କନକ ବ୍ୟୁରୋ: ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଫେସ୍ ବୁକରେ ଧମକପୂର୍ଣ୍ଣ ପୋଷ୍ଟ । ଅଭିଯୁକ୍ତ ପ୍ରତୀକ ମିଶ୍ରକୁ ଗିରଫ କଲା ସିଂହଦ୍ୱାର ଥାନା ପୁଲିସ । ପ୍ରେମରେ ବିଫଳ ହେବାରୁ ପ୍ରେମିକାକୁ ବଦନାମ କରିବାକୁ ଅଭିଯୁକ୍ତ ରଚିଥିଲା ପ୍ଲାନ୍ । ଜୁଲି ରାଣୀ ପଣ୍ଡା ନାମ୍ନୀ ମହିଳା ପ୍ରେମ ନିବେଦନ ଗ୍ରହଣ ନକରିବାରୁ ଗତ ୧୧ ତାରିଖରେ ତାଙ୍କ ନାଁରେ ଖୋଲିଥିଲେ ଫେସବୁକ୍ ଆକାଉଣ୍ଟ ।
ଅଧିକ ପଢନ୍ତୁ: କୋର୍ଟ ପରେ ଶ୍ରୀମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ଫେସବୁକ୍ ଆଇଡି ଯାଂଚ କରୁଛି ପୁରୀ ପୁଲିସ
ତାଙ୍କ ସିମ୍ ବ୍ୟବହାର କରି ବଦନାମ କରିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲା । ଶ୍ରୀମନ୍ଦିର, ଗ୍ରାଣ୍ଡ ସେଣ୍ଟରକୁ ବୋମାରେ ଉଡ଼ାଇ ଦେବା ସହ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ କରିବାକୁ ଧମକପୂର୍ଣ୍ଣ ମେସେଜ ଦେଇଥିଲା ଅଭିଯୁକ୍ତ । ଏକତରଫା ପ୍ରେମରେ ବିଫଳ ହେବା ପରେ ପ୍ରେମିକାକୁ ପାନେ ଦେବାକୁ ଏପରି ଷଡ଼ଯନ୍ତ୍ର କରିଥିଲା । ହେଲେ ବୋମା ଧମକ ଯେ ତାକୁ ଜେଲକୁ ପଠାଇବ ଏକଥା ଚିନ୍ତା କରିନଥିଲା ।
ବୋମା ଧମକ, ଫସିଗଲା ପ୍ରେମିକ
ଶ୍ରୀମନ୍ଦିରକୁ ବୋମା ଧମକ ଦେଇ ଯୁବକ ଗିରଫ
ପ୍ରେମିକାକୁ ପାନେ ଦେବାକୁ ବନ୍ଧା ହେଲା ଅଭିଯୁକ୍ତ
ଏକତରଫା ପ୍ରେମର ବିଫଳ ପରେ ରଚିଥିଲା ଷଡ଼ଯନ୍ତ୍ର
ପ୍ରେମିକାକୁ ବଦନାମ କରିବାକୁ ଅଭିଯୁକ୍ତ କରିଥିଲା ଯୋଜନା
ଗତ ୧୧ ତାରିଖରେ ପ୍ରେମିକା ନାଁରେ ଖୋଲିଥିଲେ ଫେସବୁକ୍ ଆକାଉଣ୍ଟ
ପ୍ରେମିକାର ଫେକ ଆକାଉଣ୍ଟରୁ ପୋଷ୍ଟ କରିଥିଲା ଧମକପୂର୍ଣ୍ଣ ମେସେଜ
ଶ୍ରୀମନ୍ଦିର, ଗ୍ରାଣ୍ଡ ସେଣ୍ଟରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା
ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ଼ କରିବାକୁ ଧମକ
ସୋମବାର ପୋଷ୍ଟ ଭାଇରାଲ ପରେ ଏତଲା ଦେଇଥିଲେ ରାଜ୍ୟସଭା ସାଂସଦ
ଏତଲା ପରେ ଖୋଳତାଡ଼ କରି ଅଭିଯୁକ୍ତକୁ ବାନ୍ଧିଛି ପୁରୀ ସାଇବର ଥାନା ପୁଲିସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/22/puri-jagannath-temple-2026-01-22-08-14-23.jpg)