କନକ ବ୍ୟୁରୋ: ଆରପାରିରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇର ଏକ ଘରୋଇ ହସ୍ପିଟାରେ ଆଖିବୁଜିଛନ୍ତି ଧର୍ମେନ୍ଦ୍ର । ୮୯ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବଲିଉଡର ହି-ମ୍ୟାନ୍ ଭାବରେ ଜଣାଶୁଣା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅଭିନେତାଙ୍କ ଦଳ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ଏହି ଖବର ପୂରା ସିନେ ଜଗତରେ ଶୋକର ଛାୟା ଖେଳାଇଦେଇଛି । ଶ୍ୱାସକ୍ରିୟାରେ ଅସୁବିଧା ହେତୁ ତାଙ୍କୁ ସୋମବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଅଧିକ ପଢନ୍ତୁ...ବଲିଉଡ୍ରେ ଶୋକର ଛାୟା, ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର
ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ପ୍ରଚାରିତ ହେବା ମାତ୍ରେ , ପୂରା ବଲିଉଡ୍ରେ ନୀରବତା ଖେଳିଗଲା । ସେଲିବ୍ରିଟି ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତିତ ହୋଇପଡ଼ିଥିଲେ ।
ଆଉ କେଇଟା ଦିନରେ ୯୦ ତମ ଜନ୍ମଦିନ ପାଳିଥାନ୍ତେ । ୧୯୩୫ ଡିସେମ୍ବର ୮ ତାରିଖରେ ବ୍ରିଟିସ୍ ଶାସିତ ଭାରତର ପଞ୍ଜାବ ଲୁୟାନାର ଏକ ପଞ୍ଜାବୀ ଜାଠ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ରକ୍ତରେ ଜାଠର ସାହାସ ତାଙ୍କ ଅଭିନୟରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା ।
ବ୍ୟକ୍ତିଗତ ଜୀବନରେ ବି ଜିନ୍ଦାଦିଲ୍ ଥିଲେ ଧର୍ମେନ୍ଦ୍ର । ହେଲେ କିଛି ଦିନ ହେବ ବାର୍ଦ୍ଧକ୍ୟ ସମସ୍ୟାକୁ ନେଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଦୁନିଆର ଚିରନ୍ତନ ସତ୍ୟ କ୍ରମରେ ଆଜି ସେ ସମସ୍ତଙ୍କୁ ଛାଡ଼ି ଅଫରା ରାଇଜକୁ ଚାଲିଯାଇଛନ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କ ସଂଘର୍ଷ ଆଉ ସଫଳତାର କାହାଣୀ ପ୍ରତିଟି କଳାପ୍ରେମୀଙ୍କ ମନକୁ ରୋମନ୍ଥନ କରୁଛି ।
୩୦୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ । ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ, ଯେଉଁଥିରେ "ଶୋଲେ", "ଚୁପକେ ଚୁପକେ", "ସୀତା ଔର ଗୀତା" ଏବଂ "ଧରମ ବୀର" ଭଳି ସୁପରହିଟ୍ ଫିଲ୍ମ ଅନ୍ତର୍ଭୁକ୍ତ । ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ, ଯେଉଁଥିରେ "ଶୋଲେରେ ବାସନ୍ତୀ ଇନ୍ କୁତୋ କେ ଆଗେ ମତ ନାଚନା" ଏକ ପ୍ରମୁଖ ହିଟ୍ ଫିଲ୍ମ ଥିଲା ।
ଶେଷ ଫିଲ୍ମଟି ଆସନ୍ତା ମାସରେ ମୁକ୍ତିଲାଭ କରିବ
ତାଙ୍କୁ ସମ୍ପ୍ରତି "ରକି ଔର ରାନୀ କି ପ୍ରେମ କାହାଣୀ" ରେ ଦେଖିବାକୁ ମିଳିଥିଲା, ଏବଂ ଏହା ପରେ "ତେରୀ ବାତେଁ... ମେଁ ଐସା ଉଲଜା ଦିୟା" ରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କୁ ମୋହିତ କରିଥିଲେ । ସେ ଅଗସ୍ତ୍ୟ ନନ୍ଦଙ୍କ "ଇକ୍କିସ୍" ରେ ମଧ୍ୟ ନଜର ଆସିବେ, ଯାହା ଡିସେମ୍ବର ୨୫ ତାରିଖରେ ମୁକ୍ତିଲାଭ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/24/22-2025-11-24-13-58-44.jpg)