girl attempts suicide Photograph: (kanak news)
କନକ ବ୍ୟୁରୋ : ବିବାହ ପାଇଁ ପ୍ରେମିକ ରାଜି ନହେବାରୁ ଥାନା ସମ୍ମୁଖରେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ପ୍ରେମିକା । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକ ବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଫତେଗଡ଼ ଥାନା ଆଗରେ ଯୁବତୀ ଜଣକ ପୋକ ମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପ୍ରେମିକର ବାପା ଏବଂ ଫତେଗଡ଼ ଥାନା ପୁଲିସ ଯୁବତୀଙ୍କୁ ଅଟକାଇ ଥିଲେ ।
ଉଭୟ ପ୍ରେମିକ ଏବଂ ପ୍ରେମିକାର ଆଜି କୋର୍ଟରେ ବିବାହ କରିବା ପାଇଁ ଆବେଦନ କରିବା ସହ ମନ୍ଦିର ବିବାହ ହୋଇଥାନ୍ତା । ଏଥିପାଇଁ ପ୍ରେମିକା ଶଙ୍ଖା, ସିନ୍ଦୂର, ଫୁଲମାଳା, ଶାଢ଼ୀ ନୂଆ କିଣିକି ଆଣିଥିବା କହିଛନ୍ତି । କିନ୍ତୁ ବିବାହ କରିବା ପାଇଁ ପ୍ରେମିକ ଶିବ ନାରାୟଣ ପଣ୍ଡା ରାଜି ନହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶିବ ନାରାୟଣ ଭୁବନେଶ୍ବର କ୍ୟାଟେରିଂ କାମ କରୁଥିବା ବେଳେ ପ୍ରେମିକା ଜଣକ ସେଠାରେ ରହି ପାଠ ପଢ଼ୁଥିଲେ । ଦୁହିଁଙ୍କ ମଧ୍ୟରେ ୯ ବର୍ଷ ଧରି ପ୍ରେମ ସମ୍ପର୍କ ଥିବା କହିଛନ୍ତି । ବିବାହ ପାଇଁ ଦୁହିଁଙ୍କ ପରିବାର ଲୋକ ରାଜି ଥିବା ବେଳେ ହଠାତ୍ ପ୍ରେମିକ ଶିବ ନାରାୟଣ ପଣ୍ଡା ବିବାହ ପାଇଁ ମନା କରିଥିଲେ । ଫଳରେ ନିରାଶ ହୋଇ ଥାନା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରେମିକା । ପ୍ରେମିକାଙ୍କ ଅଭିଯୋଗ କ୍ରମେ ଫତେଗଡ ଥାନା ପୁଲିସ ପ୍ରେମିକ ଶିବ ନାରାୟଣ ପଣ୍ଡାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏନେଇ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସ ପତିକ୍ରିୟା ମିଳିନାହିଁ ।
ଅଧିକ ପଢ଼ନ୍ତୁ---ଦୁଇ ପରିବାରକୁ ସାମାଜିକ ବାସନ୍ଦ ମାମଲା ; ରିପୋର୍ଟ ମାଗିଲେ ରାଷ୍ଟ୍ରପତି
Follow Us