ବାଂଲାଦେଶରେ ନିର୍ବାଚନ ପୂର୍ବରୁ ବିଏନପି ନେତାଙ୍କୁ ହତ୍ୟା: ୟୁନୁସ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ

Advertisment

ବାଂଲାଦେଶରେ ଫେବ୍ରୁଆରି ୧୨ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଜଣେ ବିଏନପି ନେତାଙ୍କୁ ହତ୍ୟା କରାଯିବା ଘଟଣା, ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଠିଆ କରିଛି । ବାଇକ୍‌ରେ ଆସିଥିବା ଦୁର୍ବୃତ୍ତମାନେ ବିଏନପି ନେତାଙ୍କୁ ଗୁଳି କରି ହତ୍ୟା କରିଥିବାବେଳେ, କାରବାନ ବଜାର ବନ ଆସୋସିଏସନର ସାଧାରଣ ସମ୍ପାଦକ ଅବୁ ସୁଫିଆନ ମସୁଦ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।

ବାଂଲାଦେଶରେ ଫେବ୍ରୁଆରି ୧୨ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଜଣେ ବିଏନପି ନେତାଙ୍କୁ ହତ୍ୟା କରାଯିବା ଘଟଣା, ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଠିଆ କରିଛି । ବାଇକ୍‌ରେ ଆସିଥିବା ଦୁର୍ବୃତ୍ତମାନେ ବିଏନପି ନେତାଙ୍କୁ ଗୁଳି କରି ହତ୍ୟା କରିଥିବାବେଳେ, କାରବାନ ବଜାର ବନ ଆସୋସିଏସନର ସାଧାରଣ ସମ୍ପାଦକ ଅବୁ ସୁଫିଆନ ମସୁଦ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।

BANGLADESH

BANGLADESH Photograph: (KANAK NEWS)

କନକ ବ୍ୟୁରୋ: ବାଂଲାଦେଶରେ ଫେବ୍ରୁଆରି ୧୨ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଜଣେ ବିଏନପି ନେତାଙ୍କୁ ହତ୍ୟା କରାଯିବା ଘଟଣା, ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଠିଆ କରିଛି । ବାଇକ୍‌ରେ ଆସିଥିବା ଦୁର୍ବୃତ୍ତମାନେ ବିଏନପି ନେତାଙ୍କୁ ଗୁଳି କରି ହତ୍ୟା କରିଥିବାବେଳେ, କାରବାନ ବଜାର ବନ ଆସୋସିଏସନର ସାଧାରଣ ସମ୍ପାଦକ ଅବୁ ସୁଫିଆନ ମସୁଦ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ, ମୃତ ବିଏନପି ନେତାଙ୍କ ଜଣକ ହେଉଛନ୍ତି ଅଜିଜୁର ରହମାନ ମୁସାବିର। ସେ ବିଏନପିର ସ୍ଵେଚ୍ଛାସେବୀ ଶାଖା 'ଢାକା ସିଟି ନର୍ଥ ସ୍ଵେଚ୍ଛାସେବକ ଦଳ'ର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ। ବୁଧବାର ରାତି ପ୍ରାୟ ୮ଟା ୪୦ରେ ବସୁନ୍ଧରା ମାର୍କେଟ ପଛପଟେ ଥିବା ତେଜତୁରୀ ବଜାର ଅଞ୍ଚଳରେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳି ଚଳାଇବା ପରେ ଦୁର୍ବୃତ୍ତମାନେ ବାଇକ୍ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ : ମହିଳାଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ ; ଏଏସଆଇଙ୍କ ନାଁରେ ଥାନାରେ ଏତଲା

ତେଜଗାଓଁର ଅତିରିକ୍ତ ପୋଲିସ କମିସନର ଫଜଲୁଲ କରିମ ମୁସାବିରଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଷ୍ଟାର କବାବ ନିକଟସ୍ଥ ଏକ ଗଳିରେ ଦୁଇଜଣଙ୍କ ଉପରକୁ ଗୁଳି ଚଳାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଢାକା ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଚାଲିଛି। ବାଂଲାଦେଶ ଗଣମାଧ୍ୟମ ଅନୁଯାୟୀ, ଦୁର୍ବୃତ୍ତମାନେ ଫାର୍ମଗେଟ୍ ଅତିକ୍ରମ କରି କାରୱାନ ବଜାରର ଷ୍ଟାର କବାବ ସମ୍ମୁଖରେ ଗୁଳି ଚଳାଇଥିଲେ। ଏଥିରେ ମୁସାବିର ଏବଂ ଅବୁ ସୁଫିଆନ ଗୁରୁତର ହୋଇଥିଲେ। ମୁସାବିରଙ୍କୁ ବିଆରବି ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ସେ ପ୍ରାଣ ହରାଇଛନ୍ତି।

ଏକ ରିପୋର୍ଟ ମୁତାବକ, ମୁସାବିର ସୁପର ଷ୍ଟାର ହୋଟେଲ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ । ସେ ଏବଂ ଅବୁ ସୁଫିଆନ ଏକ ଗଳି ଦେଇ ଯାଉଥିବା ସମୟରେ ଦୁଇଜଣ ବନ୍ଧୁକଧାରୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଆହତ ଅବୁ ସୁଫିଆନଙ୍କ ପେଟର ବାମ ପାର୍ଶ୍ୱରେ ଗୁଳି ବାଜିଛି ଏବଂ ତାଙ୍କର ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ଚାଲିଛି। ଏହି ଘଟଣା ପରେ ସ୍ଥାନୀୟ ବିଏନପି କର୍ମକର୍ତ୍ତାମାନେ ସୋନାରଗାଓଁ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ମୁସାବିର ଆୱାମୀ ଲିଗ୍ ସରକାର ସମୟରେ ଅନେକ ଥର ଜେଲ୍ ଯାଇଥିଲେ ଏବଂ ତାଙ୍କ ବିରୋଧରେ ଅନେକ ରାଜନୈତିକ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe