କନକ ବ୍ୟୁରୋ : ଶାଳକ ଥିଲେ ରେଞ୍ଜର ଭିଣୋଇ ରାଜପଥରୁ ବେଆଇନ ଭାବେ ଆଦାୟ କରୁଛନ୍ତି ଜରିମାନା । ୬୦ ନଂ ଜାତୀୟ ରାଜପଥ ବାଲେଶ୍ବର ବସ୍ତା ଥାନା ରାଜଘାଟ ସୁବର୍ଣ୍ଣରେଖା ବ୍ରିଜ ନିକଟରେ ବେଆଇନ ଭାବେ ଚାଲିଛି ଜରିମାନା ଆଦାୟ । ବସ୍ତାର ଅଶୋକ ମହାନ୍ତି ଓରଫ ଟୁନା ବାବୁ ବନ ବିଭାଗର କୌଣସି କର୍ମଚାରୀ ନହୋଇ ମଧ୍ୟ ନିଜକୁ ବନ ବିଭାଗ କର୍ମଚାରୀ କହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ମାଲ ବୋଝେଇ ଗାଡିରୁ ଅର୍ଥ ଆଦାୟ କରୁଥିବା ଦେଖିବାକୁ ମିଳିଛି ।
ଅଶୋକ ମହାନ୍ତିଙ୍କ ଶାଳକ ଦୀର୍ଘ ୮ବର୍ଷ ତଳେ ଜଳେଶ୍ୱର ବନବିଭାଗ କାର୍ଯ୍ୟାଳୟରେ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । କେବେଠାରୁ ଏହି ବାବୁ ଜଣଙ୍କର ବଦଳି ହୋଇସାରିଲାଣି, ଏବେ ବି ଅଶୋକ ମହାନ୍ତି ବେଆଇନ ଭାବରେ ବନ୍ୟଜାତ ଦ୍ରବ୍ୟ ପରି ବହନ କରୁଥିବା ଯାନ ବାହାନରୁ ଜରିମାନା ଆଦାୟ କରୁଛନ୍ତି । କାହା ବଳରେ ବଳିଆନ ଏହି ବ୍ୟକ୍ତି, ୟାଙ୍କ ପଛରେ କାହାର ହାତ ରହିଛି ? ବନ ବିଭାଗ କାହିଁକି କିଛି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ କରାଯାଉଛି ।