ଯଶପ୍ରୀତ ବୁମରାହ ରଚିଲେ ଇତିହାସ: ଭାଙ୍ଗିଲେ କପିଳ ଦେବଙ୍କ ରେକର୍ଡ

338

କନକ ବ୍ୟୁରୋ: ଇଂଲଣ୍ଡ ବିରୋଧରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରାହ ଇତିହାସ ରଚିଛନ୍ତି । ବୁମରାହ ଟେଷ୍ଟ କ୍ରିକେଟରେ ୧୦୦ ୱିକେଟ ହାସଲ କରିଛନ୍ତି । ଏହି କାରନାମା ସେ ମାତ୍ର ୨୪ ମ୍ୟାଚରେ କରିଛନ୍ତି । ଏହାସହ କପିଳ ଦେବଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ବୁମରାହ ।

ବର୍ତ୍ତମାନ ବୁମରାହ ଟେଷ୍ଟ କ୍ରିକେଟରେ ସବୁଠାରୁ ଦ୍ରୁତ ୧୦୦ ୱିକେଟ ନେଇଥିବା ଖେଳାଳି ହୋଇଛନ୍ତି । କପିଳ ଦେବ ଏହି ରେକର୍ଡ ୨୫ଟି ମ୍ୟାଚ ଖେଳି ହାସଲ କରିଥିଲେ । ଭାରତର ୭ ବୋଲର ଆଜି ଯାଏଁ ୧୦୦ ୱିକେଟ ନେବାରେ ସଫଳ ହୋଇଛନ୍ତି । ଏହ ଲିଷ୍ଟରେ କପିଳ ଦେବ ଜାହିର ଖାନ, ଜବାଗଲ ଶ୍ରୀନାଥ, ଇଶାନ୍ତ ଶର୍ମା, କରସନ ଧାବରୀ, ଇରଫାନ ପଠାନ ଓ ମହମ୍ମଦ ସାମୀ ।