ତାମିଲନାଡ଼ୁ ନିର୍ବାଚନ ପୂର୍ବରୁ  ଏଆଇଏଡିଏମକେକୁ ଝଟକା, ଦଳ ଛାଡ଼ିଲେ ୯ ଥରର ବିଧାୟକ

ଉଭୟ ଏଆଇଏଡିଏମକେ ଓ ଡିଏମକେ ମେଣ୍ଟଠାରୁ ନିଜକୁ ଦୂରରେ ରଖିଥିବା ଅଭିନେତା ବିଜୟଙ୍କ ଟିଭିକେ ପାଇଁ ଖୁସି ଖବର । ଏଆଇଏଡିଏମକେର ତୁଙ୍ଗ ନେତା ସେନଗୋଥାୟନଙ୍କ ଟିଭିକିରେ  ଯୋଗ ଦେଇଛନ୍ତି । ପଶ୍ଚିମ ତାମିଲନାଡୁ ଗୋବିଚେଥି ପଲାୟମରୁ ୯ଥର ବିଧାୟକ ଥିବା ସେନଗୋଥାୟନଙ୍କ ଏଆଇଏଡିଏମକେରେ ଭଲ ପ୍ରଭାବ ଥିଲା ।

tamilnadu

କନକ ବ୍ୟୁରୋ :  ଆଗାମୀ ବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ସେଠାରେ  ରାଜନୈତିକ ଗତିବିଧି ବଢ଼ିବାରେ ଲାଗିଛି ।  ଏହି କ୍ରମରେ ଏଆଇଏଡିଏମକେରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ସେନଗୋଥାୟନ ଅଭିନେତା ବିଜୟଙ୍କ ଟିଭିକେରେ ଯୋଗ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ-ହାରିଲା ଭାରତ; ଇସ୍ତଫା ଦେବେ କି ଗୌତମ ଗମ୍ଭୀର ?

ଉଭୟ ଏଆଇଏଡିଏମକେ ଓ ଡିଏମକେ ମେଣ୍ଟଠାରୁ ନିଜକୁ ଦୂରରେ ରଖିଥିବା ଅଭିନେତା ବିଜୟଙ୍କ ଟିଭିକେ ପାଇଁ ଖୁସି ଖବର । ଏଆଇଏଡିଏମକେର ତୁଙ୍ଗ ନେତା ସେନଗୋଥାୟନଙ୍କ ଟିଭିକିରେ  ଯୋଗ ଦେଇଛନ୍ତି । ପଶ୍ଚିମ ତାମିଲନାଡୁ ଗୋବିଚେଥି ପଲାୟମରୁ ୯ଥର ବିଧାୟକ ଥିବା ସେନଗୋଥାୟନଙ୍କ ଏଆଇଏଡିଏମକେରେ ଭଲ ପ୍ରଭାବ ଥିଲା । ମାତ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଦଳରୁ ବହିଷ୍କୃତ ଓ ଛାଡିଥିବା ନେତାଙ୍କୁ ଫେରାଇ ଆଣିବାକୁ ଡାକରା ଦେଇ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏଆଇଏଡିଏମକେରୁ ବହିଷ୍କୃତ ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ ଓ ଦିନାକରଣଙ୍କ ସହ ଏକ ବୈଠକରେ ଯୋଗ ଦେବା ପରେ ସେନଗୋଥାୟନଙ୍କୁ ପଲାନୀସ୍ବାମୀ ଦଳରୁ ବହିଷ୍କାର କରିଥିଲେ ।

ଅଧିକ ପଢ଼ନ୍ତୁ- ମୌସୁମୀରେ ଧୋଇଗଲା; ଶୀତ ଅଧିବେଶନ ଚାଲିବ ତ?

ସେହିଭଳି ସୋନଗୋଥାୟନଙ୍କ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପାଳିତ ପୁତୁରା ତଥା ଦିନାକରଣ ମଧ୍ୟ ବିଜୟଙ୍କ ଟିଭିକେଙ୍କ ସହ ମେଣ୍ଟ କିମ୍ବା ତାଙ୍କ ଦଳକୁ ମିଶ୍ରଣ କରାଇପାରନ୍ତି । ଏହାଛଡା ପୂର୍ବତନ ମୁଖ୍ୟମନ୍ତ୍ରୀ ପନିର ସେଲଭମ ମଧ୍ୟ ବିଜୟଙ୍କ ଟିଭିକେ ସହ ମେଣ୍ଟର ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ କରୁର ଦଳାଚକଟା ନେଇ ବିତର୍କରେ ଥିବା ବିଜୟଙ୍କ ଟିଭିକେ ପାଇଁ ଏହି ୩ ନେତାଙ୍କ ଯୋଗ ମେଣ୍ଟ ରାଜନୀତି ଦୃଷ୍ଟିରୁ ଫାଇଦା ଆଣିପାରେ । ମାତ୍ର ଡିଏମକେ ମେଣ୍ଟ ବିରୋଧରେ ସମସ୍ତ ରାଜନୈତିକ ଦଳକୁ ଏକାଠି ଆଣିବାକୁ ଚେଷ୍ଟା କରୁଥିବା ବିଜେପି ପାଇଁ ଏହା ଭଲ ଖବର ନହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe