କନକ ବ୍ୟୁରୋ : କମିସନରେଟ ପୁଲିସର ପିଛା ଛାଡ଼ୁନି ବିବାଦ । ଚୋରି ଅଭିଯୋଗ କରିବା ପାଇଁ ଆସିଥିବା ଜଣେ ବ୍ୟକ୍ତି ଲାଞ୍ଚ ନ ଦେବାରୁ ଥାନାରେ ଥାର୍ଡଡିଗ୍ରି ଅଭିଯୋଗ । କେବଳ ଏତିକି ନୁହେଁ, ତାଙ୍କ ଭଉଣୀଙ୍କୁ ମଧ୍ୟ ଦୁଷ୍କର୍ମ ଧମକ ଦିଆଯାଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି ।
ରାଜଧାନୀର ଛାତି ଉପରେ ଘଟିଛି ଏ ସାଙ୍ଘାତିକ ଘଟଣା । କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡି ବିରୋଧରେ ଆସିଛି ଅଭିଯୋଗ । ଚୋରି ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଥାନାରେ ମାଡ଼ ମରାଯିବା ସହ ତାଙ୍କ ଉଉଣୀଙ୍କୁ ଦୁଷ୍କର୍ମ ଧମକ ନେଇ ଆସିଛି ଅଭିଯୋଗ । କଟକ ମାହାଙ୍ଗା ଥାନା ଅଞ୍ଚଳର ଯୁବକ ଦେବବ୍ରତ ଷଡ଼ଙ୍ଗୀ ଏ ଅଭିଯୋଗ ଆଣିଛନ୍ତି । କ୍ୟାପିଟାଲ ଥାନାର ଜଣେ କନେଷ୍ଟବଳଙ୍କ ସହିତ ଅନ୍ୟ ପୁଲିସ କର୍ମଚାରୀମାନେ ମିଳିମିଶି ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ଗତ ୩ ତାରିଖ ସକାଳେ ଦେବବ୍ରତ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କ ବ୍ୟାଗ୍ଟି ଜରୁରିକାଳୀନ ବିଭାଗରେ ଥିବା ପୁଲିସ କର୍ମଚାରୀଙ୍କ ଦାୟିତ୍ୱରେ ଥିଲା । ଚିକିତ୍ସା ପରେ ସେ ଫେରିବା ବେଳେ ତାଙ୍କ ବ୍ୟାଗ୍ରୁ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେଠାରେ ନିୟୋଜିତ ପୁଲିସ କର୍ମଚାରୀଙ୍କୁ ପଚାରିବାରୁ ସେମାନେ ତାଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ସେ ଘରକୁ ଚାଲି ଯାଇଥିଲେ । ପରେ ସେ ସୁସ୍ଥ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡିକୁ ଆସି ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପାଇଁ ଅନୁରୋଧ କରିଥିଲେ ।
ଅଧିକ ପଢ଼ନ୍ତୁ : ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକ; ପାରିଶ୍ରମିକ ମାଗିଲେ ଦେଉଛନ୍ତି ଶାରୀରିକ ଓ ମାନସିକ ନିର୍ଯାତନା
କ୍ୟାପିଟାଲ ଥାନା ଅଧିକାରୀ ଜଣେ ପୁଲିସ କନେଷ୍ଟବଳ ସହିତ ହସ୍ପିଟାଲ ପରିସରକୁ ଦେବବ୍ରତଙ୍କୁ ପଠାଇଥିଲେ । ମାତ୍ର ସେଠାରେ ସିସିଟଭି ଯାଞ୍ଚ ପରିବର୍ତ୍ତେ ହସ୍ପିଟାଲରେ ନିୟୋଜିତ ଜଣେ କନେଷ୍ଟବଳ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ କ୍ୟାପିଟାଲ ଫାଣ୍ଡି ଭିତରେ ଏକ ଏକାନ୍ତ କୋଠରୀରେ ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ମିଶି ନିର୍ଧୁମ ମାଡ଼ ମାରିବା ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଦେବବ୍ରତ ।
୩ ତାରିଖ ସକାଳେ ଦେବବ୍ରତ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ତାଙ୍କ ବ୍ୟାଗ୍ଟି ଜରୁରୀକାଳୀନ ବିଭାଗରେ ଥିବା ପୁଲିସ କର୍ମଚାରୀଙ୍କ ଦାୟିତ୍ୱରେ ଥିଲା । ଚିକିତ୍ସା ପରେ ସେ ଫେରିବା ବେଳେ ତାଙ୍କ ବ୍ୟାଗ୍ରୁ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୁଲିସ କର୍ମଚାରୀଙ୍କୁ ପଚାରିବାରୁ ସେମାନେ ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ । ସୁସ୍ଥ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍ ଫାଣ୍ଡିକୁ ଆସି ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଅନୁରୋଧ କରିଥିଲେ । କ୍ୟାପିଟାଲ ଥାନା ଅଧିକାରୀ ଜଣେ ପୁଲିସ କନେଷ୍ଟବଳଙ୍କ ସହିତ ହସ୍ପିଟାଲ ପରିସରକୁ ଦେବବ୍ରତଙ୍କୁ ପଠାଇଥିଲେ । ସେଠାରେ ସିସିଟଭି ଯାଞ୍ଚ ପରିବର୍ତ୍ତେ ହସ୍ପିଟାଲରେ ନିୟୋଜିତ ଜଣେ କନେଷ୍ଟବଳ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଫାଣ୍ଡି ଭିତରେ ଏକ ଏକାନ୍ତ କୋଠରୀରେ ଅନ୍ୟ ପୁଲିସ କର୍ମଚାରୀ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ।
ନ୍ୟାୟ ପାଇଁ ପୁଲିସର ଦ୍ୱାରସ୍ଥ ହେବା କ’ଣ ପାପ ? ରାଜଧାନୀରେ ପୁଲିସର ଏ କଳା କାରନାମା ସାମ୍ନାକୁ ଆସିବା ପରେ ଅଭିଯୋଗ ପାଇଁ ଆଉ ଥାନାକୁ ଯିବେ ତ ସାଧାରଣ ଜନତା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/23/man-gets-third-degree-2026-02-23-20-50-46.jpg)