ବ୍ରହ୍ମପୁର ସହର ସାରା ମାଳମାଳ ହୋର୍ଡିଂ; ଲାଭ ପାଉଛନ୍ତି ବିଜ୍ଞାପନ ଏଜେନ୍ସି, ବାକି ପଡ଼ିଛି ସାଢ଼େ ୪ କୋଟି

Advertisment

ପ୍ରତି ମାସରେ ମହାନଗର ନିଗମ ଲକ୍ଷାଧିକ ଟଙ୍କା ହୋର୍ଡିଂ ଟିକସ ପାଇବା କଥା । ଏପରିକି ଟେଣ୍ଡର ପାଇଥିବା ‘ବିଗ୍‌ ସ୍କ୍ରିନ୍‌’ ଏଜେନ୍ସି ବି ମାସକୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା । ହେଲେ ଏହି ଏଜେନ୍ସି ୨୦୨୩-୨୪ ଆର୍ଥିକ ବର୍ଷରେ ଟେଣ୍ଡର ପାଇବା ଦିନରୁ ଟିକସ ବାକି ପକାଇ ଚାଲିଛି ।

ପ୍ରତି ମାସରେ ମହାନଗର ନିଗମ ଲକ୍ଷାଧିକ ଟଙ୍କା ହୋର୍ଡିଂ ଟିକସ ପାଇବା କଥା । ଏପରିକି ଟେଣ୍ଡର ପାଇଥିବା ‘ବିଗ୍‌ ସ୍କ୍ରିନ୍‌’ ଏଜେନ୍ସି ବି ମାସକୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା । ହେଲେ ଏହି ଏଜେନ୍ସି ୨୦୨୩-୨୪ ଆର୍ଥିକ ବର୍ଷରେ ଟେଣ୍ଡର ପାଇବା ଦିନରୁ ଟିକସ ବାକି ପକାଇ ଚାଲିଛି ।

Hoardings

Hoardings Photograph: (Kanak News)

କନକ ବ୍ୟୁରୋ : ସହର ସାରା ଛାଇ ଯାଇଛି ହୋର୍ଡିଂ । ମାଳମାଳ ବିଜ୍ଞାପନର ପ୍ରଚାର ପ୍ରସାର ଚାଲିଛି । ତାରକାଙ୍କ ଫଟୋରେ କମ୍ପାନି ନାଁ ଫୁଟିକି ଦିଶୁଛି । ହେଲେ ଏ ବାବଦରେ ଟଙ୍କା ପାଉନି ବ୍ରହ୍ମପୁର ମହାନଗର ନିଗମ । ଯାହାକୁ ନେଇ ଉଠିଛି ପ୍ରଶ୍ନ ।

ପ୍ରତି ମାସରେ ମହାନଗର ନିଗମ ଲକ୍ଷାଧିକ ଟଙ୍କା ହୋର୍ଡିଂ ଟିକସ ପାଇବା କଥା । ଏପରିକି ଟେଣ୍ଡର ପାଇଥିବା ‘ବିଗ୍‌ ସ୍କ୍ରିନ୍‌’ ଏଜେନ୍ସି ବି ମାସକୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା । ହେଲେ ଏହି ଏଜେନ୍ସି ୨୦୨୩-୨୪ ଆର୍ଥିକ ବର୍ଷରେ ଟେଣ୍ଡର ପାଇବା ଦିନରୁ ଟିକସ ବାକି ପକାଇ ଚାଲିଛି । ୨୦୨୩-୨୪ରେ ୭୭, ୯୨,୭୨୦ ଟଙ୍କା, ୨୦୨୪-୨୫ରେ ୨,୪୧,୫୭,୪୩୨ ଟଙ୍କା ଓ ୨୦୨୫-୨୬ରେ ୧,୭୧,୪୩,୯୮୪ ଟଙ୍କା ବାକି ରଖିଛି । କେବଳ ଏହି ‘ବିଗ୍‌ ସ୍କ୍ରିନ୍‌’ ଏଜେନ୍ସି ପାଖରେ ଚକ୍ରବର୍ତ୍ତୀ ସୁଧହାରରେ ମୋଟ୍‌ ୩ କୋଟି ୩୨ଲକ୍ଷ ୪୯ହଜାର ୫୯୬ ଟଙ୍କା ବାକି ପଡ଼ିଛି ।

ଅଧିକ ପଢ଼ନ୍ତୁ : ଆପ୍ରୋଚ୍‌ ରୋଡ୍‌ ପାଇଁ ଅଟକିଛି ଚନ୍ଦ୍ରପା ସେତୁ;ଦୁର୍ଦ୍ଦଶାରେ ବାଙ୍କୀବାସୀ

ସେହିପରି ଟରେଣ୍ଟ ଆଡଭର୍ଟାଇଜ୍‌ମେଣ୍ଟସ୍‌ ୪,୭୧୦୦୦ ଟଙ୍କା, ପପୁ ଆଉଟ୍‌ଡୋର ଆଣ୍ଡ୍‌ ମିଡିଆ ୨୦,୪୬୦୦୦ ଟଙ୍କା, ଇଣ୍ଡସ୍‌ ମିଡିଆ ଆଡର୍ଭଟାଇଜ୍‌ମେଣ୍ଟସ୍‌ ୬୦୨୦୦୦ ଟଙ୍କା, ଏମ୍‌ଏସ୍‌ ମେଟ୍ରୋ ସାଇନ୍‌ଏଜ୍‌ ୧୪୩୨୦୦୦ ଟଙ୍କା, ଏମ୍‌ଏସ୍‌ ଏକ୍ସୋଟିକ୍‌ ସାଇନ୍‌ଏଜ୍‌ ୧୭୩୪୦୦୦ ଟଙ୍କା, ଏକ୍ସଏସି ଆଡଭର୍ଟାଇଜର୍‌ ୩୮୦୪୦୦୦ ଟଙ୍କା ଟିକସ ବାକି ରଖିଛନ୍ତି । ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଖିଲାପକାରୀଙ୍କ ପାଖକୁ ବାରମ୍ବାର ନୋଟିସ୍‌ ପଠାଯାଉଛି । ହେଲେ ଖିଲାପକାରୀଙ୍କ ବି‌ରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।

ଗୋଟିଏ ପଟେ ଉନ୍ନୟନ କାମ ପାଇଁ ପାଣ୍ଠିର ଅଭାବ ପଡ଼ୁଥିଲା ବେଳେ ବିଇଏମସିର ଏଭଳି ଏଜେନ୍ସି ପ୍ରେମ କାହିଁକି ବୋଲି ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe