କନକବ୍ୟୁରୋ : ଶ୍ରୀମନ୍ଦିରକୁ ବୋମା ଧମକ । ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ ମାମଲାରେ ଜଣକୁ ଅଟକ ରଖିଛି ପୁଲିସ । ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ଦିଆଯାଇଥିଲା । ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ ଏବଂ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇ ଦିଆଯିବ ବୋଲି ଏଥିରେ ଲେଖାଯାଇଥିଲା ।
ଅଧିକ ପଢନ୍ତୁ... ଟ୍ରମ୍ପଙ୍କ ଡାଭୋସ ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି: ଅଧା ବାଟରୁ ଫେରିଲେ ଆମେରିକା ରାଷ୍ଟ୍ରପତି
ଏପରିକି ଖୁବଶୀଘ୍ର ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ ବୋଲି ଧମକ ଦିଆଯାଇଥିଲା , ଏହି ମାମଲାରେ ଜଣଙ୍କୁ ଅଟକ ରଖାଯାଇଛି । ତେବେ ଜୁଲି ରାଣୀ ପଣ୍ଡା କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି ତାକୁ ନେଇ ଆଶଙ୍କା ବଢ଼ିଛି । ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ, ଏହି ଧମକପୂର୍ଣ୍ଣ ମେସେଜକୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/21/13-2026-01-21-12-32-12.jpg)