ଦିଲ୍ଲୀରେ ପୁଣି ବୋମା ଧମକ: ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍‌ରେ ଧମକ

Advertisment

ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି ।

ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି ।

delhi

delhi Photograph: (kanak news)

କନକ ବ୍ୟୁରୋ : ଦିଲ୍ଲୀକୁ ପୁଣି ବୋମା ଧମକ ଦିଆଯାଇଛି । ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି । କୋର୍ଟ ପରିସରକୁ ଉଡ଼ାଇ ଦେବା ପାଇଁ ଧମକ ମିଳିବା ପରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଆହୁରି ପଢ଼ନ୍ତୁ : ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ: ଆଇନ ମନ୍ତ୍ରୀ

ବହୁ ସଂଖ୍ୟାରେ ପୁଲିସ ଏବଂ ବୋମା ନିରୋଧକ ତଥା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସାକେତ କୋର୍ଟର ସମଗ୍ର ପରିସରକୁ ତୁରନ୍ତ ଖାଲି କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । କୋର୍ଟ ଏବଂ ସ୍କୁଲ୍ ପରିସରରେ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଧମକ ଦେଇଥିବା ବ୍ୟକ୍ତିର ଫୋନ୍ ସୁଇଚ୍ ଅଫ୍ ଥିବା ଜଣାପଡ଼ିଛି । ଏହି ଘଟଣା ସକାଳ ପ୍ରାୟ ୯ଟା ସମୟରେ ଜଣାପଡ଼ିଥିଲା । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଦିଲ୍ଲୀର ପ୍ରଶାନ୍ତ ବିହାର ଏବଂ ଦ୍ୱାରକାରେ ଥିବା ସିଆରପିଏଫ୍‌ ସ୍କୁଲଗୁଡ଼ିକୁ ଏକକାଳୀନ ଇ-ମେଲ୍ ମାଧ୍ୟମରେ ମଧ୍ୟ ବୋମା ଧମକ ମିଳିଥିଲା । ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ  ଏବଂ ଆତଙ୍କବାଦୀ ଆକ୍ରମଣ ଘଟଣା ମନରୁ ନ ଲିଭୁଣୁ ଏହି ଧମକ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ସେଥିପାଇଁ ଧମକ କଲ୍‌ ଆସିବା ପରେ ସିଆରପିଏଫ୍‌ ସ୍କୁଲର ସମସ୍ତ ପିଲାମାନଙ୍କୁ ଘରକୁ ପଠାଇଦିଆ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe