କନକ ବ୍ୟୁରୋ: ବୋଲଭିଆରେ ବିମାନ ଦୁର୍ଘଟଣା । ୧୫ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ । ଉଦ୍ଧାର କାର୍ଯ୍ୟ ଜାରି । ଲାପାଜ୍ ନିକଟରେ ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । ନୂଆ ପ୍ରିଣ୍ଟ ହୋଇଥିବା ଟଙ୍କା ନେଇ ଯାଉଥିବା ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । ପାଗ ଖରାପ ଥିବାରୁ ବିମାନ ଉଡାଣରେ ସମସ୍ୟା ଦେଖା ଦେଇଥିଲା। ଫଳରେ ଗୋଟିଏ ରାସ୍ତା ଉପରେ ଖସିପଡିଥିଲା ବିମାନ । ଦୁର୍ଘଟଣାରେ ରାସ୍ତାରେ ଯାଉଥିବା କାର୍ ମଧ୍ୟ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି ।
ସୂଚନା ଅନୁସାରେ, ବିମାନ ଉଡାଣ ସମୟରେ ପାଗ ଖରାପ ଥିବାରୁ ପାଇଲଟ୍ଙ୍କୁ ନିୟନ୍ତ୍ରଣ ରଖିବାରେ ସମସ୍ୟା ହୋଇଥିଲା। ଫଳରେ ବିମାନଟି ହଠାତ୍ ଏକ ବ୍ୟସ୍ତ ରାସ୍ତା ଉପରେ ଖସିପଡିଥିଲା। ଦୁର୍ଘଟଣା ସମୟରେ ରାସ୍ତାରେ ଯାଉଥିବା କିଛି ଗାଡ଼ି ମଧ୍ୟ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି।ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଆପତ୍କାଳୀନ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।
ଆହୁରି ପଢ଼ନ୍ତୁ:ବାହାଘର ଭୋଜି ଖାଇ ୨୫ରୁ ଅଧିକ ଅସୁସ୍ଥ : ୨୦ ଜଣ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି
ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିବା ବେଳେ ସମସ୍ତ ଉଡାଣ ସେବା ଅସ୍ଥାୟୀ ଭାବେ ପ୍ରଭାବିତ ହୋଇଛି।ପ୍ରାଥମିକ ତଦନ୍ତରୁ ଖରାପ ପାଗ ଏବଂ ଦୃଶ୍ୟମାନତା କମ୍ ଥିବାକୁ ଦୁର୍ଘଟଣାର ମୁଖ୍ୟ କାରଣ ଭାବେ ଧରାଯାଉଥିବା ବେଳେ, ବିମାନ ଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/28/8-2026-02-28-08-54-41.jpg)