କନକ ବ୍ୟୁରୋ : ଚାକିରି କରିବାକୁ ୟେମେନ ଯାଇଥିବା କେରଳର ନର୍ସ ନିମିଷା ପ୍ରିୟା ସେଠାରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି । ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ଓ ଜୁଲାଇ ୧୬ ତାରିଖରେ ଫାଶୀ ଦିଆଯିବ ବୋଲି ସ୍ଥିର ହୋଇଥିଲା । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ଫାଶୀଦଣ୍ଡ ସ୍ଥଗିତ ରହିଥିଲା । ଗତକାଲି ସୂଚନା ମିଳିଥିଲା ଯେ, ୟେମେନ୍ରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିମିଷାଙ୍କୁ ଫାଶୀଦଣ୍ଡରୁ ମୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି ।
କିନ୍ତୁ ୟେମେନରେ ନିମିଷାଙ୍କ ମାମଲା ପରିଚାଳନା କରୁଥିବା ଭାରତୀୟ ଅଧିକାରୀ ଏସମ୍ପର୍କରେ କିଛି ସୂଚନା ଦେଇନାହାନ୍ତି । ଭାରତର ବୈଦେଶିକ ମନ୍ତ୍ରାଳୟ କିଛି ସ୍ପଷ୍ଟ କରିନାହିଁ । ନିମିଷାଙ୍କୁ ଫାଶୀ ଦିଆଯିବନାହିଁ ଖବରକୁ ଖଣ୍ଡନ କରାଯାଇଛି । ତେବେ ଖବର ସତ ହୋଇଥିଲେ ଭାରତ ପାଇଁ ଖୁସିର ମୁହୂର୍ତ୍ତ ଓ ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି ।
୩୭ ବର୍ଷିଆ ନର୍ସ ନିମିଷା ପ୍ରିୟା ଚାକିରି କରିବା ପାଇଁ ୟେମେନ ଯାଇଥିଲେ। ଜଣେ ୟେମେନ ନାଗରିକଙ୍କ ସହ ବ୍ୟବସାୟ ଆରମ୍ଭ କରିଥିଲେ ନିମିଷା । ପରେ ୟେମେନ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ନିମିଷା ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/29/50-2025-07-29-20-42-40.jpg)