କୋର୍ଟ ପରେ ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ଫେସବୁକ୍ ଆଇଡି ଯାଂଚ କରୁଛି ପୁରୀ ପୁଲିସ

Advertisment

ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୁରକ୍ଷା ବାହିନୀ ସମେତ ଏସଟିୟୁ ଓ ଫୋର୍ସ ମୁତୟନ କରାଯାଇଛି। ସେପଟେ ଧମକ ପରେ ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ଡିଜିଙ୍କୁ ସୁରକ୍ଷା ପାଇଁ ଚିଠି ଲେଖିଛନ୍ତି ସାଂସଦ ଶୁଭାଶିଷ୍ ଖୁଣ୍ଟିଆ। ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ସେବାୟତ । 

ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୁରକ୍ଷା ବାହିନୀ ସମେତ ଏସଟିୟୁ ଓ ଫୋର୍ସ ମୁତୟନ କରାଯାଇଛି। ସେପଟେ ଧମକ ପରେ ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ଡିଜିଙ୍କୁ ସୁରକ୍ଷା ପାଇଁ ଚିଠି ଲେଖିଛନ୍ତି ସାଂସଦ ଶୁଭାଶିଷ୍ ଖୁଣ୍ଟିଆ। ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ସେବାୟତ । 

puri

କନକ ବ୍ୟୁରୋ : ବୋମାରେ ଉଡାଇବାକୁ ଧମକ ଖବରକୁ ନେଇ ସାରାରାଜ୍ୟରେ ହଟଚମଟ । କିଏ ଓ କାହିଁକି ଏଭଳି ମେସେଜ୍ ଦେଉଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି। ମିଛ କହୁ କହୁ ଯଦି କେତେବେଳେ ସତ ହୋଇଯାଏ ତାହେଲେ କଣ ହେବ ସେ ନେଇ ଚିନ୍ତା ବଢ଼ିଛି। ଅନ୍ୟପଟେ ନିଜକୁ ଦକ୍ଷ ବୋଲି କହୁଥିବା ପୁଲିସ ବି ଦ୍ବନ୍ଦ୍ବରେ ପଡିଛି। କୋର୍ଟରେ ବୋମା ପ୍ରସଙ୍ଗକୁ ନେଇ ଯେତେବେଳେ କଟକରେ ବସିଥିଲା ବୈଠକ ସେତିକିବେଳେ ଆସିଥିଲା ପୁରୀ ଶ୍ରୀମନ୍ଦିରକୁ ଉଡାଇବା ପାଇଁ ଧମକ । ଶ୍ରୀମନ୍ଦିର, ଗ୍ରାଣ୍ଡ ସେଣ୍ଟର ସହ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଉଡାଇ ଦେବାକୁ ଫେସବୁକ ଆଇଡିରେ ଧମକ ପରେ ଖେଳି ଯାଇଥିଲା ଚାଂଚଲ୍ୟ। ତନାଘନା ଆରମ୍ଭ କରିଛି ପୁରୀ ପୁଲିସ୍। ଏକାଧିକ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ସହ କିଏ ଆଇଡିକୁ ଅପରେଟ୍ କରୁଥିଲେ? କେଉଁଠୁ ହେଉଥିଲା ଅପଡେଟ୍? ଏସବୁରୁ ଯାଞ୍ଚ କରାଯାଉଛି। ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୁରକ୍ଷା ବାହିନୀ ସମେତ ଏସଟିୟୁ ଓ ଫୋର୍ସ ମୁତୟନ କରାଯାଇଛି। ସେପଟେ ଧମକ ପରେ ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ଡିଜିଙ୍କୁ ସୁରକ୍ଷା ପାଇଁ ଚିଠି ଲେଖିଛନ୍ତି ସାଂସଦ ଶୁଭାଶିଷ୍ ଖୁଣ୍ଟିଆ। ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ସେବାୟତ । 

ଅଧିକ ପଢ଼ନ୍ତୁ :  ଶ୍ରୀମନ୍ଦିରକୁ ବୋମା ଧମକ : ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ ମାମଲାରେ ଜଣେ ଅଟକ

ବଡ କଥା ହେଉଛି ବାରମ୍ବାର ଏଭଳି ଧମକ ଆସୁଥିଲେ ବି ଅଭିଯୁକ୍ତଙ୍କ ପତ୍ତା ମିଳୁନି । ଏପରିକି ରାଜ୍ୟର ତିନି କୋର୍ଟକୁ କେଉଁ ମେଲରୁ ଆସିଥିଲା ବୋମା ଧମକ? ତାହା  ଏପର୍ଯ୍ୟନ୍ତ  ସ୍ପଷ୍ଟ କରିପାରିନି ପୁଲିସ। ଏପରିକି ଭୁବନେଶ୍ବରରେ ପୁଲିସ ଡିଜି ସମ୍ମିଳନୀ ଓ ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଆସିଥିବା ଧମକପୂର୍ଣ୍ଣ ମେଲର ବି ସତ୍ୟତା ସାମନାକୁ ଆସିନି। ଯାହାକି ଆମ ସାଇବର ପୁଲିସର ଦକ୍ଷତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୨୬ ଜାନୁଆରି ୮ରେ କୋର୍ଟ ପରିସରରେ ବୋମା ଥିବା ନେଇ ଏକ ଅଜଣା ମେଲ୍‌ରୁ ଧମକ ଆସିଥିଲା। ସେହିପରି ୨୦୨୪ ନଭେମ୍ବରରେ ପୁଲିସ୍ ଡିଜିପି ସମ୍ମିଳନୀ ଓ ୨୦୨୫ ଜାନୁଆରି ମାସରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା। କିନ୍ତୁ କେଉଁଠୁ ଆସିଥିଲା ମେଲ ତାହା ଏପର୍ଯ୍ୟନ୍ତ  ରହସ୍ୟରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe