ଫିଟୁଛି ଉଦଳା କିରାସିନି କଳାବଜାରୀ ଗୁମର, ନିଜ କେଳେଙ୍କାରୀ ଲୁଚାଇବାକୁ RCMS ସମ୍ପାଦକଙ୍କ ଷଡ଼୍‌ଯନ୍ତ୍ର

Advertisment

ଡିଲରଙ୍କ ଘରେ କିରାସିନି ବ୍ୟାରେଲ ପହଞ୍ଚାଇ ମୁହଁ ନଖୋଲିବାକୁ ଧମକ । ଆଉ ଏପଟେ ସମ୍ପାଦକଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବିଭାଗୀୟ ବାବୁ

Updated On

ଡିଲରଙ୍କ ଘରେ କିରାସିନି ବ୍ୟାରେଲ ପହଞ୍ଚାଇ ମୁହଁ ନଖୋଲିବାକୁ ଧମକ । ଆଉ ଏପଟେ ସମ୍ପାଦକଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବିଭାଗୀୟ ବାବୁ

ଅଦ୍ୟତନ ହୋଇଛି
kerosene

kerosene Photograph: (KanakNews)

କନକ ବ୍ୟୁରୋ: ଗତ ଡିସେମ୍ବର ୧୨ରେ ଉଦଳା ଆରସିଏମ୍‌ଏସ୍‌ର ସମ୍ପାଦକ ବସନ୍ତ କୁମାର ନାୟକ କିରାସିନି କଳାବଜାରୀ କରୁଥିବା ବେଳେ କନକ ନ୍ୟୁଜ୍‌ ହାତରେ ଲାଗିଥିଲା ପ୍ରମାଣ । ଘଟଣାକୁ ଚାପିବାକୁ ଲାଞ୍ଚ ଯାଚିବା ସହ ଡିଲରଙ୍କ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଉଦ୍ୟମ କରୁଥିଲେ ସମ୍ପାଦକ । ଏହି କେଳେଙ୍କାରୀ ସତ ଧୀରେଧୀରେ ସତ ସାମନାକୁ ଆସୁଛି । କ୍ୟାମେରାରେ ସମସ୍ତ ଜାଲିଆତି ଧରାପଡ଼ିବା ପରେ ସରକାରୀ ସ୍ତରରେ ତଥ୍ୟ ଲୁଚାଇବାକୁ ସାଂଘାତିକ ଷଡ଼୍‌ଯନ୍ତ୍ର କରୁଛନ୍ତି ସମ୍ପାଦକ । ଆମେ ଘଟଣାର ଖୋଳତାଡ଼ କରୁଥିବା ଜାଣି ସମ୍ପାଦକ ମହାଶୟ ୧୪ ତାରିଖ ରାତିରେ ଅନ୍ୟ ଲୋକଙ୍କ ହାତରେ ଡିଲରଙ୍କ ଘରକୁ କିରୋସିନି ବ୍ୟାରେଲ ପହଞ୍ଚାଇ ମୁହଁ ନଖୋଲିବାକୁ ଧମକ ଦେଇଛନ୍ତି ।

ଅଧିକ ପଢନ୍ତୁ: ରାତିରେ ଚାଲିଥିଲା କିରାସିନି କଳାବଜାରୀ । ଧରାପଡିଲା ଗାଁ ଲୋକଙ୍କ ହାତରେ, ଘଟଣାକୁ ନେଇ ଉତେଜନା

୧୨ ତାରିଖରେ କିରାସିନି ପାଇବା କଥା ସମସ୍ତଙ୍କୁ କହିବାକୁ ତାଗିଦ କରିଛନ୍ତି । ପ୍ରଥମେ ଭୟରେ ମାନୁନଥିବା ବେଳେ ପରେ କ୍ୟାମେରା ସାମନାରେ ସବୁ ସତ ଓଗାଳିଛନ୍ତି ଡିଲର୍‌ । ସେପଟେ ଏହି ଘୋଟାଲା ବାବଦରେ ସହକାରୀ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ସମ୍ପାଦକଙ୍କୁ ଘଣ୍ଟ ଘୋଡ଼ାଇଛନ୍ତି। ତଦନ୍ତ କରାଯାଇଛି ଏବଂ କାଗଜପତ୍ର ସବୁ ଠିକ୍‌ ଥିବା କହୁଛନ୍ତି ଯୋଗାଣ ଅଧିକାରୀ । ଯାହା ଏହି ସମ୍ପୂର୍ଣ୍ଣ ଘଟଣାକୁ ଆହୁରି ସନ୍ଦେହ ଘେରକୁ ଆଣିଛି । ତେବେ ଏହି କିରୋସିନି ଦୁର୍ନୀତିର ସତ ପଦାକୁ ଆଣିବା ସହ ସମ୍ପୃକ୍ତ ଦୁର୍ନୀତିଖୋର୍‌ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe