ନୀତୀଶ ସରକାରରେ ବିଜେପି ପାଓ୍ୱାରଫୁଲ୍ ; ଏକାକି ହାତେଇଲା ଅଧାରୁ ଅଧିକ ମନ୍ତ୍ରୀ ପଦ

Advertisment

ବିହାର ସରକାରରେ ପୂର୍ବରୁ ପାର୍ଟନର ଥିବା ବିଜେପି ଏବେ ନୂଆ ସରକାରରେ ହୋଇଛି ଅଧିକ ପାଓ୍ୱାରଫୁଲ୍ । ନୀତୀଶଙ୍କ ନୂଆ ସରକାରରେ ୨୬ ମନ୍ତ୍ରୀପଦରୁ ବିଜେପି ଏକାକି ୧୪ ମନ୍ତ୍ରୀ ପଦ ହାତେଇନେଇଛି ।

ବିହାର ସରକାରରେ ପୂର୍ବରୁ ପାର୍ଟନର ଥିବା ବିଜେପି ଏବେ ନୂଆ ସରକାରରେ ହୋଇଛି ଅଧିକ ପାଓ୍ୱାରଫୁଲ୍ । ନୀତୀଶଙ୍କ ନୂଆ ସରକାରରେ ୨୬ ମନ୍ତ୍ରୀପଦରୁ ବିଜେପି ଏକାକି ୧୪ ମନ୍ତ୍ରୀ ପଦ ହାତେଇନେଇଛି ।

NITISH SARKAR BJP POWERFULL

NITISH SARKAR BJP POWERFULL Photograph: (KANAK NEWS)

କନକ ବ୍ୟୁରୋ: ବିହାର ସରକାରରେ ପୂର୍ବରୁ ପାର୍ଟନର ଥିବା ବିଜେପି ଏବେ ନୂଆ ସରକାରରେ ହୋଇଛି ଅଧିକ ପାଓ୍ୱାରଫୁଲ୍ । ନୀତୀଶଙ୍କ ନୂଆ ସରକାରରେ ୨୬ ମନ୍ତ୍ରୀପଦରୁ ବିଜେପି ଏକାକି ୧୪ ମନ୍ତ୍ରୀ ପଦ ହାତେଇନେଇଛି । ଖାଲି ସେତିକି ନୁହେଁ , ଦୁଇ ଉପ-ମୁଖ୍ୟମନ୍ତ୍ରୀ ପଦ ବି ନିଜ ପାଖରେ ରଖିଛି ବିଜେପି। ଯାହା ପରେ ଚର୍ଚ୍ଚା ହେଉଛି ଯେ, ବିହାରରେ ମୁଖ୍ୟମନ୍ତ୍ରୀ ଆସନରେ ନିଜ ଦଳର ନେତାକୁ ବସାଇ ନପାରିଲେ ବି, ସରକାରରେ କିନ୍ତୁ ପାଓ୍ୱାରଫୁଲ୍ ହେଇଛି ବିଜେପି

ନୀତୀଶ କୁମାରଙ୍କ ସହିତ ୨୬ ଜଣ ମନ୍ତ୍ରୀ ବିହାର ଗାନ୍ଧୀ ମୈଦାନରେ ଶପଥ ନେଇଛନ୍ତି । ସେମାନଙ୍କ ଭିତରୁ ୧୪ ଜଣ ମନ୍ତ୍ରୀ ବିଜେପି କୋଟାରୁ ହୋଇଥିବାବେଳେ, ଜେଡିୟୁ କୋଟାରୁ ୮ ଜଣ ନେତା ମନ୍ତ୍ରୀ ହୋଇଛନ୍ତି । ତେବେ ବିଜେପି କୋଟାରୁ ସମ୍ରାଟ ଚୌଧୁରୀ ଆଉ ବିଜୟ କୁମାର ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି । ତେଣୁ ଦେଖିବାକୁ ଗଲେ, ମୁଖ୍ୟମନ୍ତ୍ରୀ ପଦ କେବଳ ଜେଡିୟୁ ପାଖରେ ରହିଥିଲେ ବି, ଅଧାରୁ ଅଧିକ ମନ୍ତ୍ରୀ ପଦ ରହିଛି ବିଜେପି ନେତାଙ୍କ ପାଖରେ ।

ମନ୍ତ୍ରିମଣ୍ଡଳରେ ପାଓ୍ୱାରଫୁଲ୍ ହେବା ସହିତ ବିଧାନସଭା ଭିତରେ ବି ବିଜେପି ଶକ୍ତିଶାଳୀ ହେବ । କାହିଁକି ନା ବିହାର ବିଧାନସଭାର ବାଚସ୍ପତି ପୋଷ୍ଟକୁ ବିଜେପି ନିଜ ପାଖରେ ରଖିଛି । ତେବେ ବାଚସ୍ପତି ପଦ ଜେଡିୟୁ ନିଜ ପାଖରେ ରଖିବାକୁ ଚାହୁଁଥିଲା । ହେଲେ ବିଜେପି କିନ୍ତୁ ନୀତୀଶଙ୍କୁ ମନାଇବାରେ ସଫଳ ହେଇଛି । ଯାହା ପରେ ଏବେ ବିଜେପି ପାଖରେ ରହିଛି ବିଧାନସଭାର ବାଚସ୍ପତି ପୋଷ୍ଟ । 

ଆହୁରି ପଢ଼ନ୍ତୁ : ରେଳମନ୍ତ୍ରୀଙ୍କ ବଡ଼ ସୂଚନା ; ଗଡ଼ିବ ଦେଶର ପ୍ରଥମ ବନ୍ଦେଭାରତ ସ୍ଲିପର ଟ୍ରେନ୍‌

ନୀତୀଶଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇସାରିଥିଲେ ବି, ଏଯାଏଁ ମନ୍ତ୍ରିମାନଙ୍କ ଭିତରେ ବିଭାଗ ଭାଗବଣ୍ଟା ହେଇନି । ତେଣୁ ଚର୍ଚ୍ଚା ହେଉଛି, ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ବିଜେପି ନିଜ ପାଖରେ ରଖିପାରେ । ଖାସ୍ କରି ଗୃହ ବିଭାଗ ଆଉ ଅର୍ଥ ବିଭାଗ ନିଜ ପାଖରେ ରଖିପାରେ ବିଜେପି । ହେଲେ ଯେବେଠୁ ନୀତୀଶ ନିଜର ସରକାର କରିଛନ୍ତି, ସେବେଠୁ ଗୃହ ବିଭାଗକୁ ନିଜ ପାଖରେ ରଖିଛନ୍ତି ନୀତୀଶ । ତେଣୁ ଯଦି ଏଥର ଗୃହ ବିଭାଗ ବିଜେପି ପାଖକୁ ଯାଏ, ତେବେ ବିଜେପି ପାଇଁ ଏହା ବଡ଼ କଥା ହେବ । 

ଆହୁରି ପଢ଼ନ୍ତୁ : ସରକାରଙ୍କ ଫୋକସ୍‌ରେ ମୟୂରଭଞ୍ଜ ; ପଛୁଆ ଜିଲ୍ଲାର ବିକାଶ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ

ନୀତୀଶଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ବିଜେପିର ୧୪ ଜଣ ମନ୍ତ୍ରୀ ରହିଥିବାବେଳେ, ଜେଡିୟୁର ରହିଛନ୍ତି ୮ ଜଣ ମନ୍ତ୍ରୀ । ସେହିପରି ଚିରାଗ ପାସଓ୍ୱାନଙ୍କ ଏଲଜେପି (ଆର୍)ରୁ ଦୁଇ ଜଣ ନେତା ମନ୍ତ୍ରୀ ହୋଇଛନ୍ତି ଆଉ ଜୀତନ ରାମ ମାଞ୍ଝୀଙ୍କ ହାମରୁ ଜଣେ ଏବଂ ଉପେନ୍ଦ୍ର କୁଶବାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାରୁ ଜଣେ ନେତା ମନ୍ତ୍ରୀ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe