DeadBody Photograph: (KanakNews)
କନକ ବ୍ୟୁରୋ: ୧୧ ଦିନ ପରେ ନିଖୋଜ ସ୍ୱାମୀର ଶବ ଠାବ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗୁଲାପଡା ଗ୍ରାମର ପ୍ରକାଶ ମହାନ୍ତି ୧୧ ଦିନ ତଳେ ନିଖୋଜ ହୋଯାଇଥିଲେ । ଚପଲ କିଣିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଏନେଇ ବିନିକା ଥାନାରେ ନିଖୋଜ ଥିବା ପ୍ରକାଶ ମହାନ୍ତିଙ୍କ ସ୍ତ୍ରୀ ବନିତା ମହାନ୍ତି ହତ୍ୟା କରାଯାଇଥିବା ସନ୍ଦେହ କରି ଅଭିଯୋଗ କରିଥିଲେ ।
ଅଧିକ ପଢନ୍ତୁ :ବାଲେଶ୍ବର ଭାସ୍କରଗଞ୍ଜ ହୋଟେଲ୍ରେ ହତ୍ୟାକାଣ୍ଡ : ସାଙ୍ଗ ଅଟକ, ମହିଳା ଫେରାର..
ଅଭିଯୋଗ ପରେ ବିନିକା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଥିଲା । ଏ ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା ପୋଲିସ । ଆଜି ପ୍ରକାଶଙ୍କ ଶବ ମାତିତଳେ ପୋତା ଯାଇଥିବା ସୂଚନା ପାଇଥିଲା ପୋଲିସ । ବିନିକା ଗଣେଶପୁର ପୋଲ ନିକଟରେ ମାଟି ତଳୁ ଶବ ଉଦ୍ଧାର କରିଛି ପୁଲିସ ।
ଅଧିକ ପଢନ୍ତୁ: ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ; ମୁଖ୍ୟ ଅଭିଯୁକ୍ତ ଗିରଫ
Follow Us