କନକ ବ୍ୟୁରୋ : ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ଜେ.ପି. ଦତ୍ତାଙ୍କ 'ବର୍ଡର' ଚଳଚ୍ଚିତ୍ର ଭାରତୀୟ ସିନେମା ଜଗତରେ ଏକ ଇତିହାସ ସୃଷ୍ଟି କରିଥିଲା । ପ୍ରାୟ୨୭ ବର୍ଷ ପରେ  ସେହି ଦେଶଭକ୍ତିର ଭାବନା ପୁଣି ଥରେ  ପରଦାକୁ ଫେରିଛି  । ଯେଉଁ ଚଳଚ୍ଚିତ୍ର ପ୍ରତ୍ୟେକ ଭାରତୀୟଙ୍କ ଇମୋସନ୍ ସହ ଜଡିତ ଏଥିସହ ଭାରତୀୟ ସେନାର ବୀରତ୍ୱକୁ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି । ଯଦି ଆମେ ଫିଲ୍ଲ କଥା  ଆଲୋଚନା କରିବା ତେବେ 'ବର୍ଡର ୨'ର ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ସନି ଦେଓଲ ।

Advertisment

ଅଧିକ ପଢନ୍ତୁ ... ନେତାଜୀଙ୍କ ୧୨୯ ତମ ଜନ୍ମ ଜୟନ୍ତୀ; କଟକରେ ବଡ଼ କାର୍ଯ୍ୟକ୍ରମ, ଆସୁଛନ୍ତି ଉପରାଷ୍ଟ୍ରପତି

ଫିଲ୍ମରେ ତାଙ୍କର ପ୍ରବେଶ ପରେ  ମାହୋଲ ସରଗରମ ରହୁଛି  ମେଜର କୁଲଦୀପ ସିଂ ଚାନ୍ଦପୁରୀଙ୍କ ଭୂମିକାରେ ସନିଙ୍କ ସେହି ପୁରୁଣା ଗର୍ଜନ ଏବଂ "ଢାଇ କିଲୋ କା ହାଥ୍"ର ଶକ୍ତି ଏବେ ବି ଅକ୍ଷୁର୍ଣ୍ଣ ରହିଛି  । ତାଙ୍କର ସଂଳାପ କହିବାର ଶୈଳୀ ଏବଂ ଶତ୍ରୁ ପକ୍ଷକୁ ଧୂଳି ଚଟାଇବାର ଦୃଶ୍ୟ ଦର୍ଶକଙ୍କ ରକ୍ତ ଗରମ କରିଦେଉଛି ।  ସନି ଦେଓଲ ପ୍ରମାଣ କରିଦେଇଛନ୍ତି ଯେ ଦେଶଭକ୍ତି ଭିତ୍ତିକ ଚଳଚ୍ଚିତ୍ର ପାଇଁ ସେ ଆଜି ବି ଅପ୍ରତିଦ୍ୱନ୍ଦ୍ୱୀ । ଏଥିସହ ଏହି ଚଳଚ୍ଚିତ୍ରରେ ବରୁଣ ଧାୱନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି  ।  ବରୁଣଙ୍କୁ ପୂର୍ବରୁ ଅନେକ ରୋମାଣ୍ଟିକ ଏବଂ କମେଡି ଫିଲ୍ମରେ ଦେଖିବାକୁ ମିଳିଥିଲେ ବି , 'ବର୍ଡର ୨'ରେ ତାଙ୍କର ଗମ୍ଭୀର ଏବଂ ଶକ୍ତିଶାଳୀ ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି  । 

ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ଏହି ଫିଲ୍ମରେ ଏକ ଭାବପ୍ରବଣ ଭୂମିକାରେ ନଜର ଆସିଛନ୍ତି ।  ତାଙ୍କର ନିଷ୍ପାପ ଅଭିନୟ ଏବଂ ଦେଶ ପ୍ରତି ଥିବା ନିଷ୍ଠା ଦର୍ଶକଙ୍କ ଆଖିରେ ଲୁହ ଆଣିଦେଉଛି । ଦିଲଜିତଙ୍କ ଉପସ୍ଥିତି ଫିଲ୍ମରେ ଏକ ଭିନ୍ନ ସ୍ୱାଦ ଭରିଦେଇଛି  । ଯୁଦ୍ଧ କ୍ଷେତ୍ରରେ ତାଙ୍କର ବୀରତ୍ୱ ଏବଂ ବ୍ୟକ୍ତିଗତ ଜୀବନର ସଂଘର୍ଷକୁ ସେ ବହୁତ ସୁନ୍ଦର ଭାବେ ପରଦାରେ ଦେଖିବାକୁ ମିଳିଛି  । ଅନୁରାଗ ସିଂଙ୍କ ନିର୍ଦ୍ଦେଶନା ବେଶ୍ ପ୍ରଶଂସନୀୟ । ୧୯୯୭ର ସେହି ଆବେଗକୁ ବଜାୟ ରଖିବା ସହିତ ଆଧୁନିକ ଜ୍ଞାନକୌଶଳ ଦୃଶ୍ୟଗୁଡିକୁ ଅତି ଜୀବନ୍ତ କରାଯାଇଛି  ।  ଫିଲ୍ମର ସଙ୍ଗୀତ ସନ୍ଦେଶେ ଆତେ ହୈ" ଭଳି  ଗୀତର ନୂତନ  ଅନ୍ଦାଜ ପୁରୁଣା ସ୍ମୃତିକୁ ତାଜା କରିଦେଉଛି ।   'ବର୍ଡର ୨' ପ୍ରଥମ ଦିନରେ ୩୫ ରୁ ୪୫ କୋଟି ଟଙ୍କାର ବ୍ୟବସାୟ କରିପାରେ ।  ଯାହା ଆକଳନ କହୁଛି  ଏହା ଖୁବ୍ ଶିଘ୍ର   ୨୦୦ କୋଟି କ୍ଲବରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଛି