BJP creates history Photograph: (Google)
କନକ ବ୍ୟୁରୋ: ଭିଭି ରାଜେଶଙ୍କୁ ମେୟର ପ୍ରାର୍ଥୀ କରିବାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ ଗତକାଲିଠାରୁ ରାଜନୈତିକ ଛକାପଂଝା ଚାଲିଥିଲା । ଗୋଟିଏ ଗୋଷ୍ଠୀ ତିରୁଅନନ୍ତପୁରମ ମ୍ୟୁନିସପାଲ କରପୋରେସନ, ଗତ କାଉନସିଲରେମୁଖ୍ୟ ବିରୋଧୀ ଦଳ ନେତା ତୁଳାଇଥିବା ତଥା ରାଜ୍ୟ ବିଜେପି ସମ୍ପାଦକ ଥିବା ରାଜେଶଙ୍କ ସପକ୍ଷରେ ଥିଲେ । ଆଉ ଗୋଟିଏ ଗୋଷ୍ଠୀ ପୂର୍ବତନ ପୁଲିସ ଡିଜି ଆର ଶ୍ରୀଲେଖାଙ୍କୁ ମେୟର କରିବା ଜିଦରେ ଅଡି ବସିଥିଲେ । ଶେଷରେ ଆରଏସଏସର ସମର୍ଥନ ଥିବା ରାଜେଶଙ୍କୁ ମେୟର ପ୍ରାର୍ଥୀ କରାଯିବାକୁ ସ୍ଥିର ହୋଇଥିଲା ।
ଅଧିକ ପଢନ୍ତୁ: କେରଳରେ ବିଜେପିର ବଡ଼ ବିଜୟ; ବି ବି ରାଜେଶ ହେଲେ ନୂଆ ମେୟର
ତେବେ ପ୍ରଥମଥର ପାଇଁ ରାଜ୍ୟରେ ମେୟର ନିର୍ବାଚିତ କରି ଥିରୁଭନନ୍ତପୁରମ୍ ମ୍ୟୁନିସିପାଲ କର୍ପୋରେସନ୍କୁ ଚଳାଇବା ସହଜ ହେବ ବୋଲି ବିଜେପି ଭାବନା ମିଥ୍ୟା ପ୍ରମାଣିତ ହୋଇପାରେ । ୧୦୧ ଆସନ ବିଶିଷ୍ଟ ମ୍ୟୁନିସିପାଲ କର୍ପୋରେସନ୍ରେ ବିଜେପି ୫୦ଟି ୱାର୍ଡ ଦଖଲ କରିଛି। ଜଣେ ସ୍ବାଧୀନ କର୍ପୋରେଟରଙ୍କ ସମର୍ଥନରେ ରାଜେଶ ମେୟର ନିର୍ବାଚିତ ହୋଇଛନ୍ତି । ବିରୋଧୀ ସିପିଆଇଏମ୍ ଓ କଂଗ୍ରେସ ଯଥାକ୍ରମେ ୨୯ ଓ ୧୯ ଟି ୱାର୍ଡ ଜିତିଛନ୍ତି । ଫଳରେ ବିରୋଧୀଙ୍କ ସ୍ବର ତୀବ୍ର ହେବାର ଯଥେଷ୍ଟ ସମ୍ଭାବନା ଅଛି । ସେଥିପାଇଁ ବୋଧହୁଏ ସମସ୍ତଙ୍କୁ ସାଙ୍ଗରେ ନେଇ ମ୍ୟୁନିସପାଲ କରପୋରେସନ ଚଳାଇବେ ବୋଲି ମେୟର ରାଜେଶ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଆଗାମୀ ୬ମାସ ମଧ୍ୟରେ କେରଳ ବିଧାନସଭା ନିର୍ବାଚନ ହେବ । ତିରୁଅନନ୍ତପୁମର ବିଜୟ ବିଜେପିକୁ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ହାୱାର ତିଆରି କରିବାକୁ ସହାୟକ ହେବ । ଯାହାକୁ ଆଖି ଆଗରେ ରଖି ଅନ୍ୟତମ ଯୋଗ୍ୟ ମେୟର ପ୍ରାର୍ଥୀ ଶ୍ରୀଲେଖାଙ୍କୁ ବିଜେପି ତିରୁଅନନ୍ତପୁରମ ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ।
Follow Us