କନକବ୍ୟୁରୋ : ଚାଲି ପାରିଲାନି ବଜେଟ୍ ଅଧିବେଶର ଦ୍ବିତୀୟ ଦିନ। ଧାନମଣ୍ଡି ସମସ୍ୟାକୁ ନେଇ ସଡକ ପରେ ବିଧାନସଭାରେ ଗର୍ଜିଛନ୍ତି ବିଜେଡି ଓ କଂଗ୍ରେସ ସଦସ୍ୟ । ମୁଣ୍ଡରେ ଧାନବସ୍ତା ମୁଣ୍ଡାଇ ଗୃହକୁ ଆସି ପ୍ରତିବାଦ ଜଣାଇଛନ୍ତି ବିଜେଡି ବିଧାୟକ। ମଧ୍ୟଭାଗରେ ଧାନବସ୍ତା ରଖି ହୋହଲ୍ଳା କରିଛନ୍ତି। ବ୍ୟାନର ଦେଖାଇ ନାରାବାଜି କରିଛନ୍ତି। ରିପୋର୍ଟର ଟେବୁଲ ଉପରେ ଧାନ ଥୋଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳର ସଦସ୍ୟ। ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲାଗି ରହିଥିଲା ଏମିତି ଦୃଶ୍ୟ। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରତିଥର ହୋହଲ୍ଲା କରିଥିଲେ ବିରୋଧୀ। ହଟ୍ଟଗୋଳ ଯୋଗୁଁ ତିନି ଥର ଗୃହ ମୂଲତବୀ କରିଥିଲେ ବାଚସ୍ପତି। ସ୍ଥିତି ଏମିତି ହୋଇଥିଲା ଯେ ଦିନକ ଭିତରେ ମାତ୍ର ୭ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ଏହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/assmbly-2026-02-18-17-45-34.jpg)