କନକ ବ୍ୟୁରୋ : ଆରମ୍ଭ ହେଲା ବଜେଟ୍ ଅଧିବେଶନ । ଆଜି ବଜେଟ ଅଧିବେଶନର ତୃତୀୟ ଦିନ। ତେବେ ଆଜି କେଉଁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ, ନା ଗତକାଲି ଭଳି ମଣ୍ଡି ପ୍ରସଙ୍ଗରେ ଅଚଳ ହେବ ବିଧାନସଭା। କାରଣ ବିରୋଧୀଙ୍କ ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି । ତେଣୁ ଆଜି ଗୃହ ସ୍ୱାଭାବିକ ଭାବେ ଚାଲିବ ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।
ଅଧିକ ପଢନ୍ତୁ : ରାଜ୍ୟବ୍ୟାପି ବିଭିନ୍ନ ମହୋତ୍ସବକୁ ଅତି ଆଡ଼ମ୍ବରରେ କରାଯାଉଛି ପାଳନ, ମଞ୍ଚରେ ଲାଗୁଛି ମନ୍ତ୍ରୀଙ୍କ ଭିଡ଼, ହେଲେ ଖର୍ଚ୍ଚ ହୋଇପାରୁନି ବଜେଟ୍ ଟଙ୍କା
ଗତକାଲି ବିରୋଧୀ ଧାନବସ୍ତା ମୁଣ୍ଡାଇ ଗୃହରେ ପ୍ରତିବାଦ କରିଥିଲେ। ମଧ୍ୟଭାଗରେ ଧାନବସ୍ତା ରଖି ହୋହାଲ୍ଳା କରିବା ସହ ବ୍ୟାନର ଦେଖାଇ ସରକାର ବିରୋଧରେ ନାରାବାଜି କରିଛନ୍ତି। ଗୃହକାର୍ୟ୍ୟ ଆରମ୍ଭ ହେବା କ୍ଷଣି ପ୍ରତିଥର ହୋହଲ୍ଲା କରିଥିଲେ ବିରୋଧୀ। ହଟ୍ଟଗୋଳ ଯୋଗୁଁ ତିନି ଥର ଗୃହ ମୁଲତବୀ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଅଧିବେଶନର ଦ୍ୱିତୀୟ ଦିନରେ ମାତ୍ର ୭ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ ମଣ୍ଡି ସମସ୍ୟାର ସମାଧାନ ନହେବା ଯାଏଁ ଗୃହକୁ ଚଲାଇ ଦେବେ ନାହିଁ ବୋଲି ଚେତେଇ ଦେଇଛନ୍ତି ବିରୋଧୀ ଦଳର ନେତା । ହେଲେ ଆଜି କଣ ରହିବ ସ୍ଥିତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/assembley-2026-02-19-09-51-15.jpeg)