BJD Naveen Photograph: (KanakNews)
କନକ ବ୍ୟୁରୋ: ବିଜେଡିରେ ତେଜିଲା ଘର କଳି । ଦଳରୁ ନିଲମ୍ବିତ ହୋଇଛନ୍ତି ଦୁଇ ବିଧାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରିଛି ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତରେ ଥିଲା ବେଳେ ଖୁଲମଖୁଲା ବିଜେଡି ବିରୋଧୀ ବୟାନ ଦେଇଥିଲେ ସନା । କହିଥିଲେ ଯେ, ୨୪ ବର୍ଷର ବିଜେଡି ଶାସନରେ ରାଜ୍ୟର ବିକାଶ ହୋଇଥିଲେ ମଧ୍ୟ କେନ୍ଦୁଝରରେ କିନ୍ତୁ କୌଣସି ବିକାଶ ହୋଇନାହିଁ ।
ଅଧିକ ପଢନ୍ତୁ; ନେତାଙ୍କ ମେଳି ଓ କନ୍ଦଳ ପରେ ଫାଟ ଯୋଡିବାକୁ ବିଜେଡି ସୁପ୍ରିମୋଙ୍କ ଉଦ୍ୟମ: ପାଳିପାଳି କରି ନବୀନ ନିବାସକୁ ଡକରା ହେଉଛନ୍ତି ବିଧାୟକ
ଏପରିକି ୨୦୧୯ରେ ବିଜେଡି ତାଙ୍କୁ ଟିକେଟ୍ ନଦେଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ଅରବିନ୍ଦଙ୍କୁ କାହିଁକି ନିଲମ୍ବିତ କରାଗଲା, ସେନେଇ ଯଦିଓ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ କୁହାଯାଉଛି, ନିକଟରେ ଫାଇଭ-ଟିକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ବୋଧହୁଏ ଏହି କାରଣରୁ ଦଳ ତାଙ୍କ ବିରୋଧରେ ଆକ୍ସନ ନେଇଛି। ୨୦୨୪ ମାର୍ଚ୍ଚ ୭ ତାରିଖରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ ଅରବିନ୍ଦ। ୨୦୧୯ ନିର୍ବାଚନ ପରେ ବିଜୟ ମହାପାତ୍ର ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ତେବେ ପୁଅ ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହିତ ରାଜନୀତି କରିବା ନେଇ ସ୍ପଷ୍ଟ କରିବା ପରେ ବିଜେଡିରେ ମିଶିଥିଲେ ।
Follow Us