କୁଏତ୍‌ରୁ ଦିଲ୍ଲୀ ଆସୁଥିବା ବିମାନକୁ ବୋମା ଧମକ ; ଅହମଦାବାଦରେ ଜରୁରୀକାଳୀନ ଅବତରଣ

Advertisment

ବିମାନରେ ବୋମା ରହିଥିବା ଏବଂ ଏହାକୁ ଅପହରଣ କରାନିଆଯିବ ବୋଲି ଲେଖା ହୋଇଥିବା ଏକ ଟିସୁ ପେପର ଜଣେ ବିମାନ କର୍ମଚାରୀ ପାଇବା ପରେ ଆତଙ୍କ ଖେଳିଯାଇଥିଲା । ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସତର୍କ କରିବା ସହିତ ବିମାନକୁ ଅହମଦାବାଦ ବିମାନବନ୍ଦର ଅଭିମୁଖେ ଅବତରଣ ପାଇଁ ନିଆଯାଉଥିବା ସୂଚନା ଦେଇଥିଲେ ।

ବିମାନରେ ବୋମା ରହିଥିବା ଏବଂ ଏହାକୁ ଅପହରଣ କରାନିଆଯିବ ବୋଲି ଲେଖା ହୋଇଥିବା ଏକ ଟିସୁ ପେପର ଜଣେ ବିମାନ କର୍ମଚାରୀ ପାଇବା ପରେ ଆତଙ୍କ ଖେଳିଯାଇଥିଲା । ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସତର୍କ କରିବା ସହିତ ବିମାନକୁ ଅହମଦାବାଦ ବିମାନବନ୍ଦର ଅଭିମୁଖେ ଅବତରଣ ପାଇଁ ନିଆଯାଉଥିବା ସୂଚନା ଦେଇଥିଲେ ।

Indigo

Indigo Photograph: (Kanak news)

କନକ ବ୍ୟୁରୋ : କୁଏତରୁ ଶୁକ୍ରବାର ସକାଳେ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମାରେ ଉଡ଼େଇ ଦେବା ଓ ଅପହରଣ କରିବାକୁ ଧମକ ପରେ ଅହମଦାବାଦ ବିମାନବନ୍ଦର‌ରେ ଏହା ଜରୁରୀକାଳୀନ ଅବତରଣ କରିଛି । ବିମାନରେ ବୋମା ରହିଥିବା ଏବଂ ଏହାକୁ ଅପହରଣ କରାନିଆଯିବ ବୋଲି ଲେଖା ହୋଇଥିବା ଏକ ଟିସୁ ପେପର ଜଣେ ବିମାନ କର୍ମଚାରୀ ପାଇବା ପରେ ଆତଙ୍କ ଖେଳିଯାଇଥିଲା । ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସତର୍କ କରିବା ସହିତ ବିମାନକୁ ଅହମଦାବାଦ ବିମାନବନ୍ଦର ଅଭିମୁଖେ ଅବତରଣ ପାଇଁ ନିଆଯାଉଥିବା ସୂଚନା ଦେଇଥିଲେ । ବିମାନରେ ଥିବା ସମସ୍ତ ୧୮୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଖାଲି କରିବା ପରେ ସେମାନଙ୍କ ଜିନିଷପତ୍ର କଡ଼ାକଡ଼ି ଯାଞ୍ଚ କରାଯାଇଥିଲା । ଏହାସହିତ ସମସ୍ତ ଯାତ୍ରୀଙ୍କ ପରିଚୟ ମଧ୍ୟ ଯାଞ୍ଚ କରାଯାଇଛି ।

ବିମାନଟି ସକାଳ ୬ଟା ୪୦ ମିନିଟରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ତେବେ ବିମାନ ଭିତରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ବୋଲି ଯାଞ୍ଚ କରୁଥିବା ଅଧିକାରୀ କହିଛନ୍ତି । ଏୟାରପୋର୍ଟ ପୁଲିସ ଷ୍ଟେସନ ସୂଚନା ଅନୁଯାୟୀ, ବୋମା ନିଷ୍କ୍ରିୟକାରୀ ଦଳ ପୂରା ବିମାନର ଯାଞ୍ଚ କରିଥିଲେ। ଯାଞ୍ଚ ଶେଷ ହେବା ପରେ ବିମାନ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିବ। ଏହାପୂର୍ବରୁ ୧୮ ଜାନୁଆରି ଓ ୨୨ ଜାନୁଆରିରେ ବିମାନକୁ ‌ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଥିଲା ।

ଅଧିକ ପଢ଼ନ୍ତୁ---ରୁପାରେ ନିର୍ମିତ ଟ୍ରେନ୍ ସେଟ୍‌, କାଠ ସିନ୍ଦୁକ, ସ୍କାର୍ଫଠାରୁ ପସ୍ମିନା ସଲ୍‌ ; ଆମେରିକା ରାଷ୍ଟ୍ରପତିଙ୍କୁ ଭାରତରୁ ମିଳିଥିବା ଉପହାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe