କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ସେପଟେ ଆଜି ବିଜେପି ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲ୍ଲୀପ ରାୟ ବିଜେପି ସମର୍ଥନରେ କମନ୍ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଆଲୋଚନା ହେଉଛି କି ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରିପାରେ । ଏହାସହ ରାଜ୍ୟସଭା ସଂଖ୍ୟା ଗଣିତ କହୁଛି କି, ବିଜେପି ପାଖରେ ବଳକା ରହୁଥିବା ୨୦ ଜଣ ବିଧାୟକଙ୍କ ଭୋଟ ଦିଲ୍ଲୀପ ରାୟ୍ଙ୍କ ସମର୍ଥନରେ ଯିବ । ହେଲେ ବାକି ୧୦ ଜଣ ବିଧାୟକଙ୍କ ଭୋଟ ଦିଲ୍ଲୀପ ରାୟଙ୍କୁ ଯୋଗାଡ଼ କରିବାକୁ ପଡ଼ିବ । ସେପଟେ ବିଜେଡିର ୨ ଜଣ ବିଦ୍ରୋହୀ ବିଧାୟକଙ୍କ ଭୋଟ ଯଦି ଦିଲ୍ଲୀପ ରାୟଙ୍କ ସମର୍ଥନରେ ଯାଉଛି ତେବେ ବାକି ଭୋଟ ଯୋଗାଡ଼ କରିବାକୁ ଜୋରଦାର ଘୋଡ଼ା ବ୍ୟାପାର ହୋଇପାରେ ବୋଲି ଏବେଠାରୁ ଆଲୋଚନା ଜୋରି ଧରିଲାଣି । 

Advertisment

ସେପଟେ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଛି । ସେ ୫ ତାରିଖରେ ନାମାଙ୍କନ ଭରିବେ ।