କନକ ବ୍ୟୁରୋ : ବିଏମସି କର୍ମଚାରୀଙ୍କୁ ବିଜେପି ନେତା ଆକ୍ରମଣ କରିବା ଘଟଣା ମନରୁ ନଯାଉଣୁ, କେନ୍ଦ୍ରପଡା ରାଜନଗରରୁ ଆସିଛି ସାଂଘାତିକ ଅଭିଯୋଗ । ମହିଳା ବିଡିଓଙ୍କୁ ବିଜେପି ନେତା ଲଳିତ ବେହେରା ଲାପଟପ୍ ଉଠାଇ ଆକ୍ରମଣ କରିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି ନେତାଙ୍କ ଏଭଳି କାର୍ଯ୍ୟର ପ୍ରତିବାଦରେ ରାସ୍ତାରୋକ କରିଛି ବିଜେଡି । ଅନ୍ୟପଟେ ବିଜେପି କହିଛି, ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମହିଳା ବିଡିଓଙ୍କୁ ଆକ୍ରମଣ ସମୟର ଭିଡ଼ିଓ ସାମନାକୁ ଆସିବା ପରେ ଅଶାନ୍ତ ହୋଇଛି ରାଜନଗର । ଏଭଳି ଘଟଣାକୁ ନିନ୍ଦା କରି ରାସ୍ତାକୁ ଓହ୍ଲାଇଛି ବିଜେଡି । ଏଭଳି କାଣ୍ଡ ଘଟଣାଇଥିବା ବିଜେପି ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକଙ୍କ ଗିରଫ ଦାବିରେ କଟକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଏଥିସହ ରାଜ୍ୟରେ ମହିଳା ଅସୁରକ୍ଷିତ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜନଗର ବିଧାୟକ ।
ଅଧିକ ପଢ଼ନ୍ତୁ : ନିଷ୍ପତ୍ତି ହୋଇଥିଲା, ମୋହର ବାଜିଲା : ବଢ଼ିଲା ବିଡିଓଙ୍କ ଆର୍ଥିକ କ୍ଷମତା
ବିଡିଓ ତିଳୋତମା ପୃଷ୍ଟିଙ୍କ ଚ୍ୟାମ୍ବରରେ ପହଁଚିଥିଲେ ବିଜେପି ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକ । ବିଡିଓଙ୍କ ସହ କୌଣସି କଥାକୁ ନେଇ ଲଳିତ ଓ ଅନ୍ୟମାନଙ୍କର ଯୁକ୍ତିତର୍କ ହୋଇଥିଲା । ତାପରେ ଉତକ୍ଷିପ୍ତ ହୋଇ ଲଳିତ ଟେବୁଲ ଉପରେ ଥିବା ଲାପଟପ୍ ଉଠାଇ ଆକ୍ରମଣ ଉଦ୍ୟମ କରିଥିଲେ । ସେହି ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିଡ଼ିଓ ଏନେଇ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହି ଘଟଣା ପରେ ବ୍ଲକରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।
ମହିଳା ବିଡିଓଙ୍କ ଆକ୍ରମଣକୁ ନେଇ ରାଜନୀତି ତେଜୁଥିବାବେଳେ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ସେଦିନ କଣ ହୋଇଥିଲା, ତାର ସବିଶେଷ ତଥ୍ୟ ସଂଗ୍ରହ କରୁଛି । ସେପଟେ ବିଜେପି ବିଧାୟକ କହିଛନ୍ତି, ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ଅପେକ୍ଷା ଏହି ମାମଲାର ତଦନ୍ତ ନିରପେକ୍ଷତାର ସହ ହେଉଛି, ନା ଚାପରେ ଚପି ଯିବ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/03/attacking-woman-bdo-2026-01-03-20-59-09.jpg)