bbsr 4no Market Photograph: (kanak news)
କନକ ବ୍ୟୁରୋ : ବଦଳିବ ୪ ନମ୍ବର ମାର୍କେଟ୍ର ରୂପରେଖ । ଖୋଲିବ ସ୍ୱତନ୍ତ୍ର ମଟନ୍ ମାର୍କେଟ୍ , ବ୍ୟବସ୍ଥିତ ହେବ ପାର୍କିଂ । ଏନେଇ ଆଜି ମାର୍କେଟ ପରିସରରେ ଜବର ଦଖଲ ଉଛେଦ କରିଛି ବିଏମ୍ସି । ରବିବାର ଆଲୋଚନା, ଆଜି ସକାଳୁ ସକାଳୁ ଉଚ୍ଛେଦ । ରାସ୍ତାକଡ଼ ଏବଂ ଡ୍ରେନ୍ ଉପରେ ମାଡ଼ିବସିଥିବା ଜବର ଦଖଲକାରୀଙ୍କୁ ଉଛେଦ କରିଛି ବିଏମ୍ସି । ଭୁବନେଶ୍ବର ୪ ନମ୍ବର ମାର୍କେଟ୍ର , ନବୀକରଣ ପାଇଁ ବିଏମ୍ସି ପକ୍ଷରୁ ଏ ଉଚ୍ଛେଦ କରାଯାଇଛି । ମାର୍କେଟ୍ ଉପରେ ପ୍ରାୟ ହଜାରେରୁ ଅଧିକ ବ୍ୟବସାୟୀ ନିର୍ଭରଶୀଳ । ଖୁବ୍ଶୀଘ୍ର ଏହାକୁ ବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରହିଛି । ହାଟ ଭିତରେ ନିର୍ମିତ ୧୭ଟି ଦୋକାନ, ମଟନ୍ ବ୍ୟବସାୟୀଙ୍କୁ ଆଲର୍ଟ କରାଯାଇଛି । ଯଥାଶୀଘ୍ର ଆଉ ୬ଟି ଦୋକାନ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛି ବିଏମ୍ସି ।
ରାଜଧାନୀର ପୁରାତନ ମାର୍କେଟ୍ ୪ ନମ୍ବର ମାର୍କେଟ । ସହରର ଅଧିକାଂଶ ଲୋକ ଏହି ଆମିଷ ବଜାର ଉପରେ ନିର୍ଭରଶୀଳ । ହେଲେ ମାର୍କେଟରେ ନାହିଁ ପାର୍କିଂ ବ୍ୟବସ୍ଥା । ପରିମଳ ବ୍ୟବସ୍ଥା ବି ଭୁଶୁଡି ପଡ଼ିଛି । ବ୍ୟବସାୟୀଙ୍କ କହିବା କଥା, ବିଏମ୍ସି ଯେଉଁ ଉଦ୍ଦେଶ୍ୟରେ ଉଛେଦ କରୁଛି ସେ ଲକ୍ଷ୍ୟ ପୂରଣ କରୁ , ମାର୍କେଟର ପୁନରୁଦ୍ଧାର ହେଉ । ଅନେକ ସମୟରେ ଉଛେଦ ପରେ ଜାଗା ଖାଲି ପଡୁଥିବାରୁ ପୁଣି ଜବରଦଖଲ ହେଉଛି। ତେଣୁ ଉଛେଦ ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି ।
ଅଧିକ ପଢ଼ନ୍ତୁ--ଚିଲିକାରେ ହେବ ପର୍ଯ୍ୟଟନ ସେକ୍ଟର ; ଆକୃଷ୍ଟ ହେବେ ଦେଶ ଓ ବିଦେଶରେ ପର୍ଯ୍ୟଟକ
Follow Us