ବାହାଘର ପରେ ଅପହରଣ କାଣ୍ଡ : ବନ୍ଧୁକ ଦେଖାଇ ନବବଧୂକୁ ନେଇଗଲା ପ୍ରେମିକ , ଥାନାରେ ପହଞ୍ଚିଲେ ବର

Advertisment

ଅଧା ରାସ୍ତାରେ ନବ ବଧୂକୁ ବନ୍ଧୁକ ଦେଖାଇ ନେଇଗଲା ପ୍ରେମିକ । ଶିଶୁପାଳ ହୋଇ ଫେରିଲା ବର । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ରୋଚକ  ଘଟଣା ।

ଅଧା ରାସ୍ତାରେ ନବ ବଧୂକୁ ବନ୍ଧୁକ ଦେଖାଇ ନେଇଗଲା ପ୍ରେମିକ । ଶିଶୁପାଳ ହୋଇ ଫେରିଲା ବର । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ରୋଚକ  ଘଟଣା ।

Marriage

କନକ ବ୍ୟୁରୋ : ବାହାଘର ସାରି କନ୍ୟାକୁ ଧରି ଫେରୁଥିଲା ବର । ଅଧା ରାସ୍ତାରେ ନବ ବଧୂକୁ ବନ୍ଧୁକ ଦେଖାଇ ନେଇଗଲା ପ୍ରେମିକ । ଶିଶୁପାଳ ହୋଇ ଫେରିଲା ବର । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ରୋଚକ  ଘଟଣା । ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ବଲାଙ୍ଗୀର ଜିଲ୍ଲା ଖୁଜେନପାଲିକୁ ଫେରୁଥିଲେ ବର ବଧୂ ।

ଅଧିକ ପଢନ୍ତୁ : ପ୍ରେମିକାଙ୍କୁ ହାର୍ଦ୍ଦିକଙ୍କ ଟାଟୁ ଉପହାର: ଜାଣନ୍ତ ଏହି ଟାଟୁର ରହସ୍ୟ

ତରଭା ଥାନା ନିକଟରେ ଅଚାନକ ୪/୫ ଜଣ ଯୁବକ ଆସି ଗାଡ଼ି ଅଟକାଇ ଥିଲେ । ଗାଡ଼ି ଅଟକିବା ପରେ ବନ୍ଧୁକ ଦେଖାଇ ଗାଡିରୁ ନବ ବଧୂକୁ ନେଇଯାଇଥିଲେ । ଏହି ଘଟଣାକୁ ନେଇ ତରଭା ଥାନାରେ ପହଞ୍ଚିଥିଲେ ବର। ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇ ନଥିଲେ ମଧ୍ୟ ପୁଲିସ୍ଏ ନେଇ ତନାଘନା ଜାରି ରଖିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe