍ମର ଏବଂ କେଶବ ମହାରାଜଙ୍କୁ ଆଉଟ୍ କରିଥିଲେ । ବୁମରାହଙ୍କ ବ୍ୟତୀତ ମହମ୍ମଦ ସିରାଜ ୨, କୁଲଦୀପ ଯାଦବ ୨ ଏବଂ ଅକ୍ଷର ପଟେଲ ୧ ଓ୍ୱିକେଟ ନେଇଥିଲେ ।  

ଆହୁରି ପଢ଼ନ୍ତୁ... ଜେଲରେ ଥାଇ ଜିତିଗଲେ ନେତା, ବାହୁବଳୀ ନେତା ଅନନ୍ତ ସିଂଙ୍କୁ ବାଛିଲେ ଜନତା

ଟସ୍ ଜିତିବା ପରେ ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ଅତ୍ୟନ୍ତ ନିରାଶାଜନକ ଥିଲା । ଭିଆନ୍ ମୁଲ୍ଡର ଏବଂ ଟୋନି ଡି ଜର୍ଜି ଯୁଗ୍ମ ଭାବେ ସର୍ବାଧିକ ୨୪-୨୪ ରନ୍ କରିଥିଲେ । ମାରକ୍ରାମ ୩୧ ରନ କରିଥିବା ବେଳେ ରିକ୍ଲେଟନ୍ ୨୩ ରନ କରିଥିଲେ । 

ଭାରତରେ କୌଣସି ଟେଷ୍ଟ ମ୍ୟାଚରେ ପ୍ରଥମ ଦିନରେ, ପାଞ୍ଚ ୱିକେଟ୍ ନେବାରେ ଯଶପ୍ରୀତ ବୁମରାହ ପ୍ରଥମ ଦ୍ରୁତ ବୋଲର ହୋଇଛନ୍ତି । ଏହା ପୂର୍ବରୁ ଇଶାନ୍ତ ଶର୍ମା ୨୦୧୯ରେ ଏହି ମଇଦାନରେ ବାଂଲାଦେଶ ବିପକ୍ଷରେ ଡେ-ନାଇଟ୍ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଥିଲେ ।

ଭାରତୀୟ ମାଟିରେ ଟେଷ୍ଟରେ ଏହି କାରନାମା ଶେଷ ଥର ପାଇଁ ୨୦୦୮ରେ ଅହମଦାବାଦରେ ଡେଲ୍ ଷ୍ଟେନ୍ କରିଥିଲେ । ଗତ ବର୍ଷ ବେଙ୍ଗାଲୁରୁ ଟେଷ୍ଟରେ ମାଟ୍ ହେନେରୀ ଦ୍ୱିତୀୟ ଦିନରେ ପାଞ୍ଚ ୱିକେଟ୍ ନେଇଥିଲେ, କାରଣ ପ୍ରଥମ ଦିନର ସମ୍ପୂର୍ଣ୍ଣ ଖେଳ ବର୍ଷାରେ ଧୋଇ ହୋଇଯାଇଥିଲା । ବୁମରାହ ମଧ୍ୟ କିମ୍ବଦନ୍ତୀ ସ୍ପିନର ଭଗବତ ଚନ୍ଦ୍ରଶେଖରଙ୍କ ଫାଇଭ୍ ୱିକେଟ୍ ହଲ୍ କ୍ଲବରେ ସାମିଲ ହୋଇଛନ୍ତି ।