ବଲୁଚିସ୍ତାନରେ ରକ୍ତାକ୍ତ ସଂଘର୍ଷ: ଆତ୍ମଘାତୀ ବିସ୍ଫୋରଣକାରୀ ସାଜିଲେ ସ୍ୱାମୀ-ସ୍ତ୍ରୀ

Advertisment

ୟାସମା ବଲୁଚ୍ ୧୯୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୨୨ ମସିହାରେ ବିଦ୍ରୋହୀ ଗୋଷ୍ଠୀ ବିଏଲ୍‌ଏରେ ଯୋଗ ଦେଇଥିଲେ। ତାଙ୍କ ସ୍ୱାମୀ ୱାସିମ୍ ବଲୁଚ୍ ୧୯୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ମସିହାରେ ଏହି ଗୋଷ୍ଠୀରେ ଯୋଗ ଦେଇଥିଲେ। ବିଏଲ୍‌ଏ ଅନୁଯାୟୀ ଦୁହେଁ ଆତ୍ମଘାତୀ ବିସ୍ଫୋରଣ କରିବା ପୂର୍ବରୁ ବୈବାହିକ ଜୀବନ ବିତାଇଥିଲେ।

03bbs_26_03022026_111

କନକ ବ୍ୟୁରୋ : ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ଜାରି ରହିଥିବା ହିଂସା ସମଗ୍ର ଦେଶକୁ ଥରାଇ ଦେଇଛି। ବଲୁଚ ବିଦ୍ରୋହୀମାନେ ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କ ଉପରେ ଭୟଙ୍କର ଆକ୍ରମଣ କରୁଛନ୍ତି। ମଜିଦ୍ ବ୍ରିଗେଡ୍ ଆତ୍ମଘାତୀ ଆକ୍ରମଣର ରଣନୀତିକୁ ଆପଣେଇଛି। ଫଳରେ କ୍ଷତିକ୍ଷତି ପରିମାଣ ବଢ଼ିବା‌ରେ ଲାଗିଛି। ହୋଇଛି। ରକ୍ତପାତକୁ ବଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢୁଥିବା ସଂଗଠନ ବଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍‌ଏ)ଏକ ମାଧ୍ୟମ କରିଛି। 

ସରକାର ଅସହାୟ
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ସ୍ୱୀକାର କରିଛନ୍ତି, ଏହି ଆକ୍ରମଣଗୁଡ଼ିକରେ ମହିଳା ବିଦ୍ରୋହୀମାନେ ସକ୍ରିୟ ଭାବରେ ସାମିଲ ଅଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ପ୍ରସାରିତ ହେଉଛି ଯେଉଁଥିରେ ଜଣେ ଅସ୍ତ୍ରଶସ୍ତ୍ର ମହିଳା ବିଦ୍ରୋହୀ ଏକ କୋଠା ଉପରକୁ ଗୁଳି ଚଳାଇଥିବା ଦେଖାଯାଉଛି। ମହିଳା ଜଣକ ହସୁଛନ୍ତି ଓ ପାକିସ୍ତାନ ସରକାରଙ୍କୁ ପରିହାସ କରୁଛନ୍ତି। ସେ ଦାବି କରିଛନ୍ତି ଯେ, ସେନା ସେମାନଙ୍କର ମୁକାବିଲା କରିବାରେ ବିଫଳ ହେଉଛି।

ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି
ଗତ ଶୁକ୍ରବାର ରାତିରେ ଓ ସପ୍ତାହାନ୍ତରେ ବଲୁଚ ବିଦ୍ରୋହୀମାନେ ପାକିସ୍ତାନର ୧୨ ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରିଥିଲେ । ଏହି ହିଂସାତ୍ମକ ଆକ୍ରମଣରେ ୧୭ ସୁରକ୍ଷା କର୍ମୀ ଓ ୫୦ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା। ଆକ୍ରମଣ ପରେ ବିଏଲ୍‌ଏ ଅନେକ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଫଟୋ ପ୍ରକାଶ କରିଛି।

ଅଧିକ ପଢ଼ନ୍ତୁ : ପାକିସ୍ତାନ ଟ୍ରେନ ଅପହରଣ ଘଟଣା ; ୨୧୪ ଜଣଙ୍କୁ ହତ୍ୟା କରିଥିବା ବଲୁଚ ବିଦ୍ରୋହୀଙ୍କ ଦାବି

ଆତ୍ମଘାତୀ ବିସ୍ଫୋରଣକାରୀ ଦମ୍ପତିଙ୍କ କାହାଣୀ
ବିଏଲ୍‌ଏ ମଜିଦ୍ ବ୍ରିଗେଡର ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଫଟୋ ଜାରି କରିଛି। ସେମାନେ ସ୍ୱାମୀ-ସ୍ତ୍ରୀ ଥିଲେ। ମହିଳାଙ୍କ ନାମ ୟାସମା ବଲୁଚ୍, ଓରଫ ଜାରିନା ଓ ତାଙ୍କ ସ୍ୱାମୀ ୱାସିମ୍ ବଲୁଚ୍‌ଙ୍କୁ ଆଗ ଧାଡ଼ିରେ ଏକାଠି ଠିଆ ହୋଇଥିବା ଦେଖାଯାଇଛି। ବୁଲେଦାର ଆଲାଣ୍ଡୁର ଅଞ୍ଚଳର ବାସିନ୍ଦା। ଏହି ଦମ୍ପତିଙ୍କର ପାସନିରେ ହୋଇଥିବା ଆକ୍ରମଣ ସହିତ ସମ୍ପୃକ୍ତି ଥିଲା। 

ବିଦ୍ରୋହୀଙ୍କ ଇତିହାସ 
ୟାସମା ବଲୁଚ୍ ୧୯୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୨୨ ମସିହାରେ ବିଦ୍ରୋହୀ ଗୋଷ୍ଠୀ ବିଏଲ୍‌ଏରେ ଯୋଗ ଦେଇଥିଲେ। ତାଙ୍କ ସ୍ୱାମୀ ୱାସିମ୍ ବଲୁଚ୍ ୧୯୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୪ ମସିହାରେ ଏହି ଗୋଷ୍ଠୀରେ ଯୋଗ ଦେଇଥିଲେ। ବିଏଲ୍‌ଏ ଅନୁଯାୟୀ ଦୁହେଁ ଆତ୍ମଘାତୀ ବିସ୍ଫୋରଣ କରିବା ପୂର୍ବରୁ ବୈବାହିକ ଜୀବନ ବିତାଇଥିଲେ।

ଅଧିକ ପଢ଼ନ୍ତୁ : ୧୨ ସହରରେ ବଲୁଚ ବିଦ୍ରୋହୀଙ୍କ ତାଣ୍ଡବ: ମୋହସିନ୍ ନକଭି ଭାରତକୁ ଦାୟୀ କଲେ

ମହିଳା ଆତ୍ମଘାତୀଙ୍କ ଭୂମିକା
ବିଏଲ୍‌ଏ ପୂର୍ବରୁ ଦୁଇ ଜଣ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଫଟୋଗ୍ରାଫ ଜାରି କରିଥିଲା। ସେମାନଙ୍କ ମଧ୍ୟରୁ ଆସିଫା ମେଙ୍ଗାଲଙ୍କର ବୟସ ୨୪ ବର୍ଷ। ସେ ତାଙ୍କ ୨୧ତମ ଜନ୍ମଦିନରେ ବିଏଲ୍‌ଏର ମଜିଦ୍ ବ୍ରିଗେଡରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲ। ଆସିଫା ନୁଷ୍କିରେ ଥିବା ଆଇଏସ୍‌ଆଇ ମୁଖ୍ୟାଳୟକୁ ଟାର୍ଗେଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe