ରାଗିଗଲେ ବୁମରା ; ଫୋପାଡ଼ିଲେ ଫ୍ୟାନ୍ସଙ୍କ ଫୋନ୍

Advertisment

ନିକଟରେ ଏମିତି ହିଁ କିଛି ଚର୍ଚ୍ଚା ହେଉଛି ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି ଜସପ୍ରିତ୍ ବୁମରାଙ୍କ ବିଷୟରେ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ବୁମ୍ ବୁମ୍ ବୁମରା ଏବଂ ଜଣେ ଫ୍ୟାନ୍ସଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି ।

ନିକଟରେ ଏମିତି ହିଁ କିଛି ଚର୍ଚ୍ଚା ହେଉଛି ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି ଜସପ୍ରିତ୍ ବୁମରାଙ୍କ ବିଷୟରେ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ବୁମ୍ ବୁମ୍ ବୁମରା ଏବଂ ଜଣେ ଫ୍ୟାନ୍ସଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି ।

Jasprit Bumrah

Jasprit Bumrah Photograph: (Kanak News)

କନକ ବ୍ୟୁରୋ : ଭାରତ ଏବଂ କ୍ରିକେଟ୍ ଭିତରେ କେଉଁ କାଳରୁ ଏକ ନିବିଡ଼ ସମ୍ପର୍କ ରହିଆସିଛି । କ୍ରିକେଟର କୌଣସି ସୂଚନା କିମ୍ବା କ୍ରିକେଟରଙ୍କ ଜୀବନକୁ ନେଇ କିଛି ସୂଚନା ମିଳିଲେ ତାହା ପୂରା ଭାରତ ନଜାଣିବ ଏହା ଅସମ୍ଭବ । ଖାସ୍ କରି କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନ , ବିବାହ ଏବଂ ବିବାଦକୁ ନେଇ ସୋସିଆଲ୍ ମିଡିଆରେ ଅଧିକ ଚର୍ଚ୍ଚା ହୁଏ । ନିକଟରେ ଏମିତି ହିଁ କିଛି ଚର୍ଚ୍ଚା ହେଉଛି ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳି ଜସପ୍ରିତ୍ ବୁମରାଙ୍କ ବିଷୟରେ । ତାଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ବୁମ୍ ବୁମ୍ ବୁମରା ଏବଂ ଜଣେ ଫ୍ୟାନ୍ସଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ଦୁହେଁ ଗୋଟିଏ ସମୟରେ ଏୟାରପୋର୍ଟରେ ଚେକ-ଇନ୍ କରୁଥିବା ବେଳେ ପ୍ରଶଂସକ ବିନା ଅନୁମତିରେ ଇଣ୍ଡିଆନ୍ ଫାଷ୍ଟ୍ ବୋଲରଙ୍କ ଭିଡ଼ିଓ ଉତ୍ତୋଳନ କରୁଥିଲେ । ବୁମରା ପ୍ରଥମେ ଉକ୍ତ ଯୁବକଙ୍କୁ ସେଲ୍ଫି ଭିଡିଓ ନେବା ପାଇଁ ମନା କରିଥିଲେ । କିନ୍ତୁ ଯେତେବେଳେ ପ୍ରଶଂସକ କ୍ରିକେଟରଙ୍କ କଥାକୁ ନମାନି ଭିଡିଓ କରୁଥିଲେ ସେତେବେଳେ ବୁମରା ରାଗି ଯାଇଥିଲେ ଏବଂ ଫ୍ୟାନଙ୍କଠାରୁ ଫୋନ୍ ଛଡ଼ାଇ ଫୋପାଡ଼ି ଦେଇଥିଲେ । 

ଭିଡିଓରେ ଦେଖାଯାଉଛି ଯେ ବୁମରା ଏବଂ ଯୁବକ ସ୍ଲାଇଡରରେ ଆସୁଥିବା ବେଳେ ଯୁବକ ଭିଡ଼ିଓ କରି କହୁଛନ୍ତି ଯେ ମୁଁ ଆପଣଙ୍କ ସହ ବିମାନରେ ଯିବି ସାର୍ । ଏହି ସମୟରେ ବୁମରା କହୁଛନ୍ତି ଫୋନ୍ ପଡ଼ିଯିବ ଯଦି ମତେ କହିବନି । ଏହି କଥାରେ ଯୁବକ କହୁଛନ୍ତି କିଛି କଥା ନାହିଁ ସାର୍ । ବୁମରା ଠିକ୍ ଅଛି , କୁଲ୍ କହି ଯୁବକଙ୍କ ହାତରୁ ଫୋନ୍ ଛଡ଼ାଇ ନେଉଛନ୍ତି ଏବଂ ଫୋପାଡ଼ି ଦେଉଛନ୍ତି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ପ୍ରଶଂସକ ବିନା ଅନୁମତିରେ କ୍ରିକେଟରଙ୍କ ଭିଡିଓ ସୁଟ୍ କରୁଛନ୍ତି କିନ୍ତୁ ଏହା ପରେ ବି ଭାରତର ଏହି ଦ୍ରୁତ ବୋଲରଙ୍କୁ ସୋସିଆଲ୍ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ୟୁଜର୍ସ କହୁଛନ୍ତି ଯେ ପଡ଼ିଆରେ କୁଲ୍ ଥିବା ବୁମରା ଫ୍ୟାନଙ୍କ ଫୋନ୍ ଫୋପାଡ଼ିବା ଆଦୌ କୁଲ୍ ବ୍ୟବହାର ନୁହେଁ । ଅନ୍ୟପଟେ ବୁମରାଙ୍କ କିଛି ସମର୍ଥକ ମଧ୍ୟ ତାଙ୍କୁ ସମର୍ଥନ ଜଣାଇ ଯୁବକଙ୍କ ଭୁଲ୍ ଥିବା କଥା କହୁଛନ୍ତି । 

ଅଧିକ ପଢ଼ନ୍ତୁ---କାହିଁକି ଅଧାରୁ ସିରିଜ୍‌ ଛାଡିଲେ ବୁମ୍‌ରା ? ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ ନଥିଲା

ତେବେ ବୁମରା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଚାଲିଥିବା ଟି-୨୦ ଅନ୍ତର୍ଜାତୀୟ ସିରିଜର ଅଂଶ । କଟକରେ ହୋଇଥିବା ପ୍ରଥମ ମ୍ୟାଚରେ ସେ ମାତ୍ର ୧୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ । କିନ୍ତୁ ମୁଲାନପୁରରେ ହୋଇଥିବା ଦ୍ୱିତୀୟ ମ୍ୟାଚରେ ବୁମରା ଶୂନ ୱିକେଟରେ ୪୫ ରନ୍ କରିଥିଲେ । ବ୍ୟକ୍ତିଗତ କାରଣରୁ ସେ ଧର୍ମଶାଳାରେ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିପାରି ନଥିଲେ । ବର୍ତ୍ତମାନ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ହେବାକୁ ଥିବା ଚତୁର୍ଥ ମ୍ୟାଚ୍ ଘନ କୁହୁଡ଼ି ଯୋଗୁଁ ବାତିଲ କରାଯାଇଥିଲା । ପଞ୍ଚମ ଏବଂ ଶେଷ ମ୍ୟାଚ୍ ଡିସେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଭାରତ ବର୍ତ୍ତମାନ ସିରିଜ୍ ରେ ୨-୧ରେ ଆଗୁଆ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe