କନକ ବ୍ୟୁରୋ: ରାଷ୍ଟ୍ରୀୟ ସଂୟସେବକ ସଂଘର ୧୦୦ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିଲେ ବଲିଉଡର ତାରକାମାନେ । ମୁମ୍ୱାଇର ଏକ ଅଡିଟରିୟମରେ ଏ ସମାରୋହ ଆୟୋଜିତ ହେଇଥିଲା । ଯାହା ୨ଦିନ ପର୍ଯ୍ୟନ୍ତ ଚାଲିଥିଲା ଯେଉଁଥିରେ ଅନେକ ବଲିଉଡର ତାରକାମାନେ ଅଂଶଗ୍ରହଣ କରିଥିଲେ । ମୁମ୍ୱାଇରେ ଅନୁଷ୍ଠିତ ସଂୟସେବକ ସଂଘର ଦୁଇଦିନିଆ ଆୟେଜିତ ଶତାଦ୍ଧୀ ସାମରୋହ ଚର୍ଚ୍ଚାର ବିଷୟ ପାଲଟିଛି । 

Advertisment

ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବଲିଉଡ ସୁପରଷ୍ଚାର ସଲମାନ ଖାନ ଏବଂ ରଣବିର କପୁର ଅଂଶଗ୍ରହଣ କରିଥିଲେ ।ସେହିପରି ଦ୍ୱିତୀୟ ଦିନରେ ଭିକି କୌଶଲ ଏବଂ ଅନନ୍ୟା ପାଣ୍ତେ ଙ୍କୁ ଦେଖିବାକୁ ମିଳିଥିଲା । ଆରଏସଏସ ଏହି ୧୦୦ବର୍ଷ ପୂରା ଅବସରରେ କେବଳ ଯେ ମନୋରଞ୍ଜନ ଜଗତରୁ ଅଂଶଗ୍ରହଣ କରିନଥିଲେ ବରଂ ଆରଏସଏସର ମୁଖ୍ୟ ମୋହନ ଭଗବତ ଙ୍କ ଭାଷଣ ଶୁଣିବାକୁ ସେଠାରେ ଧ୍ୟାନ ର ସହିତ ଦର୍ଶକ ଥିଲେ ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଭିକି କୌଶଲ ଏକ ପାରମ୍ପରିକ ଅନ୍ଦାଜରେ ନଜର ଆସିଥିଲେ  । କୁର୍ତ୍ତା ସହ ପାଇଜାମା ପିନ୍ଧି ଭିକି ନିଜର ଆଗକୁ ଆସୁଥିବା ଫିଲ୍ମ ଲଭ ଏବଂ ୱାରର ଲୁକରେ ନଜର ଆସିଥିଲେ । ଅନନ୍ୟା ପାଣ୍ତେ ମଧ୍ୟ ଏଥିନିକ ଲୁକରେ ଖୁବ ସୁନ୍ଦର ଅନ୍ଦାଜରେ ଆସିଥିଲେ । ସେଠାରେ ଫିଲ୍ମମେକର କରଣ ଜେହର ଏବଂ ମଧୁର ଭଣ୍ତାରକରଙ୍କ ସହିତ କାର୍ଯ୍ୟକ୍ରମ ଉପଭୋଗ କରୁଥିବାର ଦେଖାଯାଇଥିଲେ । ଏବଂ ଏହି ଅବସରରେ ଶିଳ୍ପା ସେଟ୍ଟି,ଅକ୍ଷୟ କୁମାର ଫିଲ୍ମ ନିର୍ମାତା,ସୁବାଶ ଘାଇଙ୍କ ସହିତ ଅନ୍ୟ ସେଲିବ୍ରିଟି ମଧୁର ଭଣ୍ତାରକର ,ରବିନା ଟଣ୍ତନ ଏବଂ ଜ୍ୟାକି ଶ୍ରଫ୍ ଙ୍କ ଅନେକ ତାରକା ସାମିଲ ହେଇଥିଲେ ।

 ଆହୁରି ପଢନ୍ତୁ : ଚାକିରି ମିଳିଲାନି ବୋଲି ଦେହରେ ପେଟ୍ରୋଲ ଢାଳିଲେ ଯୁବକ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଏପଟେ ପାକିସ୍ତାନ ଛାଡି ଭାରତରେ ନାଗରିକତା ନେଇଥିବା ଗାୟକ ଅଦନାମ ଶାମୀ ତାଙ୍କର ଏକ ଫୋଟେ ମୋହନ ଭାଗବତ ଆରଏସଏସ ପ୍ରମୁଖଙ୍କ ସେୟାର କରିଛନ୍ତି । ଏହି ଫୋଟେ ତାଙ୍କର ଏକ ସାକ୍ଷାତକାରର ଯେଉଁ ଫୋଟେରେ ତାଙ୍କ ସହ ଶିଳ୍ପା ସେଟ୍ଟି,ରୁପାଲି ଗାଙ୍ଗୁଲୀ ଏବଂ ରମେଶ ତୌରାନୀ ମଧ୍ୟ ଦେଖାଯାଇଛନ୍ତି । ତାଙ୍କ ପୋଷ୍ଟରେ, ଗାୟକ ଲେଖିଛନ୍ତି, "ଆରଏସଏସର ପ୍ରସିଦ୍ଧ ସଂଘଚାଳକ ମୋହନ ଭାଗବତଙ୍କ ସହିତ ଏକ ସୁନ୍ଦର ଅପରାହ୍ନ ବିତାଇଲି। ତାଙ୍କ କଥା ଶୁଣି ଖୁସି ଲାଗିଲା, ଏବଂ ସେ ଅନେକ ଭୁଲ ଧାରଣା ଏବଂ ମିଥ୍ୟାକୁ ବହୁତ ଭଲ ଭାବରେ ବୁଝାଇଥିଲେ ଏବଂ ଦୂର କରିଥିଲେ। ଜଣେ ଅବିଶ୍ୱସନୀୟ ନମ୍ରଲୋକ ଏବଂ ଜଣେ ସୁନ୍ଦର ମଣିଷ’’ ।

କରଣ ଜୋହର ମଧ୍ୟ କହିଥିଲେ ସେ ଆରଏସଏସର ଏହି ଅବସରରେ ଯୋଗଦେଲେ ଏବଂ ମୋହନ ଭାଗବତ  ଜ୍ଞାନଭରା ବାଣୀ ଶୁଣି  ପ୍ରେରିତ ହେଲେ ଏବଂ ଆରଏସଏସ କୁ ୧୦୦ବର୍ଷ ପୂର୍ତ୍ତିଅବସରର ଶୁଭକାମନା ଜଣାଇଥିଲେ । ସାମାରୋହର ପ୍ରଥମ ଦିନରେ  ସଲମାନ ଖାନ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଭାଷଣରେ ଯୋଗ ଦେଇଥିଲେ । ସାମଜିକଧାରା ଏବଂ ଜୀବନ ଶୈଳୀଉପରେ ଫ୍ୟାଶନ ଉପରେ ବକ୍ତବ୍ୟ ରଖିଥିଲେ । ସେଥିରେ ସେ କହିଥିଲେ ସାଧାରଣ ଲୋକ ସାଧାରଣତଃ ପ୍ରଭାବଶାଳୀ ଲୋକଙ୍କ ବେଶ ପୋଷାକ ଅନୁସରଣ କରନ୍ତି ଏହାର ଉଦାହରଣ ସେ ସଲମାନ ଖାନଙ୍କୁ ଉଦାହରଣ ରୂପେନେଇ କହିଥିଲେ କି କଲେଜ ଯାଉଥିବା ଛାତ୍ର ସବୁ ସେଲିବ୍ରିଟି ଙ୍କ ଫ୍ୟାଶନ ଫଲୋ କରନ୍ତି ।ତେଣୁ ଫ୍ୟାଶନ ସେଟ କରୁଥିବା ଲୋକଙ୍କୁ ସମାଜରେ ସମ୍ମାନିତ କରାଯାଏ  ।