Photograph: (Kanak News)
କନକ ବ୍ୟୁରୋ : ୫ ଦିନ ଧରି ବିଧାନସଭା ଅଚଳ । ଚାଷୀ ପ୍ରସଙ୍ଗରେ ଗୃହ ଚଳାଇ ଦେଉନଥିବା ବିଜେଡି ଆଜି ବଡ଼ ଆନ୍ଦୋଳନ କରିବ । ମଙ୍ଗଳବାର କୃଷି ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଦଳ। ଲୋୟର ପିଏମଜିରେ ବିଶାଳ ପ୍ରତିବାଦ ସଭା କରି ରାଜ୍ୟ ସରକାରଙ୍କୁ ଘେରିବ ଦଳ । ୧୫ ଦିନରୁ ଅଧିକ ସମୟ ଧରି ଜିଲ୍ଲାସ୍ତରରେ ବିକ୍ଷୋଭ କରୁଥିବା ବିଜେଡି ଲୋୟର ପିଏଜମିରେ ହୁଙ୍କାର ଦେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେତୃତ୍ବରେ ଆଜି ସହ ବଡ଼ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି ।
ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଜେଡି କହିଛି, ଚାଷୀ ହକ୍ ମାଗିଲେ ଗୁଣ୍ଡା ଲଗାଇ ପିଟୁଛି ଶାସକ ଦଳ । ଯାହାର ପ୍ରତିବାଦ କରିବ ଦଳ । ଏପଟେ ଲଗାତାର ୫ ଦିନ ଧରି ଚାଲିପାରୁନି ବିଧାନସଭା । ରାଜନୈତିକ ଦଳ ନିଜର ଦଳୀୟ ସ୍ବାର୍ଥ ପାଇଁ ରାଜ୍ୟର ସ୍ବାର୍ଥକୁ ବଳି ପକାଇ ଦେବାକୁ ପଛାଉନାହାନ୍ତି । ବିଧାନସଭା ପରିଚାଳନା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ବିଧାନସଭାରେ ଯେଉଁ ଅଚଳାବସ୍ଥା ଲାଗିଛି ସେଥିରେ ସାମନ୍ୟତମ ସୁଧାର ଆସୁନି ।
ଅଧିକ ପଢନ୍ତୁ : ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ, ଚଳିତବର୍ଷ ବଜେଟ୍ ଉପରେ ସମସ୍ତଙ୍କ ନଜର
ଚାଷୀ ଓ ମଣ୍ଡି ସମସ୍ୟା ପ୍ରସଙ୍ଗରେ ଏକସ୍ବର ହୋଇଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ୩ଥର ମୁଲତବି ହୋଇଥିବା ବେଳେ ଘଣ୍ଟାଏରୁ କମ ସମୟ ଚାଲିଛି ଗୃହକାର୍ୟ୍ୟ । ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବି ନିଜ ଜିଦରେ ଅଟଳ ୩ ଦଳ । ବିଧାନସଭାରେ ଲୋକଙ୍କ ପ୍ରସଙ୍ଗରେ ଆଲୋଚନା ଏବେ ସ୍ବପ୍ନ ପାଲଟିଲାଣି । ବଜେଟ ଅଧିବେଶନରେ ଏହା ଜଳ ଜଳ ଦିଶୁଛି । ରାଜନୈତିକ ଦଳ ନିଜର ଦଳୀୟ ସ୍ବାର୍ଥ ପାଇଁ ରାଜ୍ୟର ସ୍ବାର୍ଥକୁ ବଳି ପକାଇ ଦେବାକୁ ପଛାଉନାହାନ୍ତି । ଆଜି ବିଧାନସଭା ଚାଲିବ ନା ହୋହାଲ୍ଲାରେ କମ୍ପିବ ବିଧାନସଭା ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।
Follow Us