ମାସେ ନପୂରୁଣୁ ପୁଣି ରାଜ୍ୟର ଏକାଧିକ କୋର୍ଟକୁ ଆସିଲା ବୋମା ଧମକ : କଟକ, ପୁରୀ, ଫୁଲବାଣୀ ଓ ଯାଜପୁରରେ ଭୟର ବାତାବରଣ

Advertisment

ଡଗ ସ୍କାର୍ଡ, ବମ ସ୍କାର୍ଡ ସହାୟତାରେ ତନାଘନା । ମେଟାଲ ଡିଟେକ୍ଟରରେ ହେଲା ଯାଂଚ । ମିଳିଲାନି କୌଣସି ସନ୍ଦିଗ୍ଧ ସାମଗ୍ରୀ ।

ଡଗ ସ୍କାର୍ଡ, ବମ ସ୍କାର୍ଡ ସହାୟତାରେ ତନାଘନା । ମେଟାଲ ଡିଟେକ୍ଟରରେ ହେଲା ଯାଂଚ । ମିଳିଲାନି କୌଣସି ସନ୍ଦିଗ୍ଧ ସାମଗ୍ରୀ ।

HighCourt

HighCourt Photograph: (KanakNews)

କନକ ବ୍ୟୁରୋ:  ମାସେ ନପୁରୁଣୁ ପୁଣି କୋର୍ଟକୁ ଆସିଛି ବୋମା ଧମକ । ବୋମା ଦ୍ବାରା କୋର୍ଟକୁ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁବୃର୍ତ୍ତ । ଯାହାକୁ ନେଇ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାଂଚ କରିବା ସହ ସୁରକ୍ଷାକୁ ବଢ଼ାଇ ଦେଇଛି ପୁଲିସ୍ । ତେବେ ବାରମ୍ବାର ଏଭଳି ଧମକ ଆସିବା ସତ୍ବେ କେଉଁଠୁ ଆସୁଛି ମେଲ? କିଏ ପଠାଉଛି ମେଲ୍ ପୁଲିସ୍ ତାର ଟେର ନପାଉନି । ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । 
 
ବୋମା ଧମକ ଆସିବା ପରେ ଗତ ମାସରେ ନିଜେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏସଓପି ଜାରି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ, ମାସେ ନପୂରୁଣୁ ପୁଣି କଟକ ଜିଲ୍ଲା ଦୌରାଜଜ୍, ଫୁଲବାଣୀ କୋର୍ଟ, ଯାଜପୁର କୋର୍ଟ ଓ ପୁରୀ କୋର୍ଟକୁ ଆସିଛି ବୋମା ଧମକ । 
 
କୋର୍ଟ କାର୍ଯ୍ୟ ଆରମ୍ଭ ହେଉ ହେଉ ଏକ ଅଜଣା ମେଲ୍ ଆଇଡିରୁ ଚାରି କୋର୍ଟକୁ ଆସିଥିଲା ବୋମା ଧମକ । ମେଲ ଦେଖୁ ଦେଖୁ ପୁଲିସକୁ ଖବର ଦେଇଥିଲେ କୋର୍ଟ କର୍ତ୍ତୃପକ୍ଷ। ପହଁଚିଥିଲା ପୁଲିସ୍।   ଡଗ୍‌ ସ୍କ୍ବାଡ୍‌, ବମ୍ ସ୍କ୍ବାଡ୍‌ କୋର୍ଟ ପରିସରରେ ତନ ତନ କରି ଯାଂଚ କରିଥିଲେ। ସଶସ୍ତ୍ର ପୁଲିସ ବଳ ନିୟୋଜିତ କରାଯାଇଥିଲା । ଭୟରେ କୋର୍ଟ ଭିତରୁ ବାହାରକୁ ଚାଲି ଆସିଥିଲେ ଆଇନଜୀବୀ ଓ ଅନ୍ୟମାନେ। ଯାଂଚରୁ କିଛି ମିଳିନଥିଲେ ବି ସମସ୍ତେ ଭୟଭୀତ ଥିବା ବାରି ହୋଇ ପଡିଥିଲା ।

 ଅଧିକ ପଢନ୍ତୁ: ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ହାଇକୋର୍ଟ ସମେତ ସମସ୍ତ ପରିସର ଖାଲି

ପୂର୍ବରୁ ଜାନୁଆରି ୮ତାରିଖରେ କଟକ, ସମ୍ବଲପୁର, ଦେବଗଡ଼ କୋର୍ଟକୁ ଆସିଥିଲା ବୋମା ଧମକ। ସେତେବେଳେ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।  ପୁଳିସ ଡିଜି ନିଜେ କଟକ କୋର୍ଟ ପାଖକୁ ଯାଇ ନିଜେ ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀ ଉଚ୍ଚଅଧିକାରୀଙ୍କ ସହ ବୈଠକ କରି ସମୀକ୍ଷା କରିଥିଲେ। କିନ୍ତୁ ବିଡମ୍ବନା, ବ୍ୟବସ୍ଥାର ଗଳା ବାଟ ଯୋଗୁଁ ମାସେ ପରେ ବି ଅଭିଯୁକ୍ତ ପାଖରେ ପହଁଚିବାରେ ବିଫଳ ହୋଇଛି ପୁଳିସ୍ । 
 
ପ୍ରଶ୍ନ ଉଠୁଛି, ଆମେ ଯେତେବେଳେ ଡିଜିଟାଲ ଭାରତ କଥା କହୁଛୁ, ସେତେବେଳେ ସାମାନ୍ୟ ମେଲ୍‌ଟି କିଏ  ପଠାଇଛି, ତାହା ଆମେ ଜାଣିପାରୁନୁ?  ସାଇବର ପୁଲିସ ଠାବ କରିପାରୁନି କେଉଁଠୁ ଆସିଛି ମେଲ୍? କୋର୍ଟ ପରିସରର ସୁରକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ବି ପଦାରେ ପଡିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe