ସ୍କୁଲ ଭିତରେ ରକ୍ତର ଛିଟା, ନବମ ଛାତ୍ରଙ୍କୁ ହାଣିଲା ଦଶମ ଛାତ୍ର

Advertisment

ସାମାନ୍ୟ କଥାକୁ ନେଇ ନବମ ଶ୍ରେଣୀ ଛାତ୍ରଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କଲେ ଦଶମ ଛାତ୍ର । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

ସାମାନ୍ୟ କଥାକୁ ନେଇ ନବମ ଶ୍ରେଣୀ ଛାତ୍ରଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କଲେ ଦଶମ ଛାତ୍ର । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

Murder

Murder Photograph: (Kanaknews)

କନକ ବ୍ୟୁରୋ:  ଏପଟେ ସ୍କୁଲରେ ଚାଲିଥିଲା ଉତ୍ସବ, ସେପଟେ ସ୍କୁଲ ହତାରେ ଚାଲିଥିଲା ହଣାକଟା । ଅତି ନିର୍ମମ, ନୃଂଶସ ଭାବେ ନବମ ଶ୍ରେଣୀର ଛାତ୍ରଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଥିଲେ ଦଶମ ଛାତ୍ର । ମୁଣ୍ଡ ଓ ହାତରେ ମାରି ଚାଲିଥିଲେ ଚୋଟ ପରେ ଚୋଟ। ଧାର ଧାର ହୋଇ ମୁଣ୍ଡରୁ ବହିଥିଲା ରକ୍ତ । ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଆହତ ଛାତ୍ରଙ୍କୁ ଭର୍ତ୍ତି କରାଯାଇଛି। ଶିକ୍ଷାନୁଷ୍ଠାନରେ ଏଭଳି ଅଭାବୀନୟ ଘଟଣା ଆସିଛି ବାଲେଶ୍ବରର ରେମୁଣା ହାଇସ୍କୁଲରୁ ।  ଆକ୍ରମଣ ପାଇଁ ହୋଇଥିଲା ପ୍ରି-ପ୍ଲାନ ।

 ଅଧିକ ପଢନ୍ତୁ: ସ୍କୁଲରେ ନାହାନ୍ତି ଶିକ୍ଷକ ,ପିଲାଙ୍କ ପାଠ ପଢ଼ାକୁ କରାଯାଉଛି ଅଣଦେଖା

 ଏଥିପାଇଁ ପୂର୍ବରୁ ବ୍ୟାଗରେ ମାରଣାସ୍ତ୍ର ଆଣିଥିଲେ ଅଭିଯୁକ୍ତ ଛାତ୍ର ଓ ତାଙ୍କ ସହପାଠୀ । ନବମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲ ପଛକୁ ଡାକି ଆକ୍ରମଣ କରିଥିଲେ ଅଭିଯୁକ୍ତ। ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି। ଏହା ପଛରେ ପ୍ରେମ ବ୍ୟାପାର ଥିବା କୁହାଯାଉଛି ।  ୨ ଦିନ ତଳେ ସେହି ରେମୁଣାର ଶ୍ରୀଜଙ୍ଗ ହାଇସ୍କୁଲର ଅଷ୍ଟମ ଛାତ୍ରଙ୍କ ବ୍ୟାଗରୁ ମିଳିଥିଲା ବନ୍ଧୁକ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।  ଜାନୁଆରି ୯ ତାରିଖ ରେ ଢେଙ୍କାନାଳରେ  ଜଣେ ଷଷ୍ଠଶ୍ରେଣୀ ଛାତ୍ରକୁ ସପ୍ତମ ଶ୍ରେଣୀ ଛାତ୍ର ଛୁରାମାଡ଼ କରିଥିଲା  ଜାନୁଆରି ୧୨ ତାରିଖରେ ଗଞ୍ଜାମରେ ସ୍କୁଲ ଭିତରେ ପଶି ଛାତ୍ରଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଲଗାତାର ସ୍କୁଲରେ ଆକ୍ରମଣ ଘଟଣା ଶିକ୍ଷାନୁଷ୍ଠାନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଛିଡା କରିଛି । ଶିକ୍ଷାର ମନ୍ଦିରରେ ଆକ୍ରମଣ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆତଙ୍କିତ କରୁଛି। ହେଲେ ପ୍ରଶ୍ନ ଉଠୁଛି, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ କାହିଁକି କରାଯାଉନି ସୁନିଶ୍ଚିତ? 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe