ଭାଇମାନଙ୍କ ଗୁଳିରେ ଚାଲିଗଲା ପ୍ରେମିକଙ୍କ ଜୀବନ, ଶବକୁ ବାହାହେଲେ ପ୍ରେମିକା

ବାପା-ଭାଇଙ୍କୁ ଫାଶୀ ଦିଆଯାଉ ବୋଲି ଗୁହାରି କଲେ ପ୍ରେମିକା ।

love maharashtra

love maharashtra Photograph: (KanakNews)

କନକ  ବ୍ୟୁରୋ: ପ୍ରେମ, ମନ ଦିଆନିଆ ଏଠି ଭାରି ମହଙ୍ଗା । ପ୍ରେମରେ ମନ ସିନା ମାନେନି ସୀମା ସରହଦ, ଦେଖେନି ଧନୀ ଗରିବ କି ବୁଝେନି ଜାତି ପାତି । ହେଲେ ଚାରିପଟର ମଣିଷ କିନ୍ତୁ ଏ ସବୁକୁ ରଟି ଧରନ୍ତି । କେହି କେହି ବୁଝିଯାଆନ୍ତି ହେଲେ ଆଉ ଅନେକ ନବୁଝିପାରି ପ୍ରେମର ଗଳା ଚିପି ହତ୍ୟା କରନ୍ତି । ପ୍ରେମ ପ୍ରତି ଥିବା ଘୃଣା ଆଉ ପ୍ରତିଶୋଧର ନିଆଁରେ ସମ୍ପର୍ମ ସବୁ ଜଳିପୋଡ଼ିଯାଏ । ଅକାଳରେ ଝରିପଡ଼େ କିଛି ଜୀବନ । କିନ୍ତୁ ମୃତ୍ୟୁ ସହ ମନେ ରହିଯାଏ ସେ ପ୍ରେମ କାହାଣୀ  ।  

ଏମିତି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାନ୍ଦେଡରେ । ଏଠାରେ ପ୍ରେମ ଘଟଣାକୁ ନେଇ ଯୁବକଙ୍କ ଜୀବନ ଚାଲିଯାଇଛି । ୨୧ ବର୍ଷୀୟ ଆଞ୍ଚଲ ଅଭିଯୋଗ ଆଣିଛନ୍ତି, ତାଙ୍କ ଭାଇମାନେ ମିଶି ତାଙ୍କ ପ୍ରେମିକକୁ ଗୁଳି କରି ହତ୍ୟା କରିଛନ୍ତି । ଭୁଲ୍‌ ଏୟା ଥିଲା ଯେ, ଦୁହେଁ ଅଲଗା ଅଲଗା ଜାତିର ଥିଲେ। ପ୍ରେମିକକୁ ସିନା ମାରିଦେଲେ ହେଲେ ପ୍ରେମ କିନ୍ତୁ ମରିଲାନି ।  ପ୍ରେମିକର କୋକେଇ ଉଠିବାବେଳକୁ ସେଠାରେ ଯାଇ ପହଞ୍ଚିଥିଲେ ପ୍ରେମିକା ଆଞ୍ଚଲ । ଆଉ ପ୍ରେମିକ ସକ୍ଷମର ରକ୍ତକୁ ନିଜ ମଥାରେ ଲଗାଇବା ସହ ତାଙ୍କ ମର ଦେହକୁ ବିବାହ କରିଥିଲେ । ଏବଂ ସାରା ଜୀବନ ସକ୍ଷମଙ୍କ ପରିବାର ସହ ରହିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । 

ଅଧିକ ପଢନ୍ତୁ ; ହେମାମାଳିନୀଙ୍କ ଗୋଟିଏ ଝଲକରେ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର; ଦୁହିଁଙ୍କ ଲଭ୍ ଷ୍ଟୋରି କେଉଁ ବଲିଉଡ୍ ଫିଲ୍ମଠୁ କମ୍ ନୁହେଁ

ଆଞ୍ଚଲ କହିଛନ୍ତି, ତାଙ୍କ ପରିବାର ଲୋକେ ତାଙ୍କର ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ। ତାଙ୍କର ୩ ବର୍ଷର ଏହି ପ୍ରେମ ସମ୍ପକର୍କୁ ନେଇ ଦୁହେଁ ବିବାହ କରିବାକୁ ଚାହୁଥିଲେ । କିନ୍ତୁ ସକ୍ଷମ ତଳ ଜାତିର ହୋଇଥିବାରୁ ଏହାକୁ ଆଞ୍ଚଲଙ୍କ  ବାପା ଓ ଭାଇମାନେ ବିରୋଧ କରୁଥିଲେ । ଅନେକ ସମୟରେ ସକ୍ଷମଙ୍କୁ ଧମକ ଦେବା ସହ ତାଙ୍କ ଜାତି କଥା କହି ଅପମାନିତ ବି କରୁଥିଲେ । ଯେଉଁଦିନ ସକ୍ଷମଙ୍କ ହତ୍ୟା ହେଲା ସେଦିନ ତାଙ୍କ ବାପା ଓ ଭାଇ ଆଞ୍ଚଲଙ୍କୁ ନେଇ ପୁଲିସ ପାଖକୁ ଯାଇଥିଲେ ଏବଂ ସକ୍ଷମ ବିରୋଧରେ ତାଙ୍କ ମାଧ୍ୟମରେ ଏଫଆଇଆର ଦାଏର କରିବାକୁ ଚାହୁଥିଲେ । କିନ୍ତୁ ଅଞ୍ଚଲ ଏଥିପାଇଁ  ରୋକଠୋକ୍ ମନା କରିଦେଇଥିଲେ ।

ପୁଲିସ ବି ତାଙ୍କ ବାପୋ, ଭାଇଙ୍କୁ ଉସକାଇଲା ଭଳି କହିଥିଲେ, ଯଦି ଏତେ ସମସ୍ୟା ଅଛି ତାହେଲେ ଯାଆ ଆଗେ ତାକୁ ଗୁଳି ମାରିକି ଆସ । ଏହାକୁ ଚ୍ୟାଲେଞ୍ଜ ବୋଲି ମାନିନେଇ ଭାଇମାନେ ସକ୍ଷମଙ୍କ ଘର ପାଖରେ ରେକି କରିବା ସହ ସୁଯୋଗ ଦେଖି ତାଙ୍କୁ ପ୍ରଥମେ ଗୁଳି କରିଥିଲେ। ଏବଂ ପରେ ପଥରରେ ଛେଚି ଦେଇଥିଲେ, ଫଳରେ ଘଟଣାସ୍ଥଳରେ ହିଁ ସକ୍ଷମଙ୍କର ମୃତ୍ୟୁ ହୋଇଯାଇଥିଲା ।  ସକ୍ଷମଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ଭିତରେ  ପ୍ରତିବାଦର ସ୍ବର ଉଠିଥିଲା । ଲୋକେ ଥାନା ଘେରିବାରୁ ବାଧ୍ୟ ହୋଇ ପୁଲିସ ଆଞ୍ଚଲଙ୍କ ବାପା ଓ ଭାଇମାନଙ୍କୁ ଗିରଫ କରିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡ ଦେବାକୁ ଆଞ୍ଚଲ କହିଛନ୍ତି, ’ସକ୍ଷମଙ୍କ ପ୍ରେମରେ ତାଙ୍କ ପ୍ରେମ ଜିତିଛି  ଏବଂ ମୋ ବାପା, ଭାଇ ହାରିଯାଇଛନ୍ତି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe