ନିର୍ମାଣର ବର୍ଷ ବର୍ଷ ପରେ ବି କାମରେ ଆସୁନି, ପୋଲ କାର୍ଯ୍ୟକ୍ଷମର ବାଧକ ସାଜିଛି ଆପ୍ରୋଚ୍ ରୋଡ

ଗତ ୨୦୨୩ରେ ଦେବଗଡ଼ ଜିଲ୍ଲାର ଝରା ଗୋଗୁଆ ପଞ୍ଚାୟତ ଫୁଲପଥର ଖୋଳ ଆମ୍ବଡ଼ୁଭା ଠାରେ ନିର୍ମାଣ ହୋଇଥିଲା ପୋଲ। ମନରେଗା ଯୋଜନାରେ ନିର୍ମିତ ଏହି ପୋଲ ପାଇଁ ଖର୍ଚ୍ଚ ହୋଇଥିଲା ୨୦ ଲକ୍ଷ ଟଙ୍କା। ହେଲେ ଆପ୍ରୋଚ୍‌ ରୋଡ୍‌ ନହେବା କାରଣରୁ ପୋଲଟି ଏଯାଏଁ କାର୍ଯ୍ୟକ୍ଷମ  ହୋଇପାରିନି ।

deogarh

କନକ ବ୍ୟୁରୋ : ପର୍ଯ୍ୟଟକ  ଓ ସ୍ଥାନୀୟ ବାସିନ୍ଦାଙ୍କ ଗମନାଗମନର ସୁବିଧା ପାଇଁ ନିର୍ମାଣ ହେଲା ପୋଲ । ହେଲେ ଆପ୍ରୋଚ୍‌ ରୋଡ୍‌ ନଥିବାରୁ ପୋଲଟି କାର୍ଯ୍ୟକ୍ଷମ  ହୋଇପାରୁନି । ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ  ଓ ଗ୍ରାମବାସୀ ।

ଅଡ଼ୁଆରେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ଆଣିଲେ ବିଏସପି ନେତା

ଗତ ୨୦୨୩ରେ ଦେବଗଡ଼ ଜିଲ୍ଲାର ଝରା ଗୋଗୁଆ ପଞ୍ଚାୟତ ଫୁଲପଥର ଖୋଳ ଆମ୍ବଡ଼ୁଭା ଠାରେ ନିର୍ମାଣ ହୋଇଥିଲା ପୋଲ। ମନରେଗା ଯୋଜନାରେ ନିର୍ମିତ ଏହି ପୋଲ ପାଇଁ ଖର୍ଚ୍ଚ ହୋଇଥିଲା ୨୦ ଲକ୍ଷ ଟଙ୍କା। ହେଲେ ଆପ୍ରୋଚ୍‌ ରୋଡ୍‌ ନହେବା କାରଣରୁ ପୋଲଟି ଏଯାଏଁ କାର୍ଯ୍ୟକ୍ଷମ  ହୋଇପାରିନି ।

‘ବୋକା ବିହାରୀ’ ବୋଲି ଡାକୁଥିଲେ ସହପାଠୀ; ଏବେ ଭାରତର ଯୁବ ବିଧାୟିକା

ଗାଁ ନିକଟରେ ରହିଛି କୁନ୍ତୁରୁଘାଗି ଜଳପ୍ରପାତ। ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ  ଭିଡ଼ ଜମେ । ହେଲେ କୁନ୍ତୁରୁଘାଗିକୁ ସଂଯୋଗ କରୁଥିବା ରାସ୍ତାରେ ବାଧକ ସାଜିଛି ଏହି ଆପ୍ରୋଚ୍‌ ରୋଡ୍‌ । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ  ଜଣାଯାଇଛି, ହେଲେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ବ୍ଲକ ବୈଠକରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଚିନାବାଦାମ ଚାଷୀଙ୍କୁ ଠକିଦେଲେ ସରକାର, ମିଳିଲାନି ସରକାରୀ ବିହନ, ଫାଇଦା ନେଉଛନ୍ତି ଘରୋଇ ବ୍ୟବସାୟୀ

ବର୍ତ୍ତମାନ ପର୍ଯ୍ୟଟନ  ଋତୁ ଆସିଲାଣ । ତୁରନ୍ତ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କରାଗଲେ ପର୍ଯ୍ୟଟକଙ୍କ  ସହ ସ୍ଥାନୀୟ ଜନସାଧାରଣ ଉପକୃତ ହୋଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe