କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ, ଛଟନୀ ଭଳି ଚାଷୀ ସମସ୍ୟାକୁ ନେଇ ପ୍ରତିବାଦ

116

କନକ ବ୍ୟୁରୋ : ମଣ୍ଡିରେ ଅବ୍ୟବସ୍ଥା, ଧାନର କଟନୀ ଛଟନୀ ଭଳି ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଦେବଗଡ଼ ବନ୍ଦ । ଜିଲ୍ଲାରେ ମିଲର ମାନେ ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି ।

ସେହିପରି କ୍ୱିଂଟାଲ ପିଛା ୫ରୁ ୮ କେଜି ଧାନ କଟନି, ଛଟନି ସହ ୨୫ କ୍ୱିଂଟାଲରୁ ଅଧିକ ଧାନ ଦେଉଥିବା ଚାଷୀଙ୍କୁ ମିଲରେ ଧାନ ପହଞ୍ଚାଇବା ଭଳି ନିର୍ଦ୍ଦେଶକୁ ନେଇ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ୧୨ ଘଂଟିଆ ବନ୍ଦ ପାଳନ କରୁଛି କଂଗ୍ରେସ । ବନ୍ଦ ପ୍ରଭାବରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।