କନକ ବ୍ୟୁରୋ :ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଆଜି ବିଜେପି ତରଫରୁ ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ବିଜେପିର ସଭାପତି ଥିବା ମନମୋହନ ସାମଲଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ରାଜ୍ୟସଭା ସାଂସଦ ଥିବା ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏହି ଦୁଇ ନାମ ବିଜେପି କେନ୍ଦ୍ରୀୟ କମିଟି ତରଫରୁ ଘୋଷଣା କରାଯାଇଛି ।  

Advertisment

ଏହି ଘୋଷଣା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୁଜିତ କୁମାର ପହଂଚିଛନ୍ତି । ଦଳୀୟ କର୍ମୀ ଓ ନେତାମାନେ ସୁଜିତ୍ କୁମାରଙ୍କୁ ମିଠା ଖୁଆଇ ଖୁସି ମନାଇଛନ୍ତି । ନାମ ଘୋଷଣା ହେବା ପରେ ସୁଜିତ କୁମାର ଖୁସି ବ୍ୟକ୍ତ କରିବା ସହ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଦେଇଛନ୍ତି । 

ଅଧିକ ପଢ଼ନ୍ତୁ : 'ହାରିଥିବା ନେତା କାହିଁକି ରାଜ୍ୟସଭା ଯିବେ; ଯେଉଁମାନେ କାମ କରୁଛନ୍ତି ତାକୁ ଦିଆଯାଉ'

ସଂଖ୍ୟା ଗଣିତକୁ ହିସାବ କଲେ ବିଜେପି ଭୋଟରେ ଏହି ଦୁଇଜଣଙ୍କ ବିଜୟ ସୁନିଶ୍ଚିତ ହେଉଥିବା ବେଳେ ବିଜେପି ତୃତୀୟ ପ୍ରାର୍ଥୀ ଦେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ବିଜେଡି ତରଫରୁ କମନ୍ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରିବାକୁ ନେଇ ବିଜେଡି ଭିତରେ ବିଦ୍ରୋହ ଦେଖିବାକୁ ମିଳିଛି । ଏହାସହ ଦତ୍ତେଶ୍ୱରଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି କହିଥିବା ବେଳେ ଆଜି ବୈଠକରେ କଂଗ୍ରେସର ସମସ୍ତ ବିଧାୟକ ଯୋଗ ନଦେବା ଦତ୍ତେଶ୍ୱରଙ୍କ ବିଜୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।