ବିହାରରୁ ରାଜ୍ୟସଭା ପାଇଁ ନିତିନ ନବୀନ ହେଲେ ବିଜେପି ପ୍ରାର୍ଥୀ, ଆସାମ ସମେତ ୬ ରାଜ୍ୟର ୯ ପ୍ରାର୍ଥୀଙ୍କ ନାମ ଘୋଷଣା

Advertisment

ବିହାରରେ ଯେଉଁ ୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟସଭା ଉପସଭାପତି ହରିବଂଶ ନାରାୟଣ ସିଂହ, କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର, ପ୍ରେମଚନ୍ଦ ଗୁପ୍ତା, ଅମରେନ୍ଦ୍ର ଧାରି ସିଂ ଓ ଉପେନ୍ଦ୍ର କୁଶୱାହା । ସେମାନଙ୍କ ମଧ୍ୟରୁ ହରିବଂଶ ଓ ରାମନାଥ ଠାକୁର ଜେଡିୟୁ, ପ୍ରେମଚନ୍ଦ ଗୁପ୍ତା ଓ ଅମରେନ୍ଦ୍ର ଧାରି ଆରଜେଡି ଓ ଉପେନ୍ଦ୍ର କୁଶୱାହା ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର । 

9a

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ ବିହାରରୁ ନିତିନ ନବୀନ (ବିଜେପି ରାଷ୍ଟ୍ରୀୟ ସଭାପତି) ଓ ଶିବେଶ କୁମାରଙ୍କ ନାମ ଦଳ ଘୋଷଣା କରିଛି । ସେହିଭଳି ଆସାମରୁ ତେରାଶ ଗୋବାଲ ଓ ଜୋଗେନ ମୋହନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛତିଶଗଡ଼ରୁ ବିଜେପି ତରଫରୁ ଲକ୍ଷ୍ମୀ ବର୍ମାଙ୍କ ନାମ ଘୋଷଣା ହୋଇଛି । ସେହିଭଳି ହରିଆଣାରୁ ସଂଜୟ ଭାଟିଆ, ଓଡ଼ିଶାରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ଘୋଷଣା କରାଯାଇଛି ।

 ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ଗୋଟିଏ ଦିନ ବାକି ରହିଛି । ବିହାରର ୫ ଟି ଆସନ ପାଇଁ ଏନଡିଏ ଓ ଆରଜେଡି ମଧ୍ୟରେ ମୁକାବିଲା ହେଉଛି । ବିହାର ସମେତ ୧୦ ରାଜଞର ୩୭ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବ । ବିହାରର ୫ ଟି ଆସନ ପାଇଁ ଅଧିସୂଚନା ଫେବୃଆରି ୨୬ ତାରିଖରେ ଜାରି କରାଯାଇଥିଲା । ନାମାଙ୍କନର ଶେଷ ତାରିଖ ମାର୍ଚ୍ଚ ୫ ତାରିଖ ।

ଅଧିକ ପଢ଼ନ୍ତୁ : ରାଜ୍ୟସଭା ନିର୍ବାଚନ, ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ହୋଇପାରନ୍ତି ଦିଲ୍ଲୀପ ରାୟ

ବିହାରରେ ଯେଉଁ ୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟସଭା ଉପସଭାପତି ହରିବଂଶ ନାରାୟଣ ସିଂହ, କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର, ପ୍ରେମଚନ୍ଦ ଗୁପ୍ତା, ଅମରେନ୍ଦ୍ର ଧାରି ସିଂ ଓ ଉପେନ୍ଦ୍ର କୁଶୱାହା । ସେମାନଙ୍କ ମଧ୍ୟରୁ ହରିବଂଶ ଓ ରାମନାଥ ଠାକୁର ଜେଡିୟୁ, ପ୍ରେମଚନ୍ଦ ଗୁପ୍ତା ଓ ଅମରେନ୍ଦ୍ର ଧାରି ଆରଜେଡି ଓ ଉପେନ୍ଦ୍ର କୁଶୱାହା ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର । 

ଯଦି ଆଗାମୀ ରାଜ୍ୟସଭା ନିର୍ବାଚନ ଗଣିତକୁ ହିସାବକୁ ନିଆଯାଏ ତେବେ ବିହାରରେ ଏନଡିଏ ମେଣ୍ଟ ପାଖରେ ୨୦୦ ରୁ ଅଧିକ ଆସନ ରହିଛି । ଯାହାକି ଏନଡିଏକୁ ୫ ରୁ ୪ ଆସନ ଜିତିବାରେ ସହାୟକ ହେବ । ମାତ୍ର ପଞ୍ଚମ ଆସନ ଜିତିବା ପାଇଁ ୩ ଅତିରିକ୍ତ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି । ଏବେ ଜେଡିୟୁ ପାଖରେ ୨ ଆସନ ଥିବା ବେଳେ ବିଜେପି ପାଖରେ ୨ ଆସନ ରହିଛି । ପଞ୍ଚମ ଆସନକୁ ନେଇ ଅଙ୍କକଷା ବି ଜୋର ଧରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe