କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶାରେ ଆରମ୍ଭ ହୋଇଛି ତନାଘନା । ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ବସ୍ତିରେ ଚଢ଼ାଉ କରିବା ପରେ ଆଜି ସେମାନଙ୍କ ଘର ଉପରେ ବୁଲିଛି ବୁଲଡୋଜର । ସେପଟେ କେନ୍ଦ୍ରାପଡାରେ ବି ଚେକିଂକୁ ଜୋରଦାର କରିଛି ପୁଲିସ୍ ।
ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରୁ ବନ୍ଧୁକ, ଖଣ୍ଡା, କଟୁରି ଜବତ ହୋଇଛି । ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ଅଞ୍ଚଳରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଘର ଉପରେ ବୁଲଡୋଜର ଚଳାଇଛି ଜିଲ୍ଲା ପ୍ରଶାସନ । ପ୍ରଥମେ ବେହେରାମପୁର ଗୋଚର ଜମିରେ ନିର୍ମାଣ ହେଉଥିବା ୧୦ ବଖରା ଘରକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି । ପରେ ଧନୀପୁରରେ ବେଆଇନ ଘର କରି ରହୁଥିବା ଏକାଧିକ ଘର ଭାଙ୍ଗି ଦେଇଛି ପ୍ରଶାସନ ।
ଅଧିକ ପଢ଼ନ୍ତୁ : ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀ ଅଟକ ; ସନ୍ଦିଗ୍ଧଙ୍କ ଘର ଭାଙ୍ଗିଲା ପ୍ରଶାସନ
ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଠିକଣାରେ ଚଢ଼ାଉବେଳେ, ସେମାନେ ନିଜକୁ ପଶ୍ଚିମବଂଗର ଅଧିବାସୀ କହୁଥିଲେ ବି ପରିଚୟପତ୍ର ଦେଖାଇ ପାରିନଥିଲେ । ସନ୍ଦେହରେ ଦୁଇ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଥିଲା । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମ ସମେତ ୧୦ରୁ ଅଧିକ ପୁରୁଷ ଓ ମହିଳା ଫେରାର ହୋଇଯାଇଥିଲେ । ଉତ୍ତେଜନା ଦେଖାଦେବାରୁ ଅଧିକ ପୁଲିସ ମୁତୟନ ପୁଲିସ ମୁତୟନ କରାଯାଇଥିଲା । ଆଜି ପୁଣି ଧନୀପୁରରେ ଚଢ଼ାଉ କରିଥିଲା ପୁଲିସ୍ । ଚଢ଼ାଉ ପରେ ଘର ଭାଙ୍ଗିଥିଲା । ତେବେ ଉଚ୍ଛେଦ ବେଳେ କାନ୍ଦିଥିଲେ ଦୀର୍ଘ ଦିନ ହେବ ରହି ଆସୁଥିବା ବାଂଲାଦେଶୀ ।
ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀ ଫେରାର ହେବା ପରେ କେନ୍ଦ୍ରାପଡାରେ ତନାଘନା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଆଧାର କାର୍ଡ ଯାଞ୍ଚ କରିଛି ପୁଲିସ୍ । ବିଭିନ୍ନ ବସରେ ବି ଯାଂଚକୁ କଡ଼ାକଡ଼ି କରାଯାଉଛି । କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ବେଆଇନ ଭାବେ ହଜାର ହଜାର ବାଂଲାଦେଶୀ ରହୁଛନ୍ତି । କିନ୍ତୁ ସେମାନଙ୍କ ନିକଟରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହେବା ପ୍ରଶାସନକୁ ଚିନ୍ତାରେ ପକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/17/bulldozer-2025-11-17-20-43-11.jpg)