କନକ ବ୍ୟୁରୋ :  ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ପୁଣି ଧମକ ଆସିଛି  | ପୁରୀ କୋର୍ଟ ଜିଲ୍ଲା ଜଜଙ୍କୁ ମେଲରେ ଏହି ଚେତାବନୀ ଆସିଛି  । ଏନେଇ ଜଣାପଡିବା ପରେ ପୁରୀ ଏସପି ପ୍ରତୀକ ସିଂ, ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି । ଏକକାଳୀନ ତିନି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଇ-ମେଲ ।  କଟକ ଜିଲ୍ଲା ଜଜ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଫୁଲବାଣୀ କୋର୍ଟର କର୍ମଚାରୀ ମାଜିଷ୍ଟ୍ରେଟ ଓ ଓକିଲଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି । ପୁରୀରେ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ର ତଲାସୀ ଜାରି । ତିନି କୋର୍ଟ ପରିସରରେ ବୋମାଥିବା ନେଇ ଆସିଥିଲା ମେଲ୍‌ ।

Advertisment

ଉଲ୍ଲେଖ ଥାଉ କି ଗତ ଜାନୁୟାରୀ ମାସରେ ମଧ୍ୟ ଏଭଳି ବୋମା ବିସ୍ଫୋରଣ କରିବାର ଧମକ ମିଳିଥିଲା | ଜୁଲିରାଣୀ ପଣ୍ଡା ନାମରେ ଥିବା ଫେସବୁକ ଆକାଉଣ୍ଟରେ ଏଭଳି ଧମକ ଦିଆଯାଇଥିଲା । କେବଳ ସେତିକି ନୁହେଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ଗୁଳି କରି ମାରିଦେବାକୁ ଧମକ ମିଳିଥିଲା । 

ସେହିପରି ଜାନୁୟାରୀ ୮ ତାରିଖରେ ଓଡ଼ିଶାର ତିନି କୋର୍ଟକୁ ଆସିଥିଲା ବୋମା ଧମକ ।  ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର ଓ କଟକ  ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଥିଲା ।ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଥିଲା । ଏହି ଇମେଲ୍ ଆସିବା ପରେ ବୋମା ସ୍କ୍ବାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ବ୍ୟାପକ ଯାଞ୍ଚ କରିଥିଲେ ।

ଅଧିକ ପଢନ୍ତୁ :ପଞ୍ଜାବ-ହରିୟାଣା ସଚିବାଳୟକୁ ବୋମା ଧମକ, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା