ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ, ଚଳିତବର୍ଷ ବଜେଟ୍ ଉପରେ ସମସ୍ତଙ୍କ ନଜର

Advertisment

' ଜୟ ଜଗନ୍ନାଥ ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ । ଦିବଂଗତ ସଦସ୍ୟଙ୍କ ବିୟୋଗରେ ଗୃହରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା  ଏବଂ ତା ସହିତ ସହିଦଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଜ୍ୟପାଳ । ଓଡ଼ିଶାକୁ ଅଧିକରୁ ଅଧିକ  ବିକଶିତ କରିବାକୁ ଲକ୍ଷ୍ୟ ନେଇ କହିଛନ୍ତି ରାଜ୍ୟପାଳ ।

' ଜୟ ଜଗନ୍ନାଥ ' କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ । ଦିବଂଗତ ସଦସ୍ୟଙ୍କ ବିୟୋଗରେ ଗୃହରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା  ଏବଂ ତା ସହିତ ସହିଦଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଜ୍ୟପାଳ । ଓଡ଼ିଶାକୁ ଅଧିକରୁ ଅଧିକ  ବିକଶିତ କରିବାକୁ ଲକ୍ଷ୍ୟ ନେଇ କହିଛନ୍ତି ରାଜ୍ୟପାଳ ।

Odisha Assembly

Odisha Assembly Photograph: (KanakNews)


କନକ ବ୍ୟୁରୋ : ଆରମ୍ଭ ହେଲା  ବିଧାନସଭା ବଜେଟ୍‌  ଅଧିବେଶନ । ବିଧାନସଭାରେ ସଦସ୍ୟମାନେ ମଧ୍ୟ ଆସି ପହଞ୍ଚିସାରିଲେଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କଂଗ୍ରେସର ତମାମ ନେତା ମଧ୍ୟ ଉପସ୍ଥିତ ହୋଇଛନ୍ତି । ସେପଟେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ପହଞ୍ଚିଛନ୍ତି । ପରମ୍ପରା ଅନୁସାରେ ରାଜ୍ୟପାଳଙ୍କୁ  ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଚଳିତବର୍ଷ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ ।  ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ରଖିଲେ ରାଜ୍ୟପାଳ । ଦିବଂଗତ ସଦସ୍ୟଙ୍କ ବିୟୋଗରେ ଗୃହରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା  ଏବଂ ତା ସହିତ ସହିଦଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଜ୍ୟପାଳ । ଓଡ଼ିଶାକୁ ଅଧିକରୁ ଅଧିକ  ବିକଶିତ କରିବାକୁ ଲକ୍ଷ୍ୟ ନେଇ କହିଛନ୍ତି ରାଜ୍ୟପାଳ । ବିକଶିତ ଭାରତର ଓଡ଼ିଶା ଗ୍ରୋଥ ଇଞ୍ଜିନ୍ ହେବ ବୋଲି କହିଛନ୍ତି ରାଜ୍ୟପାଳ । ୨୦୩୬ ମସିହାରେ ଓଡ଼ିଶାକୁ ଶହେ ବର୍ଷ ପୂରିବ ଏବଂ ସମୃଦ୍ଧ ଓଡ଼ିଶା ପାଇଁ ସରକାର କାମ ମଧ୍ୟ କରୁଛନ୍ତି ।

ସେପଟେ ଅର୍ଥନୈତିକ ଅଭିବୃଦ୍ଧିକୁ ଫୋକସ୍ କରାଯିବା ସହିତ ଶିଳ୍ପ , ଆଇଟି , ସେମିକଣ୍ଡକ୍ଟର କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ସେମିକଣ୍ଡକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି ହେବା ନେଇ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ । ଅର୍ଥନୀତି କ୍ଷେତ୍ରରେ  ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡ଼ଲାର ଲକ୍ଷ୍ୟ ରଖାଯାଇଛି ।  ୨୦୬୬ କୋଟିରୁ ଅଧିକ ଅର୍ଥରେ ୨ଟି ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରାଯିବ । ଏହା ସହିତ ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୩୨ ଲକ୍ଷକୁ ବୃଦ୍ଧି କରିବା ପାଇଁ ଳକ୍ଷ୍ୟ ରଖାଯାଇଛି । ସେପଟେ ବହୁମୁଖୀ ଦାରିଦ୍ର୍ୟକୁ ମଧ୍ୟ ୫ ପ୍ରତିଶତ କମାଇବା ଉପରେ ଗୁରୁତ୍ବ ଦିଆଯାଇଛି ।

ଅଧିକ ପଢନ୍ତୁ : ରାଜ୍ୟ ବଜେଟ୍‌ ପାଇଁ ପ୍ରକ୍ରିୟା ଆରମ୍ଭ; ନୂଆ ଯୋଜନା ସହ ଫୋକସ୍‌ରେ ବିକଶିତ ଓଡ଼ିଶା

ମହିଳାମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ମହିଳା ଶ୍ରମଶକ୍ତି ଅଂଶଗ୍ରହଣକୁ ୭୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଏହା ସହ ରକ୍ତହୀନତା ଓ ପୌଷ୍ଟିକ ଅଭାବର ନିରାକରଣ ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦିଆଯାଇଛି । ରାମେଶ୍ବର- ପାରାଦ୍ବୀପ ଉପକୂଳ ରାଜପଥକୁ ଅନୁମୋଦନ ମଧ୍ୟ ଦିଆଯାଇଛି । ଏଥିପାଇଁ ୮୩୦୦ କୋଟି ଟଙ୍କାର ଅନୁମୋଦନ ମିଳିଛି । ଯାହାଫଳରେ ଦୂରତା ଓ ଯାତ୍ରା ସମୟ ୪୫ ପ୍ରତିଶତ ହ୍ରାସ ପାଇବ । ଲଘୁ ଖଣିଜରେ ମଧ୍ୟ ସଂସ୍କାର ଆଣିବେ ସରକାର । ଆହୁରି ୪୦୦ ବିଦ୍ୟୁତ୍ ଚାଳିତ ବସକୁ ମଧ୍ୟ ମଞ୍ଜୁର କରାଯାଇଛି । ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ମଧ୍ୟ ସ୍ବଚ୍ଛ ଓଡ଼ିଶା କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe