ରକ୍ତରେ ହୋଲି ଖେଳୁଛି ରକ୍ତମୁଖା ମଣିଷ, ଭୁଲି ଯାଉଛି ସବୁ ସମ୍ପର୍କ

Advertisment

ହତ୍ୟାକାଣ୍ଡ ଖବରରେ ସ୍ତବ୍ଧ ଓଡ଼ିଶା । ଯାଜପୁର ଜିଲ୍ଲାରେ ଜମିବାଡ଼ି ବିବାଦ ପାଇଁ ଜେଜେମା' ଉପରେ ପିକଅପ୍ ଭ୍ୟାନ୍‌ ଚଢ଼ାଇ ଦେଇଛି ନାତି । ପାଣିକୋଇଲି ଥାନା ଖାନ୍ଦରାପୁର ସିଙ୍ଗଡ଼ା ଅଞ୍ଚଳର ଏହି ହତ୍ୟାକାଣ୍ଡ ପଛରେ ମୃତ ମହିଳାଙ୍କ ପୁଅ ଓ ୨ ନାତି ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଝିଅ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ପାରିବାରିକ କଳହରୁ ଭାଇକୁ ମାରିଲା ଭାଇ । ମାନକୁଣ୍ଡା ଗାଁରେ ଦୁଇଭାଇ ହାତାହାତି ହେବା ପରେ, ବଡ଼ ଭାଇ ସୁଦାମ ମାଝୀଙ୍କର ମୃତ୍ୟୁ ହୋଇଛି । ସାନଭାଇ ସୁଧାକରଙ୍କୁ ଅଟକ ରଖିଛି ପୁଲିସ ।

odisha

କନକ ବ୍ୟୁରୋ : ମଣିଷର ଜୀବନ ନେବାକୁ ଜହ୍ଲାଦ ପାଲଟୁଛି ମଣିଷ । ଭାଇ ଭାଇକୁ ମାରୁଛି, ଶାଶୁ ବୋହୂକୁ ମାରୁଛି, ନାତି ଜେଜେମା ଉପରେ ଚଢ଼ାଇ ଦେଉଛି ଗାଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିବା ବେଳେ, କେନ୍ଦୁଝରରେ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁର ଗୁମର ଖୋଲିଛି ପୁଲିସ ।  

ଅଧିକ ପଢ଼ନ୍ତୁ :  ଧର୍ମଶାଳାରେ ଖଣ୍ଡଯୁଦ୍ଧ; କମ୍ପୁଛି ଭୁବନେଶ୍ୱରରୁ ଯାଜପୁର

ହତ୍ୟାକାଣ୍ଡ ଖବରରେ ସ୍ତବ୍ଧ ଓଡ଼ିଶା । ଯାଜପୁର ଜିଲ୍ଲାରେ ଜମିବାଡ଼ି ବିବାଦ ପାଇଁ ଜେଜେମା' ଉପରେ ପିକଅପ୍ ଭ୍ୟାନ୍‌ ଚଢ଼ାଇ ଦେଇଛି ନାତି । ପାଣିକୋଇଲି ଥାନା ଖାନ୍ଦରାପୁର ସିଙ୍ଗଡ଼ା ଅଞ୍ଚଳର ଏହି ହତ୍ୟାକାଣ୍ଡ ପଛରେ ମୃତ ମହିଳାଙ୍କ ପୁଅ ଓ ୨ ନାତି ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଝିଅ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ପାରିବାରିକ କଳହରୁ ଭାଇକୁ ମାରିଲା ଭାଇ । ମାନକୁଣ୍ଡା ଗାଁରେ ଦୁଇଭାଇ ହାତାହାତି ହେବା ପରେ, ବଡ଼ ଭାଇ ସୁଦାମ ମାଝୀଙ୍କର ମୃତ୍ୟୁ ହୋଇଛି । ସାନଭାଇ ସୁଧାକରଙ୍କୁ ଅଟକ ରଖିଛି ପୁଲିସ ।  ଅନୁଗୁଳ ସଦର ଥାନା ଖଲାରୀ ଗଡ଼ପଦା ସାହିରେ ବୋହୂ ନିଜ ମାଆ ସହ ମିଶି ନେଇଛି ଶାଶୁର ଜୀବନ । ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ, ବୋହୂ ଓ ସମୁଦୁଣୀଙ୍କୁ ଅଟକ ରଖିଛି ପୁଲିସ ।

 କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମୃତ୍ୟୁ ମାମଲାର ଫିଟିଛି ଗୁମର । ୨୫ ବର୍ଷୀୟା ଅଧ୍ୟାପିକା ପ୍ରିୟଙ୍କା ଦାଶଙ୍କୁ ହତ୍ୟା ଅଭିଯୋଗରେ ବନ୍ଧା ହୋଇଛନ୍ତି ୪୫ ବର୍ଷୀୟ ପୁରୁଷ ବନ୍ଧୁ ରୁଦ୍ରନାରାୟଣ ମିଶ୍ର । ଏସଡିପିଓଙ୍କ ସୂଚନା ଅନୁସାରେ, ରୁଦ୍ରଙ୍କ ମାଇନିଂ ରୋଡ୍‌ ସ୍ଥିତ ଘରେ ଉଭୟ ଏକାଠି ରହୁଥିଲେ । ହେଲେ ବୟସରେ ଫରକ ଯୋଗୁ ବିବାହ ପାଇଁ ରାଜି ନଥିଲେ ପ୍ରିୟଙ୍କାଙ୍କ ପରିବାର। ଗତକାଲି ବଚସା ହେବାରୁ ରୁଦ୍ର ତଣ୍ଟିଚିପି ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ରୁଦ୍ର ନିଜକୁ ଜଣେ ଅଧ୍ୟାପକ ଦର୍ଶାଇ, ପ୍ରିୟଙ୍କା ତଳେ ପଡ଼ି ପ୍ରାଣ ହରାଇଛନ୍ତି ବୋଲି ତାଙ୍କ ପରିବାର ଲୋକଙ୍କୁ ଫୋନରେ କହିଥିଲେ । ହତ୍ୟାକାଣ୍ଡ ବୃଦ୍ଧି ପଛରେ ଅତ୍ୟଧିକ କ୍ରୋଧ, ଆକ୍ରୋଶ ଓ ନିଶା ସହିତ, ଆଇନର ଭୟ ନରହିବା ବି ପ୍ରମୁଖ କାରଣ ବୋଲି ମତ ପ୍ରକାଶ ପାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe